ଅଶ୍ଳୀଳ ଭିଡିଓ ଅପଲୋଡ଼ କରିବାକୁ ରାଜକୁନ୍ଦ୍ରା ତିଆରି କରିଥିଲେ ଆପ, ଯେଉଁଥିରେ ଥିଲେ ୨୦ଲକ୍ଷ ପେଡ୍ ଗ୍ରାହକ

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ରାଜକୁନ୍ଦ୍ରା ଅଶ୍ଳୀଳ ଫିଲ୍ମ ତିଆରି କରୁଥିବା ଅଭିଯୋଗରେ ଗିରଫ ହେବା ପରେ ଲଗାତାର ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଆଜି ପୁଣି ଏକ ତଥ୍ୟ ସାମ୍ନାକୁ ଆସିଛି ଯେ, ରାଜକୁନ୍ଦ୍ରା ୧୦୦ରୁ ଅଧିକ ଅଶ୍ଳୀଳ ଫିଲ୍ମ ତିଆରି କରିସାରିଛନ୍ତି । ଏନେଇ ଯାଞ୍ଚ କରୁଥିବା ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି । ତେବେ ସେ ଏହାମଧ୍ୟ କହିଛନ୍ତି ଯେ, ରାଜକୁନ୍ଦ୍ରା ପୋଲିସକୁ ଯାଞ୍ଚରେ ସହଯୋଗ କରୁନାହାନ୍ତି । ମୁମ୍ବାଇ ଅନେ୍ଧରି ୱେଷ୍ଟରେ ଥିବା ରାଜକୁନ୍ଦ୍ରାଙ୍କ କାର୍ଯ୍ୟାଳୟରେ ଚଢ଼ାଉ ବେଳେ କ୍ରାଇମବ୍ରାଞ୍ଚକୁ ଅଶ୍ଳୀଳ ଚଳଚ୍ଚିତ୍ରକୁ ନେଇ ଅଧିକ ତଥ୍ୟ ମିଳିଛି । ତେବେ ଏକାଧିକ ତଥ୍ୟକୁ ଡିଲିଟ ମଧ୍ୟ କରାଯାଇଛି । ଯାହାର ତଥ୍ୟ ହାସଲ କରିବାକୁ ଅଧିକ ସମୟ ଲାଗିବ ବୋଲି କହିଛନ୍ତି ପୋଲିସ ଅଧିକାରୀ ।

ସେପଟେ ହେପାଜତରେ ଥିବା ରାଜକୁନ୍ଦ୍ରା କୌଣସି ପ୍ରଶ୍ନର ଉତ୍ତର ସଠିକ ଭାବେ ଦେଉନଥିବାରୁ ତାଙ୍କ ହେପାଜତର ଅବଧି ମଧ୍ୟ ବଢ଼ାଇବାକୁ କୋର୍ଟରେ ଆବେଦନ କରାଯିବ । ତେବେ ୨୦୧୯ରୁ ରାଜକୁନ୍ଦ୍ରା ଅଶ୍ଳୀଳ ଫିଲ୍ମ ବନାଇବା ଆରମ୍ଭ କରି ସେଥିରୁ କୋଟି କୋଟି ଟଙ୍କା ରୋଜଗାର କରିଥିଲେ । ଅଶ୍ଳୀଳ ଭିଡିଓ ଡାଉନଲୋଡ଼ ବା ଅପଲୋଡ଼ କରିବାକୁ ରାଜକୁନ୍ଦ୍ରା ଏକ ହଟଶଟ ନାମକ ଏକ ଆପ ମଧ୍ୟ ତିଆରି କରିଥିଲେ । ଯେଉଁତିରେ ପ୍ରାୟ ୨୦ଲକ୍ଷ ପେଡ୍ ଗ୍ରାହକ ରହିଥିଲେ । ୱେବ ଅପେକ୍ଷା ଆପରେ ଅଶ୍ଳୀଳ ଭିଡିଓ ସହଜ ହେଉଥିବାରୁ ଏପରି କରିଥିଲେ ରାଜକୁନ୍ଦ୍ରା । ଯାହାକୁ ନେଇ ରହିଛି ଯଥେଷ୍ଟ ପ୍ରମାଣ ଏନେଇ ସ୍ପଷ୍ଟ କରିଛନ୍ତି ପୋଲିସ ଅଧିକାରୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ