Before Header

ମହାନଦୀ ବିବାଦ ପାଇଁ ଖର୍ଚ୍ଚ ହେଲାଣି ୬ କୋଟି, ଫଳ ଶୂନ୍

0 29

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ପାଣି ହେଲା ବେକେ, ପୁଣି ଗଡିଲା ମହାନଦୀ ଟ୍ରିବ୍ୟୁନାଲ ଶୁଣାଣି । ମହାନଦୀ ମାମଲାରେ ଏପର୍ଯ୍ୟନ୍ତ ଖର୍ଚ୍ଚ ହେଲାଣି ୬ କୋଟି । ୩ ବର୍ଷ ମଧ୍ୟରେ ଓକିଲ ନେଇଛନ୍ତି ଏତିକି ଫି । ମାମଲା ଏବେ ବି ଚାଲୁଛି । ଆଗକୁ ଖର୍ଚ୍ଚ ହେବ ଆହୁରି ଅର୍ଥ । ଫୈସଲା କଣ ହେବ, ତାହା ଭବିଷ୍ୟତ କହିବ । ମହାନଦୀ ଜଳ ମାମଲା ଟ୍ରିବ୍ୟୁନାଲରେ ଲଢିବା ପାଇଁ ରାଜ୍ୟ ସରକାର ଓକିଲ ଫିସ ବାବଦରେ ୬ କୋଟି ଟଙ୍କା ଖର୍ଚ୍ଚ କରିସାରିଲେଣି । ସୂଚନା ଅଧିକାର ଆଇନରେ ମିଳିଥିବା ତଥ୍ୟ ଅନୁଯାୟୀ, ରାଜ୍ୟ ସରକାର ମହାନଦୀ ଜଳ ବିବାଦ ମାମଲା ଟ୍ରିବୁନାଲରେ ଲଢିବା ପାଇଁ ଆଡଭୋକେଟ୍ ମାନଙ୍କ ଫି ବାବଦରେ ଗତ ତିନି ବର୍ଷ ମଧ୍ୟରେ ୬ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ।

ବରିଷ୍ଠ ଓକିଲ ମୁକୁଲ ରୋହିତଗିଙ୍କ ଫିସ୍ ବାବଦକୁ ୧.୧୪ କୋଟି, ମୋହନ କତାରକ ୧.୮୦, ଶ୍ରୀ ଅଗ୍ରୱାଲ ୪୧.୭୩ କୋଟି ନେଇଥିବା ବେଳେ ଅନ୍ୟ ଆଇନ ଜୀବିମାନେ ବାକି ଅର୍ଥ ନେଇଛନ୍ତି । ମାମଲା ଏବେ ବି ଚାଲିଛି ଅହୁରି ଅର୍ଥ ଖର୍ଚ୍ଚ ହେବ କିନ୍ତୁ ଫଳ କଣ ମିଳିବ ତାହା ଦେଖିବାକୁ ବାକି ରହିଲା । ୨୦୧୬ ମସିହାରେ ଯେତେବେଳେ ନଗଡା ଶିଶୁ ମୃତ୍ୟୁକୁ ନେଇ ରାଜ୍ୟରେ ଆଲୋଡନ ସୃଷ୍ଟି ହୋଇଥିଲା ଠିକ ସେତିକି ବେଳେ ମୁଖ୍ୟମନ୍ତ୍ରୀ ଛତିଶଗଡ଼ ସରକାରଙ୍କୁ ଆଙ୍ଗୁଠି ଉଠାଇଥିଲେ ।

ଛତିଶଗଡ ସରକାର ବେଆଇନ ଭାବେ ମନ ଇଛା ମହାନଦୀ ଉପରେ ବନ୍ଧ ନିର୍ମାଣ ଯୋଗୁ ଓଡ଼ିଶାରେ ମହାନଦୀ ଶୁଖି ଯାଉଛି ବୋଲି ଅଭଯୋଗ କରିଥିଲେ । ତେଣୁ ଛତିଶଗଡ଼ ସରକାର ତୁରନ୍ତ ବନ୍ଧ ନିର୍ମାଣ ବନ୍ଦ କରିବା ଦାବିକରି ବିଜେଡି ନେତା ବିଭିନ୍ନ ଜିଲ୍ଲାରେ ଜିଲ୍ଲାପାଳଙ୍କ ନିକଟରେ ଧାରଣା ଦେଲେ । ଏହାକୁ ନେଇ ମହାନଦୀ ପ୍ରବାହିତ ଜିଲ୍ଲାରେ ବ୍ୟାପକ ଆନ୍ଦୋଳନ କରିଥିଲେ । ଏହା ସହ ରାଜ୍ୟବ୍ୟାପି ବିତର୍କ ଚାଲିଥିଲା । ଏହି ସମୟରେ କେନ୍ଦ୍ରସରକାର ଆଲୋଚନା ପାଇଁ ବୈଠକ ଡାକିଥିଲେ । ଓଡ଼ଶା ଓ ଛତିଶଗଡକୁ ପକ୍ଷ ରଖିବା ପାଇଁ କୁହାଯାଇଥିଲା । ଏହି ବୈଠକରେ ଓଡ଼ଶାର କ’ଣ ମତ ରହିବ ସେଥିପାଇଁ ମୁଖ୍ୟମନ୍ତ୍ରୀ ଜଳ ବିବାଦର ସମାଧାନ ପାଇଁ ରାଜ୍ୟବାସୀଙ୍କ ମତାମତ ଲୋଡିଥିଲେ । ଶହ ଶହ ବୃଦ୍ଧିଜୀବି, ସମାଜସେବୀ, ଲେଖକ, ସାହିତ୍ୟିକ ସହ ବିଭିନ୍ନ ସଙ୍ଗଠନ ମୁଖ୍ୟ ମନ୍ତ୍ରୀଙ୍କୁ ବ୍ୟକ୍ତିଗତ ଭାବେ ଭେଟି ସେମାନଙ୍କ ମତାମତ ଦେଇଥିଲେ ।

Leave A Reply

Your email address will not be published.