Masthead

୨ୟ ପର୍ଯ୍ୟାୟରେ ମୋଟ ୭୯ ଲକ୍ଷ ୬୯ ହଜାର ୮୮୭ ଭୋଟର: ସିଇଓ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଦ୍ବିତୀୟ ପର୍ଯ୍ୟାୟ ଭୋଟ ପ୍ରସ୍ତୁତି ନେଇ ସିଇଓଙ୍କ ପ୍ରେସମିଟ । ୨ୟ ପର୍ଯ୍ୟାୟରେ ମୋଟ ୭୯ ଲକ୍ଷ ୬୯ ହଜାର ୮୮୭ ଭୋଟର ମତଦାନ କରିବାକୁ ଯାଉଛନ୍ତି। ସେଥିମଧ୍ୟରେ ୧୮ରୁ ୧୯ ବର୍ଷର ପ୍ରଥମ ଭୋଟର ୨.୬୭%, ୨୦ରୁ ୨୯ ବର୍ଷ ୨୧.୩୧% । ହଜାରରେ ପୁରୁଷରେ ୯୭୫ ମହିଳା ଅଛନ୍ତି । ସବୁଠୁ ଅଧିକ ସୁନ୍ଦରଗଡ଼ରେ ଅଛନ୍ତି । ଭୋଟ ଗ୍ରହଣ ପାଇଁ ୯୧୬୨ ବୁଥ୍‌ ଓ ୧୫୪୧ ମଡର୍ଣ୍ଣ ବୁଥ୍ କରାଯାଇଛି ।

ପ୍ରତି ବୁଥ୍‌ରେ ହାରାହାରି ୮୭୦ ଭୋଟର ଅଛନ୍ତି । ୧୦୪୧ ମହିଳା ପୋଲିଂ କର୍ମଚାରୀଙ୍କୁ ନିଯୁକ୍ତି କରାଯାଇଛି । ୨୦ପ୍ରତିଶତ ମତଦାନ କେନ୍ଦ୍ର ସମ୍ବେଦନଶୀଳ ବୋଲି ସିଇଓଙ୍କ ସୂଚନା । ଦ୍ୱିତୀୟ ପର୍ଯ୍ୟାୟ ୧୦୨ କମ୍ପାନୀ ସିଏପିଏଫ୍ ମୁତୟନ ହେବେ, ୨୨ କମ୍ପାନୀ କନ୍ଧମାଳରେ । ୨୦ କମ୍ପାନୀ ଗଂଜାମ, ସୁନ୍ଦରଗଡ଼ ୧୬ ଓ ବଲାଙ୍ଗିରରେ ୧୪ କମ୍ପାନୀ ।ଖଲ୍ଲିକୋଟରେ ପ୍ରାକ ନିର୍ବାଚନୀ ହିଂସା ସମ୍ବେଦନଶୀଳ ଘଟଣା । ହିଂସା ପାଇଁ ଇସିଆଇ ଶୂନ୍ୟ ସହନଶୀଳତା ଅବଲମ୍ବନ କରିଛନ୍ତି । ଗଂଜାମ ମନିଟରିଂ ପାଇଁ ଅତିରିକ୍ତ ଡିଜିପି ରାଙ୍କ ଅଧିକାରୀଙ୍କୁ ଦିଆଯିବ ଦାୟିତ୍ବ । ପ୍ରିଜାଇଡିଂ ଓ ପୋଲିଂ ଅଫିସର ବେଆଇନ କାର୍ଯ୍ୟ କଲେ ନିଆଯିବ କାର୍ଯ୍ୟାନୁଷ୍ଠାନ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ