Masthead

ରାସ୍ତା ଠିକ୍ କର, ନହେଲେ ଧାରଣା ଦିଆଯିବ

ପାଲଲହଡ଼ା (ବଡ଼ ଖବର ବ୍ୟୁରୋ): ଆଣ୍ଠୁଏ କାଦୁଅରେ ଗ୍ରାମବାସୀ । ଛାତ୍ରଛାତ୍ରୀ ହେଲେ ହନ୍ତସନ୍ତ । ଅନୁଗୋଳ ଜିଲ୍ଲା ପାଲଲହଡ଼ା ବ୍ଲକରେ ଦୁର୍ନୀତିର ଗନ୍ଧ ବାରମ୍ବାର ଆସିଥାଏ। ଏବେ ଲକ୍ଷାଧିକ ଟଙ୍କା ଚଳୁ ହୋଇଥିବା ଅଭିଯୋଗ ହୋଇଛି । ଲୋକଙ୍କ ଅଭିଯୋଗ ଅନୁଯାୟୀ ପାଲଲହଡ଼ା ବ୍ଲକର ସଇଡ଼ା ପଞ୍ଚାୟତ ଅନ୍ତର୍ଗତ ମହନପୁର ଗ୍ରାମର ରାସ୍ତାରେ ହୋଇଛି ମହା ଦୁର୍ନୀତି । ଏହି ରାସ୍ତାରେ ବିନା ଫଳକରେ ହୋଇଛି ମନରେଗା ଯୋଜନାର ରାସ୍ତା। ଏହି ରାସ୍ତା ବିଗତ ୬ ମାସ ପୂର୍ବରୁ ହୋଇଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି।

ଏହି ରାସ୍ତା ବିନା ଫଳକରେ ଲକ୍ଷାଧିକ ଟଙ୍କାର କାମ ହେଲା କିନ୍ତୁ ମୁଠାଏ ବି ଗୋଡ଼ି ରାସ୍ତାରେ ପଡ଼ିଲା ନାହିଁ। ଏବେ ନା ଗ୍ରାମବାସୀ ଯାଇ ପାରୁଛନ୍ତି ନା ଛାତ୍ର ଛାତ୍ରୀ ସ୍କୁଲ ଯାଇ ପାରୁଛନ୍ତି । ଏ ବାବଦରେ ଗ୍ରାମବାସୀ ସ୍ଥାନୀୟ ସରପଞ୍ଚ ତଥା ବ୍ଲକ୍ ପ୍ରଶାସନକୁ ଯେତେ ଜଣାଇଲେ ମଧ୍ୟ କେହି କିଛି ଶୁଣୁ ନଥିବା ଅଭିଯୋଗ କରିଛନ୍ତି। ଶେଷରେ ଗ୍ରାମର ରାସ୍ତାକୁ ବନ୍ଦ କରି ପ୍ରତିବାଦ କରିଛନ୍ତି। ଯଦି ଯଥା ଶୀଘ୍ର ଏହାର ସମାଧାନ ନହୁଏ ତେବେ ପଞ୍ଚାୟତ ଅଫିସ୍ ଆଗରେ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି। ସଇଡ଼ା ପଞ୍ଚାୟତ ପିଇଓଙ୍କୁ ଆମେ ଏ ବାବଦରେ ପଚାରିବା ପାଇଁ ବାରମ୍ବାର ଫୋନ କଲେ ମଧ୍ୟ ତାଙ୍କ ପାଖରେ ଉତ୍ତର ନଥିବାରୁ ସେ ଫୋନ ଉଠାଉ ନାହାନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା