ରୋହିତଙ୍କ ଶତକ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ରାଜକୋଟ ଟେଷ୍ଟରେ ରୋହିତଙ୍କ ଜଲଓ୍ୱା । ଇଂଲଣ୍ଡ ଓ ଭାରତ ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟରେ ଶତକ ହାସଲ କରିଛନ୍ତି ଅଧିନାୟକ ରୋହିତ ଶର୍ମା । ରୋହିତ ୧୯୬ ବୋଲରେ ୧୩୧ ରନ୍ କରି ଆଉଟ ହୋଇଛନ୍ତି । ଏହି ଇନିଂସରେ  ୧୩ରି ଚୌକା ଓ ୩ଟି ଛକ୍କା ସାମିଲ ରହିଛି ।

ଆନ୍ତର୍ଜାତୀୟ କ୍ରିକେଟରେ ରୋହିତଙ୍କର ଏହା ହେଉଛି ୪୭ତମ ଶତକ । ତେବେ ଟେଷ୍ଟ କ୍ରିକେଟରେ ଏହା ରୋହିତଙ୍କର ୧୧ତମ ଶତକ । ୧୦ଟି ଇନିଂସ ପରେ ରୋହିତଙ୍କ ବ୍ୟାଟରୁ ଆଉ ଏକ ଶତକ ଆସିଛି । ସେ ଶେଷ ଥରପାଇଁ ଜୁଲାଇ ୨୦୨୩ରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଏକ ଶତକ ହାସଲ କରିଥିଲେ।

ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ମାତ୍ର ୩୩ ରନରେ ଭାରତର ତିନି ୱିକେଟ ଖସିଯିବା ପରେ ଇନିଂସ ସମ୍ଭାଳିଥିଲେ ଅଧିନାୟକ ରୋହିତ । ମାତ୍ର ୯ ଓଭରରେ ତିନୋଟି ୱିକେଟ୍ ହରାଇ ୩୩ରନ ସଂଗ୍ରହ କରିଥିଲା ଭାରତ । ତା ପରେ ରୋହିତ ରବିନ୍ଦ୍ର ଜାଡେଜାଙ୍କ ଇନିଂସ ସମ୍ଭାଳିଥିଲେ। ଭାରତୀୟ ମାଟିରେ ରୋହିତଙ୍କ ୯ମ ଶତକ ହୋଇଥିବା ବେଳେ ଇଂଲଣ୍ଡ ବିପକ୍ଷରେ ଏହା ତୃତୀୟ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ