Masthead

୨୦୧୯ ଓ ୨୦୨୪, ବିଜେଡିର ଭରସା ବିରୋଧୀ ଦଳର ପରାଜିତ ନେତା

ବ୍ରହ୍ମପୁର(ବଡ଼ ଖବର ବ୍ୟୁରୋ):ଚର୍ଚ୍ଚାରେ ବ୍ରହ୍ମପୁର ଲୋକସଭାରେ ବିଜେଡି ନୀତି। ଜିତିବା ଲୋକଙ୍କ ଟିକେଟ ଛଡ଼ାଇ ନେଉଛନ୍ତି ହାରିଥିବା ପ୍ରାର୍ଥୀ।ଦିନେ ଚନ୍ଦ୍ରଶେଖରଙ୍କ ପାଇଁ ସିଦ୍ଧାନ୍ତଙ୍କ ସହ ଘଟିଥିଲା ଯାହା। ଏବେ ଭୃଗୁଙ୍କ ପାଇଁ ଚନ୍ଦ୍ରଶେଖରଙ୍କ ସହ ହେଲା ତାହା। ବିଜେଡି ଟିକେଟରୁ ଜିତିଲେ ସୁପରଷ୍ଟାର ସିଦ୍ଧାନ୍ତ । ହାରିଲେ କଂଗ୍ରେସର ଭେଟେରାନ ଚନ୍ଦ୍ରଶେଖର । ୨୦୧୯ରେ ବିଜେଡିରୁ ଆସିଲେ ଚନ୍ଦ୍ରଶେଖର ।ସେତେବେଳେ ଜିତିଥିବା ପ୍ରାର୍ଥୀ ସିଦ୍ଧାନ୍ତଙ୍କ ଟିକେଟ କଟିଗଲା।

ଯାହାଙ୍କୁ ସେ ହରାଉଥିଲେ ସେ ଟିକେଟ ନେଇଗଲେ । ୨୦୧୯ରେ ବିଜେଡି ପ୍ରାର୍ଥୀ ଚନ୍ଦ୍ରଶେଖର ହରାଇଥିଲେ ବିଜେପିର ଭୃଗୁ ବକ୍ସିପାତ୍ରଙ୍କୁ  । ଏବେ ବିଜେଡି ଟିକେଟ ପାଇଲେ ଭୃଗୁ । କଟିଗଲେ ଚନ୍ଦ୍ରଶେଖର । ତାଙ୍କ ସହ ସେମିତି ଘଟିଲା, ଯେମିତି ଘଟିଥିଲା ସିଦ୍ଧାନ୍ତଙ୍କ ସହ ।

ନିଜ ଦଳର ବିଜୟୀଙ୍କଠୁ ବେଶି ଭରସା ବିରୋଧୀ ଦଳର ପରାଜିତଙ୍କ ଉପରେ । ବିଜେପିର ରାଜ୍ୟ ଉପସଭାପତି ଥିଲେ ଭୃଗୁ । ଦଳର ଜଣେ ଗୁରୁତ୍ୱପୂର୍ଣ୍ଣ ଚେହେରା । ପୂର୍ବତନ ମନ୍ତ୍ରୀ ହରିଶ୍ଚନ୍ଦ୍ର ବକ୍ସିପାତ୍ରଙ୍କ ପୁଅ । ତାଙ୍କ ଭଉଣୀ ଲୋପାମୁଦ୍ରା ବିଜେଡିରେ ଅଛନ୍ତି । ଏବେ ସେ ବି ବିଜେଡିରେ ଯୋଗଦେଇଛନ୍ତି । ଯୋଗ ଦେଉ ଦେଉ ବ୍ରହ୍ମପୁରରୁ ପ୍ରାର୍ଥୀ ବି ହୋଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ରଜିତ ଗୁପ୍ତା ହେଲେ JEE ଆଡଭାନ୍ସ ଟପ୍ପର 🔴 ରାଜୀବ ଶୁକ୍ଳା ହୋଇପାରନ୍ତି ବିସିସିଆଇର କାର୍ଯ୍ୟକାରୀ ସଭାପତି 🔴 ଫାଇନାଲରେ ପଞ୍ଜାବ କିଙ୍ଗସ୍‌ 🔴 ଅତିରିକ୍ତ ତହସିଲଦାରଙ୍କୁ ମାଫିଆଙ୍କ ଆକ୍ରମଣ 🔴 ଉତ୍ତର-ପୂର୍ବ ରାଜ୍ୟରେ ବର୍ଷା ବିତ୍ପାତ, ୩୦ ମୃତ 🔴 ‘ଖୁବ୍‌ଶୀଘ୍ର ଆରମ୍ଭ ହେବ ଶ୍ରୀମନ୍ଦିରରେ ଆଣ୍ଟିଡ୍ରୋନ୍‌ ଟେକ୍ନୋଲୋଜି’ 🔴 ଦେଶରେ ବଢୁଛି କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା 🔴 ୮ ରାଜ୍ୟର ୧୫ ସ୍ଥାନରେ ଏନଆଇଏ ରେଡ୍ 🔴 ବଦଳିବ ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ନାଁ 🔴 ବ୍ରହ୍ମପୁର R&B ଡିଭିଜନ AEEଙ୍କ ଘରେ ଭିଜିଲାନ୍ସ ରେଡ୍ 🔴 ରଜିତ ଗୁପ୍ତା ହେଲେ JEE ଆଡଭାନ୍ସ ଟପ୍ପର 🔴 ରାଜୀବ ଶୁକ୍ଳା ହୋଇପାରନ୍ତି ବିସିସିଆଇର କାର୍ଯ୍ୟକାରୀ ସଭାପତି 🔴 ଫାଇନାଲରେ ପଞ୍ଜାବ କିଙ୍ଗସ୍‌ 🔴 ଅତିରିକ୍ତ ତହସିଲଦାରଙ୍କୁ ମାଫିଆଙ୍କ ଆକ୍ରମଣ 🔴 ଉତ୍ତର-ପୂର୍ବ ରାଜ୍ୟରେ ବର୍ଷା ବିତ୍ପାତ, ୩୦ ମୃତ 🔴 ‘ଖୁବ୍‌ଶୀଘ୍ର ଆରମ୍ଭ ହେବ ଶ୍ରୀମନ୍ଦିରରେ ଆଣ୍ଟିଡ୍ରୋନ୍‌ ଟେକ୍ନୋଲୋଜି’ 🔴 ଦେଶରେ ବଢୁଛି କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା 🔴 ୮ ରାଜ୍ୟର ୧୫ ସ୍ଥାନରେ ଏନଆଇଏ ରେଡ୍ 🔴 ବଦଳିବ ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ନାଁ 🔴 ବ୍ରହ୍ମପୁର R&B ଡିଭିଜନ AEEଙ୍କ ଘରେ ଭିଜିଲାନ୍ସ ରେଡ୍