Masthead

ଭାରତରେ ୩୩ ଲକ୍ଷରୁ ଅଧିକ ପିଲା ପୁଷ୍ଟିହୀନ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଭାରତରେ ୩୩ ଲକ୍ଷରୁ ଅଧିକ ପିଲା ପୁଷ୍ଟିହୀନ । ଗୋଟିଏ ପଟେ କେନ୍ଦ୍ର ସରକାର ଭାରତକୁ ବିଶ୍ୱଶକ୍ତି ରୂପେ ଛିଡ଼ା କରିବାର ସ୍ୱପ୍ନ ଦେଖୁଛନ୍ତି । ଏନେଇ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ମଧ୍ୟ ବାରମ୍ବାର କରିଆସୁଛନ୍ତି । ସେ ଗରିବ କଲ୍ୟାଣ ଯୋଜନା ହେଉ କି ଇନ୍ଧନ ଯୋଜନା । ସେପଟେ ଭାରତକୁ ଏକ ଶକ୍ତିଶାଳୀ ଦେଶ କରିବା ଉଦ୍ଦେଶ୍ୟରେ ବିକଶିତ ରାଷ୍ଟ୍ରମାନଙ୍କୁ ପ୍ରଧାନମନ୍ତ୍ରୀ ବାରମ୍ବାର ଗସ୍ତ କରୁଛନ୍ତି । ହେଲେ ବର୍ତ୍ତମାନ ପ୍ରଶ୍ନ ଉଠିଛି ଭାରତରେ କଣ କେବଳ ଯୋଜନା ପରେ ଯୋଜନା ଆଣିଲେ ଦେଶ ଉନ୍ନତି କରିବ ? କାହିିଁକିନା ଭାରତରେ ବର୍ତ୍ତମାନ ୩୩ ଲକ୍ଷରୁ ଅଧିକ ପିଲା ପୁଷ୍ଟିହୀନ ଥିବାର କଥା ସାମ୍ନାକୁ ଆସିଛି । ଏହା ସହ ୧୭.୭ ଲକ୍ଷ ପିଲା ଗୁରୁତର ଭାବରେ ପୁଷ୍ଟିହୀନ ଅଟନ୍ତି । ସେପଟେ ଅତ୍ୟଧିକ ପୁଷ୍ଟିହୀନ ଶିଶୁମାନେ ମହାରାଷ୍ଟ୍ର, ବିହାର ଏବଂ ଗୁଜୁରାଟରେ ଅଛନ୍ତି ।

ଏଇଠି ପୁଣି ପ୍ରଶ୍ନ ଉଠୁଛି ଗୁଜୁରାଟର ମଡେଲ ଦେଖାଇ ପ୍ରଧାନମନ୍ତ୍ରୀ ହୋଇଥିବା ନରେନ୍ଦ୍ର ମୋଦୀଙ୍କ ରାଜ୍ୟରେ ଗୁରୁତର ପୁଷ୍ଟିହୀନଙ୍କ ସଂଖ୍ୟା କିପରି ବଢିବାରେ ଲାଗିଛି ? ଗୁଜୁରାଟର ରୋଲ ମଡେଲ କଣ ଏଇୟା? ଦେଶରେ ମୋଟ ୩୩,୨୩,୩୨୨ ପିଲା ପୁଷ୍ଟିହୀନ ଅଛନ୍ତି । ଏହା ଛଡ଼ା ୧୪ ଅକ୍ଟୋବର ପର୍ଯ୍ୟନ୍ତ ୧୭.୭୬ ଲକ୍ଷ ପିଲା ଦେଶରେ ଗୁରୁତର ପୁଷ୍ଟିହୀନ ଅଟନ୍ତି । ଏବଂ ୧୫.୪୬ ଲକ୍ଷ ପିଲାଙ୍କର ପୁଷ୍ଟିହୀନତା ରହିଛି । ମହାରାଷ୍ଟ୍ର, ବିହାର ଏବଂ ଗୁଜୁରାଟର ଅଧିକାଂଶ ପୁଷ୍ଟିହୀନ ଶିଶୁ ଯଥାକ୍ରମେ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ରହିଛନ୍ତି । ମହାରାଷ୍ଟ୍ରରେ ସର୍ବାଧିକ ପୁଷ୍ଟିହୀନ ଶିଶୁ ୬.୧୬ ଲକ୍ଷ ରେକର୍ଡ କରାଯାଇଛି । ସେଥିମଧ୍ୟରୁ ୧,୫୭,୯୮୪ ପିଲା ପୁଷ୍ଟିହୀନ ଏବଂ ୪,୫୮,୭୮୮ ପିଲା ଗୁରୁତର ଭାବରେ ପୁଷ୍ଟିହୀନ ରହିଛନ୍ତି । ସେହିପରି ତାଲିକାରେ ବିହାର ଦ୍ୱିତୀୟ ସ୍ଥାନରେ ରହିଛି । ଯେଉଁଠାରେ ୪,୭୫,୮୨୪ ଲକ୍ଷ ପୁଷ୍ଟିହୀନ ଶିଶୁ ଅଛନ୍ତି । ଗୁଜୁରାଟ ତୃତୀୟ ସ୍ଥାନରେ ରହିଛି । ଯେଉଁଠାରେ ପୁଷ୍ଟିହୀନଙ୍କ ସଂଖ୍ୟା ୩.୨୦ ଲକ୍ଷ ଅଟେ ।

ଅନ୍ୟାନ୍ୟ ରାଜ୍ୟରେ ଆନ୍ଧ୍ରପ୍ରଦେଶରେ ୨,୬୭,୨୨୮ ପିଲା ରହିଥିବାବେଳେ କର୍ଣ୍ଣାଟକରେ ୨,୪୯,୪୬୩ ପିଲା ପୁଷ୍ଟିହୀନ ରହିଛନ୍ତି । ସେହିପରି ଉତ୍ତରପ୍ରଦେଶରେ ୧.୮୬ ଲକ୍ଷ ଶିଶୁ ପୁଷ୍ଟିହୀନ, ତାମିଲନାଡୁରେ ୧.୭୮ ଲକ୍ଷ, ଆସାମରେ ୧.୭୬ ଲକ୍ଷ ଏବଂ ତେଲେଙ୍ଗାନାରେ ୧,୫୨,୫୨୪ ଲକ୍ଷ ପିଲା ପୁଷ୍ଟିହୀନ ଅଛନ୍ତି । କେବଳ ଏତିକି ନୁହେଁ ପୁଷ୍ଟିହୀନତା ଦୃଷ୍ଟିରୁ ନୂଆଦିଲ୍ଲୀ ମଧ୍ୟ ପଛରେ ନାହିଁ । ଜାତୀୟ ରାଜଧାନୀରେ ୧.୧୭ ଲକ୍ଷ ପିଲା ପୁଷ୍ଟିହୀନ । ଅନ୍ୟପଟେ ୨୦୧୧ ଜନଗଣନା ଅନୁଯାୟୀ ଦେଶରେ ୪୬ କୋଟିରୁ ଅଧିକ ପିଲା ଅଛନ୍ତି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ