ଦଳିତଙ୍କୁ ନେଇ ରାଜନୀତି କରୁଛି କଂଗ୍ରେସ !

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ପଞ୍ଜାବର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଚରଣଜିତ ସିଂହ ଚନ୍ନି ଶପଥ ଗ୍ରହଣ କରିଛନ୍ତି । ଏହା ସହ ପଞ୍ଜାବରେ ପ୍ରଥମଥର ପାଇଁ ଦଳିତ ସମ୍ପ୍ରଦାୟର ଜଣେ ନେତା ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ଏପରି କରି ରାଜ୍ୟରେ ୩୩ ପ୍ରତିଶତ ଦଳିତଙ୍କୁ ନେଇ କଂଗ୍ରେସ ରାଜନୀତି କରୁଛି ବୋଲି ସ୍ପଷ୍ଟ ବାରି ହୋଇଯାଉଛି । ଏହା ମଧ୍ୟରେ ଦଳିତକୁ ନେଇ ରାଜନୀତି କରୁଥିବା ମାୟାବତୀ ଏହାକୁ ସହଜରେ ହଜମ କରିପାରି ନାହାଁନ୍ତି । ତେବେ ଦଳିତକୁ ନେଇ କଂଗ୍ରେସ ରାଜନୀତି କରିବା ଆରମ୍ଭ କରିଦେଇଛି ବୋଲି କଂଗ୍ରେସକୁ ଟାର୍ଗେଟ କରି ମାୟାବତୀ କହିଛନ୍ତି । ଏହା ସହ କେବଳ ଦଳିତଙ୍କ ଭୋଟ ନେବା ପାଇଁ କଂଗ୍ରେସ ଚନ୍ନିଙ୍କୁ କିଛି ଦିନ ପାଇଁ ମୁଖ୍ୟମନ୍ତ୍ରୀ କରିଛି ବୋଲି ସ୍ପଷ୍ଟ କରିଛନ୍ତି । କେବଳ ଏତିକି ନୁହେଁ ବରଂ ନିର୍ବାଚନର ସୁବିଧା ନେବାକୁ କଂଗ୍ରେସ ଏହି ନିଷ୍ପତ୍ତି ନେଇଛି ।

କଂଗ୍ରେସ କେବେ ବି ଦଳିତଙ୍କ ଉପରେ ବିଶ୍ୱାସ କରେ ନାହିଁ ଏହା ହିଁ ସତ୍ୟ । ସେମାନଙ୍କ ଅସୁବିଧାରେ ହିଁ କେବଳ ଦଳିତଙ୍କ କଥା ମନେପଡ଼ିଥାଏ । ତେଣୁ ପଞ୍ଜାବର ଲୋକମାନେ କଂଗ୍ରେସ ପ୍ରତି ସତର୍କ ରୁହନ୍ତୁ ବୋଲି ମାୟାବତୀ କହିଛନ୍ତି । ଅନ୍ୟପଟେ ବିଜେପିକୁ ମଧ୍ୟ ଟାର୍ଗେଟ କରିବାକୁ ମାୟାବତୀ ପଛେଇ ନାହାଁନ୍ତି । ବିଜେପିର ହଠାତ ଓବିସି ପାଇଁ ପ୍ରେମ ବାହାରିପଡ଼ିଛି । ଯଦି ବିଜେପି ଓବିସି ପାଇଁ କିଛି କରିବାକୁ ଚାହୁଁଛି ତେବେ ଜାତିର ଜନଗଣନା କାହିଁକି ହେଉ ନାହିଁ? ଚାକିରି କ୍ଷେତ୍ରରେ ଖାଲି ଥିବା ଏସସି-ଏସଟିର ପଦବୀ ଗୁଡ଼ିକରେ ଏପର୍ଯ୍ୟନ୍ତ କାହିଁକି ପୂରଣ ହୋଇନାହିଁ ? ତେଣୁ ଲୋକମାନେ ବିଜେପି ଓ କଂଗ୍ରେସ ଠାରୁ ଦୂରରେ ରୁହନ୍ତୁ ବୋଲି ମାୟାବତୀ କହିଛନ୍ତି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ