Masthead

ଆସିକା ବିଜେଡି ପକ୍ଷରୁ ୨୭ ତମ ପ୍ରତିଷ୍ଠା ଦିବସ ପାଳିତ

ଆସିକା(ବଡ଼ ଖବର ବ୍ୟୁରୋ):  ଓଡ଼ିଶାର ବିଜେଡି ଦଳ ଆଜି ୨୬ ପୂରି ୨୭ ବର୍ଷକୁ ପଦାର୍ପଣ କରିଛି । ଏହି ୨୭ତମ ପ୍ରତିଷ୍ଠା ଦିବସରେ ସେବା ଓ ବିକାଶର ବାର୍ତ୍ତା ଦେଇଛି ବିଜେଡି । ଏହା ସହିତ ପ୍ରତିଷ୍ଠା ଦିବସରେ ସାଇକେଲ ଯାତ୍ରା, ଗଣଦୌଡ ଏବଂ ସାଧାରଣ ସଭା କାର୍ଯ୍ୟମାନ ଅନୁଷ୍ଠିତ ହୋଇଯାଇଛି । ଆସିକା ବିଜୁ ଜନତା ପକ୍ଷରୁ ବିଜୁଛକ ସ୍ଥିତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ବିଧାୟିକା ମଞ୍ଜୁଳା ସ୍ବାଇଁଙ୍କ ଦ୍ଵାରା ପୁଷ୍ପମାଲ୍ୟାର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଆସିକା ସଵଡିଭିଜନ ମେଡିକାଲ ଠାରୁ ରୋଗୀଙ୍କ ଆରୋଗ୍ୟ କାମନା ସହିତ ସମସ୍ତଙ୍କୁ ଫଳ ଓ ମିଷ୍ଟାନ୍ନ ବଣ୍ଟନ କାର୍ୟ୍ୟକ୍ରମ ହୋଇଥିଲା । ଏହାପରେ ଆସିକା ସହର ଉପକଣ୍ଠ ପ୍ରାଚୀନ ଟାଉନହଲ ପଡିଆ ଠାରେ ବିରାଟ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ଯୁବ ଜିଲ୍ଲା ପରିଷଦ ବି.ମନୋଜ କୁମାର ଦୋରା କାର୍ୟ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ବହୁ ବିଜେଡି ନେତା ଯୋଗ ଦେଇଥିଲେ । ବିଜୁ ପଟ୍ଟନାୟକଙ୍କ ନୀତି ଆଦର୍ଶରେ ୧୯୯୭ ମସିହା ଡିସେମ୍ବର ୨୬ ତାରିଖରେ ବିଜୁ ଜନତା ଗଠନ ହୋଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ