Masthead

କେଶରର ଔଷଧିୟ ଗୁଣ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଆଜି ପୁଣି ଥରେ ପ୍ରଧାନମନ୍ତ୍ରୀ ମୋଦୀ ବର୍ଷର ଶେଷ ‘ମନ କି ବାତ’ ରେଡିଓ କାର୍ଯ୍ୟକ୍ରମ ଜରିଆରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି । ଏଥର ଚର୍ଚ୍ଚାରେ କାଶ୍ମୀରର କେଶର କଥା ଉଠେଇଛନ୍ତି । ରବିବାର ମାସିକ ରେଡିଓ କାର୍ଯ୍ୟକ୍ରମରେ କାଶ୍ମୀର କେଶର କିଣିବା ପ୍ରସଙ୍ଗ ଉପରେ ନିଜର ମନ୍ତବ୍ୟ ରଖିଛନ୍ତି । ବହୁ ବର୍ଷ ଧରି କାଶ୍ମୀର ସହିତ ସାଫ୍ରନ୍ ବା କେଶର ନାମ ଯୋଡି ହୋଇ ରହିଛି । ଏହା ସାଧାରଣତଃ ପୁଲୱାମା, ବଡଗାମ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରେ ଉତ୍ପାଦନ କରାଯାଏ । ଏହାକୁ ଲକ୍ଷ୍ୟ କରି କାଶ୍ମୀର କେଶର କୁ ଚଳିତ ବର୍ଷ ଭୋ÷ଗଳିକ ସଂକେତ ‘ଜିଆଇ’ ର ଟ୍ୟାଗ ଦିଅ।।ଯାଇଛି । ଏହା ମାଧ୍ୟମରେ କାଶ୍ମୀର କେଶର କୁ ବିଶ୍ୱ ସ୍ତରରେ ଲୋକପ୍ରିୟ ବ୍ରାଣ୍ଡ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ।

ଇତିହାସକୁ ଫେରି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ, ଆକବରଙ୍କ ସମୟରେ ତାଙ୍କର ପ୍ରମୁଖ ସଦସ୍ୟ ଅବୁଲ ଫଜଲ ପ୍ରଥମ ଥର ପାଇଁ କାଶ୍ମୀର ଗସ୍ତ କରି କେଶର ଉପରେ ଦୃଷ୍ଟି ଦେଇଥିଲେ । ମୋଦୀ କହିଛନ୍ତି ଯେ କାଶ୍ମୀର କେଶର ସର୍ବଭାରତୀୟ ସ୍ତରରେ ପ୍ରସିଦ୍ଧ, ଯାହା ମଧ୍ୟରେ ବିଭିନ୍ନ ପ୍ରକାରର ଔଷଧିୟ ଗୁଣ ରହିଛି । ଏହା ଅତ୍ୟନ୍ତ ସୁଗନ୍ଧିତ, ଏହାର ରଙ୍ଗ ଗାଢ଼ ଅଟେ। କାଶ୍ମୀରୀ କେଶର ଜାମ୍ମୁ କାଶ୍ମୀରର ସାଂସ୍କୃତିକ ଐତିହ୍ୟକୁ ପ୍ରତିପାଦିତ କରେ । ଏହାର ଗୁଣବତ୍ତା ବିଷୟରେ ସମସ୍ତେ ପରିଚିତ । ତେଣୁ ‘ଜିଆଇ’ ଟ୍ୟାଗ ଦ୍ୱାରା ଏହି ବ୍ରାଣ୍ଡକୁ ପ୍ରତିଷ୍ଠିତ କରିବାପାଇଁ ନିଷ୍ପତ୍ତି ନିଆଯାଇଛିି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ସଫେଇ କର୍ମଚାରୀମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି 🔴 ବିହାରରେ ଆମ୍ବୁଲାନ୍ସ ଭିତରେ ୨୬ ବର୍ଷୀୟ ଯୁବତୀଙ୍କୁ ଗଣଦୁଷ୍କର୍ମ 🔴 କାରଗିଲ ବିଜୟ ଦିବସରେ ସେନାଙ୍କୁ ବଡ଼ ଉପହାର 🔴 କାହା ଛତ୍ର ଛାୟାରେ ବନଖଣ୍ଡ ବିଟ୍ ଅଧିକାରୀ? 🔴 ଧରାପଡ଼ିଲା କେନ୍ଦୁଝର ବନବିଭାଗର ଆଉ ଏକ କେଳେଙ୍କାରୀ 🔴 ଆଜି କାରଗିଲ ବିଜୟ ଦିବସ 🔴 ପ୍ରବଳ ବର୍ଷା, ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ମାଲଦ୍ୱୀପର ରାଷ୍ଟ୍ରପତିଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 🔴 ମାଲଦ୍ୱୀପ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 🔴 ଅପରେସନ ସିନ୍ଦୂର ଜାରି ରହିଛି : ଅନିଲ ଚୌହାନ 🔴 ସଫେଇ କର୍ମଚାରୀମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି 🔴 ବିହାରରେ ଆମ୍ବୁଲାନ୍ସ ଭିତରେ ୨୬ ବର୍ଷୀୟ ଯୁବତୀଙ୍କୁ ଗଣଦୁଷ୍କର୍ମ 🔴 କାରଗିଲ ବିଜୟ ଦିବସରେ ସେନାଙ୍କୁ ବଡ଼ ଉପହାର 🔴 କାହା ଛତ୍ର ଛାୟାରେ ବନଖଣ୍ଡ ବିଟ୍ ଅଧିକାରୀ? 🔴 ଧରାପଡ଼ିଲା କେନ୍ଦୁଝର ବନବିଭାଗର ଆଉ ଏକ କେଳେଙ୍କାରୀ 🔴 ଆଜି କାରଗିଲ ବିଜୟ ଦିବସ 🔴 ପ୍ରବଳ ବର୍ଷା, ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ମାଲଦ୍ୱୀପର ରାଷ୍ଟ୍ରପତିଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 🔴 ମାଲଦ୍ୱୀପ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 🔴 ଅପରେସନ ସିନ୍ଦୂର ଜାରି ରହିଛି : ଅନିଲ ଚୌହାନ