Masthead

ଅଗଷ୍ଟ ୨ରେ ପିଏମ୍ କିଷାନ ଟଙ୍କା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଚାଷୀଙ୍କ ପାଇଁ ଆସିଲା ଖୁସି ଖବର । ଆସନ୍ତା ଅଗଷ୍ଟ ୨ରେ ଚାଷୀଙ୍କ ଖାତାକୁ ଆସିବ ପିଏମ୍ କିଷାନ ଟଙ୍କା । ୯ କୋଟି ୭୦ ଲକ୍ଷ ଚାଷୀଙ୍କ ଆକାଉଣ୍ଟକୁ ଆସିବ ୨୦ ହଜାର ୫ ଶହ କୋଟି ।ବାରଣାସୀରୁ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଇବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଡିବିଟି ଜରିଆରେ ପ୍ରତି ଚାଷୀଙ୍କ ଖାତାକୁ ଆସିବ ୨ ହଜାର ଟଙ୍କା । ପିଏମ୍ କିଷାନ ଚାଷୀଙ୍କ ଆୟକୁ ବଢାଇବା ପାଇଁ ସରକାର ଅନେକ ପ୍ରକାର ଯୋଜନା ଆରମ୍ଭ କରିଛନ୍ତି । ଆଉ ଏଥିମଧ୍ୟରୁ ଗୋଟିଏ ହେଉଛି ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା । ଏହି ଯୋଜନା ଅଧୀନରେ ସରକାର ବାର୍ଷିକ ୬ ହଜାର ଟଙ୍କା ଅର୍ଥାତ ୨ ହଜାର ଟଙ୍କାର ୩ଟି କିସ୍ତି ଚାଷୀଙ୍କ ଆକାଉଣ୍ଟକୁ ପଠାଉଛନ୍ତି ।

ପ୍ରତି ଚାରି ମାସ ବ୍ୟବଧାନରେ ଚାଷୀଙ୍କ ଖାତାକୁ ୨ହଜାର ଲେଖାଏଁ ଟଙ୍କା ପଠାଉଛନ୍ତି ମୋଦି । ଏବେ ପର୍ଯ୍ୟନ୍ତ ଚାଷୀଙ୍କ ଖାତାରେ ୧୯ଟି କିସ୍ତି ପଠାଯାଇସାରିଲାଣି । ଏହି କିସ୍ତି ଟଙ୍କା ଖରିଫ ଋତୁ ମାଧ୍ୟମରେ ଆସୁଛି । ଯାହା କୃଷକମାନଙ୍କୁ ସାର, ବିଷ ଓ ଅନ୍ୟାନ୍ୟ କୃଷି ଉପକରଣ କ୍ରୟ କରିବାରେ ସହାୟତା କରୁଛି । ଏହି ଯୋଜନାର ନିୟମ ଅନୁଯାୟୀ ଯଦି କୃଷକ ପରିବାରର କେହି ଟ୍ୟାକ୍ସ ଭରୁଥିବେ, ତେବେ ଏହି ଯୋଜନାର ଲାଭ ଉଠାଇ ପାରିବେ ନାହିଁ । ନିୟମ ଅନୁଯାୟୀ ଯଦି ଚାଷୀ ଜଣଙ୍କ ସରକାରୀ କର୍ମଚାରୀ କିମ୍ବା ଅବସରପ୍ରାପ୍ତ, ଏବେକାର କିମ୍ବା ପୂର୍ବତନ ସାଂସଦ, ବିଧାୟକ, ମନ୍ତ୍ରୀ ଅଛନ୍ତି ତେବେ କିଷାନ ଯୋଜନାରେ ସେଭଳି ବ୍ୟକ୍ତି ଅର୍ନ୍ତଭୁକ୍ତ ହୋଇପାରିବେ ନାହିଁ । ଯଦି ଅଯୋଗ୍ୟ କୃଷକମାନେ ଏହି ଯୋଜନାର ଲାଭ ଉଠାନ୍ତି, ତେବେ ସେମାନଙ୍କୁ ସମସ୍ତ କିସ୍ତି ସରକାରଙ୍କୁ ଫେରସ୍ତ କରିବାକୁ ପଡ଼ିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ