୩ଟି ଟ୍ରଙ୍କରେ ୩୦ କୋଟି

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବାହାରୁଛି କୋଟି କୋଟି ଟଙ୍କା । ଭୁବନେଶ୍ୱରର ବ୍ୟବସାୟିକ ପ୍ରତିଷ୍ଠାନ ଡିଏନ ଗ୍ରୁପ ଉପରେ ଜୋରଦାର ଚଢାଉ । ପ୍ରଥମେ ଆଇଟି ରେଡ ଆଉ ତାପରେ ଖୁବଶୀଘ୍ର ହୋଇପାରେ ଇଡି ରେଡ୍ । ଗ୍ରୁପର ଲିଗାଲ ଅଫିସର ଚନ୍ଦ୍ରଶେଖର ପଣ୍ଡାଙ୍କ ଘରୁ ୩୦ କୋଟି ଟଙ୍କା ମିଳିବା ପରେ ପ୍ରବିର୍ତ୍ତନ ନିଦେ୍ର୍ଦଶାଳୟ ବା ଇଡି ଖୁବଶୀଘ୍ର ନିଜ ଆଡୁ ମାମଲା ରୁଜୁ କରିପାରେ । ଡିଏନ ଗ୍ରୁପର ବେଆଇନ ଆର୍ଥିକ କାରବାର ଉପରେ ହୋଇପାରେ ତଦନ୍ତ । ବୁଧବାର ଆଇଟି ରେଡ ବେଳେ ଡିଏନ ଗ୍ରୁପ ଲିଗାଲ ଅଫିସରଙ୍କ ନିକଟରୁ ୩୦ କୋଟି ଜବତ ହେବା ପରେ ତତ୍ପର ହୋଇଛି ଆଇଟି ଓ ଇଡି । ୩ଟି ଟ୍ରଙ୍କରୁ ଜବତ ୩୦ କୋଟି ଟଙ୍କାକୁ ଆୟଙ୍କର ଅଫିସକୁ ନିଆଯାଇଛି । ଏହାସହ ସୁଟକେଶରେ ଥିବା କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ମଧ୍ୟ ନିଆଯାଇଛି ।

ବୁଧବାର ଡିଏନ ଗ୍ରୁପର ୨୦ଟି ସ୍ଥାନ ସହ ପ୍ରତିଷ୍ଠାନର ଅଧ୍ୟକ୍ଷ, ନିଦେ୍ର୍ଦଶକ, ଅଧିକାରୀ ଓ କିଛି ବରିଷ୍ଠ କର୍ମଚାରୀଙ୍କ ଘରେ ଆଇଟି ରେଡ ହୋଇଥିଲା । ଡିଏନ ଗ୍ରୁପରୁ ଏତେ ଟଙ୍କା ବାହାରିବା ପରେ ରାଜ୍ୟ ରାଜନୀତି ଜୋର ଧରିଛି । ବ୍ୟବସାୟୀ ଜଗଦୀଶ ପ୍ରସାଦ ନାୟକଙ୍କ ସହ ତୃତୀୟ ମହଲାର ସଂପର୍କ ଅଛି । ଶାସକ ନେତାଙ୍କ ବ୍ୟବସାୟୀଙ୍କ ଲିଙ୍କ୍ ରହିଥିବା ଅଭିଯୋଗ କରିଛି ବିଜେପି । ରାଜ୍ୟର ଅନେକ ସ୍ଥାରେ ରେଡ୍ ହୋଇଛି । ରେଡ୍ ଯେଉଁଠି ହେଉଛି ସେଠାରେ ଅପ୍ରାକୃତିକ ଭାବରେ ଆଶଙ୍କା ଠାରୁ ଅଧିକ ଟଙ୍କା ବାହାରୁଛି ।

ଏ ଟଙ୍କା କାହାର । ତାହାର ତର୍ଜମା ହେବା ଆବଶ୍ୟକ ବୋଲି କହିଛନ୍ତି ବଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ । ସେପଟେ କଂଗ୍ରେସ କହିଛି ଯେ ଏହି ସବୁ ଟଙ୍କା ବଡ଼ ବଡ଼ ନେତାଙ୍କର । ନିର୍ବାଚନରେ ଖଟେଇବା ପାଇଁ ଏହା ରଖାଯାଇଥିଲା । ଯାହାର ଖୁଲାସା ହେବା ଦରକାର । ଯାହାର ତଦନ୍ତ ହେବା ଆବଶ୍ୟକ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା । ସେପଟେ ବିଜେଡି କହିଛି ଯେ ଆଇଟି ରେଡ୍ ହେଲେ ମଧ୍ୟ କିଛି ଯାଏ ଆସେ ନାହିଁ । ଆଇଟି ରେଡରେ ଯିଏ ପଡ଼ିବ ସିଏ ବୁଝିବ । ମୁଖ୍ୟମନ୍ତ୍ରୀ ଏଭଳି ପ୍ରସଙ୍ଗରେ କାହାକୁ ସପୋର୍ଟ କରନ୍ତି ନାହିଁ । ଆଇନ ତା’ ବାଟରେ ଯିବ । ବିରୋଧୀ ବିଜେପି ଓ କଂଗ୍ରେସର ଅଭିଯୋଗ ଭିତିହୀନ । ଡିଏନ ଗ୍ରୁପ ଉପରେ ପ୍ରଥମେ ଆଇଟି ଆଉ ଆଗକୁ ହୋଇପାରେ ଇଡି ରେଡ୍ । ଏବେ କୋଟି କୋଟି ଟଙ୍କା ବାହାରୁଥିବା ବେଳେ ଆଗକୁ କ’ଣ ହେୁଛି ତାହା ସମୟ କହିବ । ସେପଟେ ପ୍ରସଙ୍ଗକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ