Before Header

୨୪ ଗଣତନ୍ତ୍ରର ମହାନପର୍ବରେ ନିଭାନ୍ତୁ ମହାନ୍ ଦାୟିତ୍ୱ

0 1,018

ଭୁବନେଶ୍ବର(ବଡ଼ ଖବର ବ୍ୟୁରୋ): ଦେଶରେ ଏବେ ଚାଲିଛି ଗଣତନ୍ତ୍ର ମହାନପର୍ବ । ୨୦୨୪ ସାଧାରଣ ନିର୍ବାଚନ । ଲୋକପ୍ରତିନିଧି ବାଛିବେ ଜନତା । ନିର୍ବାଚିତ କରି ଗଣତନ୍ତ୍ରର ମନ୍ଦିର ସଂସଦ ଓ ବିଧାନସଭାକୁ ବାଛିବେ ଜନପ୍ରତିନିଧି । ମୁଖ୍ୟ ଭୂମିକା ନିଭାନ୍ତି ମତଦାତା । ୫ବର୍ଷକୁ ଥରେ ହୋଇଥାଏ ଇଲେକ୍ସନ୍ । ଭୋଟରଙ୍କୁ ମିଳିଥାଏ ତାଙ୍କ ଜନ ନାୟକ ବାଛିବାର ସୁଯୋଗ । ନିର୍ବାଚନ ଯେତେ ଆବଧ, ନିରପକ୍ଷ ଓ ସ୍ୱଚ୍ଛ ଭାବେ ହେବ ତାହା ଆମ ସମ୍ବିଧାନକୁ ମଜଭୂତ ଓ ସୁଦୃଢ କରିବ । ଆମେ ଏବେ କେତେ ନିଜକୁ କରିପାରୁଛେ ସ୍ୱଚ୍ଛ । ନିଜକୁ ପଚାରିବାକୁ ହେବ । କାହିଁକି ନା ଆମେ ଯାହା କରିବା ଆମ ପର ପିଢୀ ମଧ୍ୟ ସେହି ଶିକ୍ଷା ଲାଭ କରିବେ । ଦେଶ ହେଉ ଅବା ରାଜ୍ୟ କିଛି ବର୍ଷ ହେବ ଦେଖିବାକୁ ମିଳୁଛି ଆଉ ନାହିଁ ନୀତି ନୈତିକତା ।

ଲୋକେ ଭୁଲିଯାଉଛନ୍ତି ନିଜର କ୍ଷମତା । ଗୋଟେ ଭୋଟର ମୂଲ୍ୟ କ’ଣ ଆମେ ଜାଣିବି କରିଦେଉଛେ କି ଅପବ୍ୟବହାର । ତାହା ଏବେ ନିଜେ ନିଜକୁ ପଚାରିବାର ସମୟ ଆସିଛି । କାହିଁକି ନା ଆମେ ମତଦାତା । ଆମ ଭୋଟରେ ବଳିୟାନ ହୁଅନ୍ତି ନେତା । ଆମେ ଯେମିତି ବାଛିବା ସେମିତି ଫଳ ପାଇବା । ୫ବର୍ଷକୁ ଯଦି ଆମେ ନଜରକୁ ରଖି ନିଜର ମୂଲ୍ୟବାନ ଭୋଟ ଖଣ୍ଡେ ଯୋଗ୍ୟ ବ୍ୟକ୍ତିଙ୍କୁ ଦେଇ କରିଥିବା ଚୟନ ଆମ ପାଇଁ ହୋଇପାରେ ସାହାୟକ । ଜନତା ହେଉଛନ୍ତି ନେତାଙ୍କ ମାଲିକ । ଜନତାଙ୍କ ଦୁଃଖସୁଖରରେ ଛିଡା ହେବା ପାଇଁ ବାଛିଥାନ୍ତି ନେତା । ହେଲେ ଏବେର ନେତା ଭୋଟ ପରେ ବନିଯାଉଛନ୍ତି ସ୍ୱାର୍ଥ ପର । ଭୋଟ ପୂର୍ବରୁ ମା, ମାଉସୀ, ଭାଇ, ଭଉଣୀ ଓ ବନ୍ଧୁ ବାନ୍ଧବ କହି ଗୋଡତଳେ ପଡି ନେଇଯାନ୍ତି ଫାଇଦା । ଠିକ୍ ନେତା ହେବା ପରେ ତୁ କିଏ ନା ମୁଁ କିଏ ଧାରାକୁ କରୁଛନ୍ତି ପାଥେୟ । ରାଜନୈତିକ ଦଳ ଗୁଡିକ ବି ନିଜର ଫାଇଦା ଓ କ୍ଷାମତାର ଲାଳାଷରେ ଆଉ ନେତା ବାଛିବା ପୂର୍ବରୁ ଦେଖୁନାହାନ୍ତି କ’ଣ ସେ ଜନତାଙ୍କ ପାଇଁ ଉଚିତ ପ୍ରାର୍ଥୀ ତ ।

ଯାହା ପାଇଁ ଧିରେ ଧିରେ ରାଜନୀତିର ସଜ୍ଞା ବି ହେଲାଣି ପରିବର୍ତ୍ତନ । ଯାହା ସଭ୍ୟ ସମାଜକୁ କଲାଣି ନଷ୍ଟ । ନେତା ହୁଅନ୍ତି ଜନତାଙ୍କ ମନ ଜିଣି ଜନନେତା । କିନ୍ତୁ ଏବେ ଆଉ ଦେଖିବାକୁ ମିଳୁନି ସେହି ସବୁ । ଏବେ ଖାଲି କଳ, ବଳ ଓ କୌଶଳର ହେଉଛି ବ୍ୟବହାର । ଯାହା ପାଇଁ ଯେତିକି ପରିମାଣରେ ନେତା ଦାୟୀ ସେତିକି ପରିମାଣରେ ଜନତା ମଧ୍ୟ ଦାୟୀ । ଯାହା ପାଇଁ ଭୁଶୁଡି ପଡଗିଲାଣି କି ଗଣତନ୍ତ୍ର ? ଯାହାକୁ ବି ବଦଳାଇବାର କ୍ଷମତା ରହିଛି ଜନତାଙ୍କ ହାତରେ । ହେଲେ ଆମେ କରୁଛେ କ’ଣ ? ସମୟ ଆସିଛି ଭୋଟ ଦେବାକୁ ଯିବା ପୂର୍ବରୁ ଥରେ ନିଜେ ନିଜକୁ ପଚାରିବା ଦରକାର । ଆମକୁ କ’ଣ ଦରକାର । ଲୋକତନ୍ତ୍ର ନା ନେତା ନା କ୍ଷମତାତନ୍ତ୍ର ।

Leave A Reply

Your email address will not be published.