Before Header

ପାର୍ବଣ ମାସରେ ଏହି କଟକଣା

0 36

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ପୂଜାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ନୂଆ ଗାଇଡଲାଇନ ଜାରି କରିଛନ୍ତି । ଏହା ସହ ପାର୍ବଣ ଋତୁରେ ଅଧିକ ସତର୍କ ରହିବାକୁ ସ୍ୱତନ୍ତ୍ର ରିଲିଫ୍‌ କମିଶନର୍‌ ପ୍ରଦୀପ ଜେନା ସୂଚନା ଦେଇଛନ୍ତି । ପୂଜା ପାର୍ବଣରେ ସାମାଜିକ ଦୂରତା ରଖିବାକୁ ସରକାର ନିବେଦନ କରିବା ସହିତ ବାହାରେ ଅଯଥା ଗହଳି ନକରିବାକୁ ସରକାର ସତର୍କ କରାଇଛନ୍ତି । ବର୍ତ୍ତମାନ କୋଭିଡ୍‌ ମାମଲା ସ୍ଥିର ରହିଛି । ଏହାର ସଂକ୍ରମଣ ବଢ଼ିଲେ ଚିନ୍ତା ବଢ଼ିବ ବୋଲି ସେ କହିଛନ୍ତି । ପୂଜା ପାର୍ବଣକୁ ସରକାର ବିଶେଷ ଧ୍ୟାନ ଦେଇଛନ୍ତି । ବିଶେଷ ଭାବେ ୧୧ ତାରିଖରୁ ୨୦ ତାରିଖ ପର୍ୟ୍ୟନ୍ତ ଭୁବନେଶ୍ୱର ଏବଂ କଟକରେ ରାତ୍ରି ୮ଟାରୁ ସକାଳ ୫ଟା ପର୍ୟ୍ୟନ୍ତ କର୍ଫ୍ୟୁ ଜାରି ରଖାଯାଇଛି ।
 କଟକଣା ଗୁଡ଼ିକ ହେଲା
– କଟକ ଏବଂ ଭୁବନେଶ୍ୱରରେ ୧୧ ତାରିଖରୁ ୨୦ ତାରିଖ ପର୍ୟ୍ୟନ୍ତ ରାତି ୮ଟାରୁ ସକାଳ ୫ଟା ପର୍ୟ୍ୟନ୍ତ ରାତ୍ରିକାଳୀନ କର୍ଫ୍ୟୁ
– ସହରାଞ୍ଚଳ ଗୁଡ଼ିକରେ ନାଇଟ୍ କର୍ଫ୍ୟୁ ରାତି ୧୦ରୁ ସକାଳ ୫ ପର୍ୟ୍ୟନ୍ତ ଲାଗୁ ରହିବ
– ମଲ୍‌, ମାର୍କେଟ୍ , ବଜାର ରାତି ୧୦ ଯାଏଁ ଖୋଲିବ
– ବାହାଘର ଓ ବ୍ରତଘରରେ ୨୫୦ ଜଣ ସାମିଲ୍ ହୋଇ ପାରିବେ।
– ବିବାହ ଶୋଭାଯାତ୍ରାକୁ ଅନୁମତି। ସାମିଲ ହୋଇ ପାରିବେ ୫୦ ଜଣ।
– ଅନ୍ତ୍ୟେଷ୍ଟି କ୍ରିୟାରେ ଯୋଗ ଦେଇପାରିବେ ୨୫୦ ଲୋକ।
– ପୂର୍ଣ୍ଣ କ୍ଷମତାରେ ଚାଲିବ ସିନେମାହଲ୍ ଓ ଥିଏଟର।
– ଧାର୍ମିକ, ରାଜନୈତିକ କାର୍ୟ୍ୟକ୍ରମ ଉପରେ କଟକଣା ପୂର୍ବପରି ରହିବ।
– ମାସ୍କ, ସାମାଜିକ ଦୂରତା, ସାନିଟାଇଜ୍ ଗାଇଡ୍‌ଲାଇନ୍ ବଳବତ୍ତର ରହିବ।
– ପୂଜା ପାର୍ବଣରେ ସ୍ୱତନ୍ତ୍ର ଗାଇଡ୍‌ଲାଇନ୍
– ପୂଜା ପାର୍ବଣରେ ସ୍ଥାନୀୟ ପ୍ରଶାସନ ଜାରି କରିପାରିବେ ନିୟମ।
– ମାସ୍କ, ସାମାଜିକ ଦୂରତା, ସାନିଟାଇଜ୍ ଗାଇଡ୍‌ଲାଇନ୍ ବଳବତ୍ତର।
– ନଭେମ୍ୱର ପହିଲା ଯାଏଁ ଏହି ଗାଇଡ୍‌ଲାଇନ୍ ବଳବତ୍ତର ରହିବ।
– ସମସ୍ତ ମ୍ୟୁଜୟମ ଓ ପାଠାଗାର କୋଭିଡ୍ ନିୟମ ମାନି ଖୋଲିବ।
– ପ୍ରେକ୍ଷାଳୟ ଓ ଅଡିଟୋରିୟମରେ ଗାଇଡ୍‌ଲାଇନ୍ ମାନି ମିଟିଂ ହୋଇ ପାରିବ।

Leave A Reply

Your email address will not be published.