Masthead

ରୋହିତଙ୍କ ଶତକ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ରାଜକୋଟ ଟେଷ୍ଟରେ ରୋହିତଙ୍କ ଜଲଓ୍ୱା । ଇଂଲଣ୍ଡ ଓ ଭାରତ ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟରେ ଶତକ ହାସଲ କରିଛନ୍ତି ଅଧିନାୟକ ରୋହିତ ଶର୍ମା । ରୋହିତ ୧୯୬ ବୋଲରେ ୧୩୧ ରନ୍ କରି ଆଉଟ ହୋଇଛନ୍ତି । ଏହି ଇନିଂସରେ  ୧୩ରି ଚୌକା ଓ ୩ଟି ଛକ୍କା ସାମିଲ ରହିଛି ।

ଆନ୍ତର୍ଜାତୀୟ କ୍ରିକେଟରେ ରୋହିତଙ୍କର ଏହା ହେଉଛି ୪୭ତମ ଶତକ । ତେବେ ଟେଷ୍ଟ କ୍ରିକେଟରେ ଏହା ରୋହିତଙ୍କର ୧୧ତମ ଶତକ । ୧୦ଟି ଇନିଂସ ପରେ ରୋହିତଙ୍କ ବ୍ୟାଟରୁ ଆଉ ଏକ ଶତକ ଆସିଛି । ସେ ଶେଷ ଥରପାଇଁ ଜୁଲାଇ ୨୦୨୩ରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଏକ ଶତକ ହାସଲ କରିଥିଲେ।

ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ମାତ୍ର ୩୩ ରନରେ ଭାରତର ତିନି ୱିକେଟ ଖସିଯିବା ପରେ ଇନିଂସ ସମ୍ଭାଳିଥିଲେ ଅଧିନାୟକ ରୋହିତ । ମାତ୍ର ୯ ଓଭରରେ ତିନୋଟି ୱିକେଟ୍ ହରାଇ ୩୩ରନ ସଂଗ୍ରହ କରିଥିଲା ଭାରତ । ତା ପରେ ରୋହିତ ରବିନ୍ଦ୍ର ଜାଡେଜାଙ୍କ ଇନିଂସ ସମ୍ଭାଳିଥିଲେ। ଭାରତୀୟ ମାଟିରେ ରୋହିତଙ୍କ ୯ମ ଶତକ ହୋଇଥିବା ବେଳେ ଇଂଲଣ୍ଡ ବିପକ୍ଷରେ ଏହା ତୃତୀୟ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା