ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଆସନ୍ତା ୧୭ ତାରିଖରୁ ଆରମ୍ଭ ଥିବା ଟି-୨୦ ବିଶ୍ୱକପ ପାଇଁ ଆଜି ବିସିସିଆଇ ଟିମ ଇଣ୍ଡିଆ ପକ୍ଷରୁ ନୂଆ ଜର୍ସି ଉନ୍ମୋଚନ କରିଛି । ତେବେ ଏହି ନୂଆ ଜର୍ସି ର ନାଁ ‘ବିଲିୟନ ଚିୟର୍ସ ଜର୍ସି’ ରଖାଯାଇଛି । ଏହା ଫ୍ୟାନମାନଙ୍କ ବିଲିୟନ ଚିୟର୍ସକୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଇଛି । ତେବେ ବିସିସିଆଇ ପକ୍ଷରୁ ଇନଷ୍ଟାଗ୍ରାମରେ ନୂଆ ଜର୍ସିର ଫଟୋ ସାର୍ବଜନୀନ କରାଯାଇଛି । ନୂଆ ଜର୍ସିକୁ ରୋହିତ ଶର୍ମା, ବିରାଟ କୋହଲି, ଯଶପ୍ରୀତ ବୁମ୍ରା, କୋଏଲ ରାହୁଲ ଓ ରବୀନ୍ଦ୍ର ଜାଡେଜା ଏହି ଫଟୋକୁ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି ।
Presenting the Billion Cheers Jersey!
The patterns on the jersey are inspired by the billion cheers of the fans.
Get ready to #ShowYourGame @mpl_sport.
Buy your jersey now on https://t.co/u3GYA2wIg1#MPLSports #BillionCheersJersey pic.twitter.com/XWbZhgjBd2
— BCCI (@BCCI) October 13, 2021
ସୂଚନା ଅନୁସାରେ ଏହି ଜର୍ସି ଏମପିଏଲର ସ୍ପୋର୍ଟସ ପକ୍ଷରୁ ଲଞ୍ଚ କରାଯାଇଛି । ୨୦୨୩ ଡିସେମ୍ବର ଯାଏ ଏମପିଏଲ ହିଁ ଟିମ ଇଣ୍ଡିଆର କିଟ୍ ପାର୍ଟନର ରହିଆସିଛି । ଏହି ନୂଆ ଜର୍ସି ପୂର୍ବରୁ ଥିବା ନେଭି ବ୍ଲୁ ରେଟ୍ରୋର ସ୍ଥାନ ନେବ । ସେହି ଜର୍ସିକୁ ୧୯୯୨ ବିଶ୍ୱକପ ଢାଞ୍ଚାରେ ପ୍ରସ୍ତୁତ କରାଯାଇଥିଲା।