Masthead

ଫୁଟବଲ୍ ମ୍ୟାଚ୍ ଚାଲିଥିବା ବେଳେ ଗୁଳିମାଡ

ୱାଶିଂଟନ(ବଡ଼ ଖବର ବ୍ୟୁରୋ)   ଫୁଟବଲ୍ ମ୍ୟାଚ ଖେଳ ଚାଲିଥିବା ବେଳେ ଗୁଳିମାଡ ହୋଇଥିବା ଖବର ସାମ୍ନାକୁ ଆସିଛି । ଖେଳାଳିଙ୍କ ଉପରେ ଦୁର୍ବୃତ୍ତମାନେ ଗୁଳିମାଡ କରିଛନ୍ତି । ତେବେ ଆମେରିକାର ଏଲବାମା ସହରରେ ଏଭଳି ଘଟଣା ଘଟିଛି । ଶୁକ୍ରବାର ରାତିରେ ଏକ ହାଇସ୍କୁଲ ପକ୍ଷରୁ ଫୁଟବଲ ମ୍ୟାଚ ଖେଳ ଅନୁଷ୍ଠିତ ହୋଇଥିଲା । ଠିକ ଏହି ସମୟରେ ଆଖିବୁଜା ଖୁଳିମାଡ ହୋଇଥଲା । ଖେଳାଳିମାନେ ମ୍ୟାଚ ଛାଡି ପ୍ରାଣ ବିକଳରେ ଦୌଡୁଥିବାର ଏକ ଭିଡିଓ ଭାଇରାଲ ହୋଇଥିଲା ।

ଏହି ଗୁଳିମାଡରେ ପ୍ରାୟ ୪ ଜଣ ଆହତ ହୋଇଥିବା ଜଣାପଡିଛି । ପୋଲିସର ସୂଚନା ଅନୁଯାୟୀ ଆହତ ହୋଇଥିବା ୪ଜଣଙ୍କ ମଧ୍ୟରୁ ଦୁଇଜଣ ନାବାଳକ । ତିନିଜଣ ପୁରୁଷ ଏବଂ ଜଣେ ମହିଳାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହି ଗୁଳି ବିନିମୟ ପିଚ୍ କିମ୍ବା ଷ୍ଟାଣ୍ଡରେ ନୁହେଁ ବରଂ ଷ୍ଟାଡିୟମର ପଶ୍ଚିମ ରାମ୍ପରେ ଘଟିଛି । ପୋଲିସର କହିବା ଅନୁଯାୟୀ, ପଡିଆ ଉପରେ ପ୍ରାୟ ୭ ରାଉଣ୍ଡ ଗୁଳିମାଡ ହୋଇଥିଲା, ଯେଉଁଥିରୁ ୪ଟି ସେଲ ଜବତ ହୋଇଛି । ଏପର୍ଯ୍ୟନ୍ତ କେବଳ ଜଣେ ସୁଟରଙ୍କୁ ସନ୍ଦେହ କରାଯାଉଥିବା ବେଳେ ଏଥିରେ ଅନେକ ଲୋକ ଜଡିତ ଅଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ