Masthead

ମଝି ନଈରେ ଓଲଟିଲା ଡଙ୍ଗା, ୨୧ ମୃତ

କେରଳ(ବଡ଼ ଖବର ବ୍ୟୁରୋ): କେରଳରେ ବଡ଼ ଧରଣର ଅଘଟଣ । ଅନ୍ଧାର ରାତିରେ ମଝି ନଈରେ ଓଲଟିଲା ଡଙ୍ଗା । ୨୧ ମୃତ, ୭ ଗୁରୁତର । ଅଘଟଣ ବେଲେ ଡଙ୍ଗାରେ ଥିଲେ ୪୦ ଜଣ ଯାତ୍ରୀ । ଗତକାଲି ରାତିରେ କେରଳର ମଲପ୍ପୁରମ୍ ଜିଲ୍ଲା ତାନୁରରେ ଏହି ଦୁର୍ଘଟଣା ଘଟିଛି । ୪୦ ଯାତ୍ରୀଙ୍କ ମଧ୍ୟରେ ଅଧିକାଂଶ ଛୋଟ ପିଲା ଥିବା ସୂଚନା ମିଳିଛି । ସୂଚନା ଅନୁସାରେ, ଏକ ସ୍କୁଲ୍‌ର ଖରା ଛୁଟି ଅବସରରେ ଛାତ୍ରଛାତ୍ରୀଙ୍କୁ ନେଇ ବୋଟରେ ପିକ୍‌ନିକ୍‌ ଚାଲିଥିଲା। ଡଙ୍ଗାରେ ପ୍ରାୟ ୪୦ ଜଣ ଥିବାବେଳେ ସେମାନଙ୍କ ମଧ୍ୟରେ ଅଧିକାଂଶ ଛାତ୍ରଛାତ୍ରୀ ଥିଲେ। ହଠାତ୍‌ ଡଙ୍ଗାଟି ତାନୁରରେ ଓଲଟି ପଡ଼ିଥିଲା। ଫଳରେ ୨୧ ଜଣଙ୍କ ଜୀବନ ଚାଲି ଯାଇଛି। ଡଙ୍ଗାରେ ଅଧିକ ଲୋକ ଯାତ୍ରା କରୁଥିବାରୁ ଏଭଳି ଅଘଟଣ ଘଟିଥିବା କୁହାଯାଉଛି। ତେବେ ଯେଉଁ ସ୍ଥାନରେ ଏହି ଅଘଟଣ ଘଟିଛି, ସେହି ସ୍ଥାନରୁ ସମୁଦ୍ର ମାତ୍ର ଅଳ୍ପ ଦୂର। ତାନୁର ଜିଲ୍ଲା ନିକଟ ଓଟ୍ଟିପୁରମ୍‌ ଦେଇ ଯାଇଥିବା ନଦୀରେ ଏହି ବଡ଼ ଅଘଟଣ ଘଟିଛି।

ଘଟଣାକୁ ନେଇ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ୍ ଦୁଃଖ ପ୍ରକାଶ କରିଛନ୍ତି। ପିନାରାୟୀ ବିଜୟ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା