Masthead

ସ୍ୱଚ୍ଛ ଭାରତ ଅଭିଯାନରେ ମହାଦୁର୍ନୀତି

ପାପଡ଼ାହାଣ୍ଡି (ବଡ଼ ଖବର ବ୍ୟୁରୋ): ସ୍ୱଚ୍ଛ ଭାରତ ଅଭିଯାନରେ ମହାଦୁର୍ନୀତି, ହିତାଧୀକାରିଙ୍କ ପାଇଁ ଯାଆଁଳା ପାଇଖାନା । ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଳକ୍ ମଇଦଳପୁର ପଂଚାୟତ ଆଁଉଲି ଗ୍ରାମରେ ଦେଖିବାକୁ ମିଳିଛି ଅପରି ଏକ ଦୃଶ୍ୟ । ଆଁଉଲି ଗ୍ରାମରେ ମଦନାବତି କୃମି ଓ ମାଧୁରୀ କୃମି ଏହି ଦୁଇ ଜଣଙ୍କୁ ଦୁଇଟି କାର୍ଯ୍ୟାଦେଶ ମିଳିଥିଲା । ପ୍ରତ୍ୟେକ ପାଇଖାନା ପାଇଁ ମିଳିଥିବା ୧୨ହଜାର ଟଙ୍କାକୁ ଆତ୍ମସାତ କରାଯାଇ ଦୁଇଟି ପାଇଖାନା କୁ ଗୋଟିଏ କୋଠରୀରେ ଗୋଟିଏ ସ୍ଥାନରେ ନିର୍ମାଣ କରାଯାଇଛି ।

ମଝିରେ କାନ୍ଥ ମଧ୍ୟ ପଡ଼ି ନାହିଁ , କେବଳ ସେତିକି ନୁହେଁ ଟାଙ୍କି ଖୋଳା ଯାଇଛି ହେଲେ ଉପରେ ଘୋଡୋନି ବସାଯାଇ ନାହିଁ । ଏଠି ପ୍ରଶ୍ନ ଉଠୁଛି ପ୍ରଶାସନ କେମିତି ଜାଣି ପାରି ନାହିଁ ଠିକାଦାର ଓ ପ୍ରଶାସକଙ୍କ ମଧ୍ୟରେ ମଧୂଚନ୍ଦ୍ରିକା ନାହିଁ ତ । ଗାଁ କୁ ବାହ୍ୟ ମଳମୁକ୍ତ କରିବା ଲାଗି କେନ୍ଦ୍ର ସରକାର ଏହି ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି । କେବଳ ଗୋଟିଏ କି ଦୁଇଟି ନୁହେଁ ଗାଁରେ ରହୁଥିବା ୧୪୫ ହିତାଧିକାରୀଙ୍କ ପାଇଖାନା ନିର୍ମାଣରେ କିଛି ନା କିଛି ଦୁର୍ନୀତି ନିଶ୍ଚିତ ହୋଇଛି ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ