Masthead

ବନ୍ଧାହେଲେ କୋଟିପତି ଇଞ୍ଜିନିୟର, ୧୨୫ କୋଟିର ମାଲିକ ବୀରେନ୍ଦ୍ର କୁମାର

ରାଞ୍ଚି (ବଡ଼ ଖବର ବ୍ୟୁରୋ): ବନ୍ଧାହେଲେ କୋଟିପତି ଇଞ୍ଜିନିୟର । ମନି ଲଣ୍ଡ୍ରିଂ ମାମଲାରେ ବୀରେନ୍ଦ୍ର କୁମାର ରାମ ଗିରଫ ହୋଇଛନ୍ତି । ଝାଡଖଣ୍ଡ ରାଞ୍ଚିର ଗ୍ରାମ୍ୟ ଉନ୍ନୟନ ବିଭାଗର ମୁଖ୍ୟଯନ୍ତ୍ରୀଙ୍କ ସମ୍ପତ୍ତି ଦେଖି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଅଧିକାରୀ ଆଶ୍ଚର୍ୟ୍ୟ ହୋଇଯାଇଛନ୍ତି । ୨-୪କୋଟି ନୁହେଁ ୧୨୫କୋଟି ସମ୍ପତ୍ତିର ମାଲିକ ସାଜିଛନ୍ତି ଇଞ୍ଜିନିୟର ବୀରେନ୍ଦ୍ର କୁମାର ରାମ । ମନି ଲଣ୍ଡ୍ରିଂ ମାମଲାରେ ସମ୍ପୃକ୍ତ ଇଞ୍ଜିନିୟର ବୀରେନ୍ଦ୍ର କୁମାର ରାମଙ୍କୁ ଗିରଫ କରିଛି ଇଡି । ରେଡ ବେଳେ ନଗଦ ୪୦ଲକ୍ଷ ଟଙ୍କା ଓ ପ୍ରାୟ ଦେଢ କୋଟି ଟଙ୍କାର ସୁନାଗହଣା ଜବତ ହୋଇଛି ।

ଏହାସହ ବିଳାସପୂର୍ଣ୍ଣ ଗାଡି ମଧ୍ୟ ରହିଛି । ସେହିପରି ବିଭିନ୍ନ ସ୍ଥାନରେ ଘର ଓ ପ୍ଲଟ ଥିବା କଥା ଜଣାପଡିଛି । ଇଞ୍ଜିନିୟର ବୀରେନ୍ଦ୍ର କୁମାରଙ୍କ ୨କୋଟି ୭୦ଲକ୍ଷ ଟଙ୍କାର ଏକ ବିଳାସପୂର୍ଣ୍ଣ ଘର ଥିବା ବି ଜଣାପଡିଛି । ଝାଡଣଣ୍ଡ, ବିହାର, ଦିଲ୍ଲୀ ଓ ହରିୟାଣାରେ ତାଙ୍କର ବିଭିନ୍ନ ଠିକଣା ଉପରେ ଚଢାଉ ହୋଇଥିଲା । ୨୦୧୯ରେ ଝାଡଖଣ୍ଡ ଜମଶେଦପୁର ଗ୍ରାମ୍ୟ ଉନ୍ନୟନ ବିଭାଗର ଯନ୍ତ୍ରୀଙ୍କ ଚଢାଉ ପରେ ୨କୋଟି ୪୪ଲକ୍ଷ ଟଙ୍କା ମିଳିଥିଲା ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା