ସମୁଦ୍ର ବାଲିକୁ ବି ଛାଡ଼ିଲେନି ବାଲି ମାଫିଆ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ):  ବାଲେଶ୍ୱର ଜିଲ୍ଲାରେ ବେଆଇନ ବାଲି ଚାଲାଣକୁ ନେଇ ମାଇନିଂ ବିଭାଗ ବଡ଼ ଧରଣର କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଛି। ସମୁଦ୍ର ବାଲିକୁ ମଧ୍ୟ ଛାଡ଼ି ନାହାନ୍ତି ବାଲି ମାଫିଆ। ଅଭିଯୋଗ ଅନୁଯାୟୀ, ପ୍ରତିଦିନ ଶହ ଶହ ହାଇୱା ଓ ଟ୍ରାକ୍ଟର ଯୋଗେ ସମୁଦ୍ର ବାଲିକୁ ବେଆଇନ ଭାବେ ପଶ୍ଚିମବଙ୍ଗକୁ ଚାଲାଣ କରାଯାଉଥିଲା। ସମୁଦ୍ର କୂଳିଆ ଅଞ୍ଚଳର ଲୋକଙ୍କ ଅଭିଯୋଗ ପାଇବା ପରେ ମାଇନିଂ ବିଭାଗ ଆକ୍ସନ ମୋଡ୍‌କୁ ଆସି ଅଚାନକ ଚଢ଼ାଉ କରିଥିଲା।

ଜଳେଶ୍ୱର ଜୁନିଅର ମାଇନିଂ ଅଧିକାରୀ ଅଭିଷେକ ବେହେରା ଓ ବସ୍ତା ମାଇନିଂ ଅଧିକାରୀ ତାପସ କୁମାର ବେହେରାଙ୍କ ନେତୃତ୍ୱରେ ବସ୍ତା–ବାଲିଆପାଳ ଅଞ୍ଚଳର ବିଭିନ୍ନ ସ୍ଥାନରେ ମିଳିତ ଚଢ଼ାଉ କରାଯାଇଥିଲା। ଏହି ସମୟରେ ବେଆଇନ ଭାବେ ପଶ୍ଚିମବଙ୍ଗ ଅଭିମୁଖେ ବାଲି ବୋଝେଇ ଯାଉଥିବା ୪ଟି ହାଇୱା ଓ ୨ଟି ଟ୍ରାକ୍ଟରକୁ ଜବତ କରାଯାଇଥିଲା।ଜବତ ହୋଇଥିବା ୨ଟି ହାଇୱାକୁ ବସ୍ତା ଥାନାରେ ଅଟକ ରଖାଯାଇଥିବା ବେଳେ, ଅନ୍ୟ ୨ଟି ହାଇୱା ସହ ୨ଟି ଟ୍ରାକ୍ଟରକୁ ବାଲିଆପାଳ ଥାନାରେ ଜିମା ଦିଆଯାଇଛି।

ବାଲେଶ୍ୱରରୁ ପଶ୍ଚିମବଙ୍ଗକୁ ଦୀର୍ଘଦିନ ଧରି ବେଆଇନ ବାଲି ଚାଲାଣ ହେଉଥିବା ଅଭିଯୋଗ ଆସୁଥିବା ବେଳେ ମାଇନିଂ ବିଭାଗର ଏହି କଡ଼ା କାର୍ୟ୍ୟାନୁଷ୍ଠାନ ପରେ ବାଲି ମାଫିଆଙ୍କ ମଧ୍ୟରେ ଛନକା ପଶିଛି। ଆଗାମୀ ଦିନରେ ମଧ୍ୟ ଏଭଳି ବେଆଇନ ଖଣିଜ ଚାଲାଣ ବିରୋଧରେ ସ୍ୱତନ୍ତ୍ର ଚଢ଼ାଉ ଜାରି ରହିବ ବୋଲି ମାଇନିଂ ବିଭାଗ ସୂଚନା ଦେଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପୂର୍ବତନ ସାଂସଦ ଏନ୍. ଭାସ୍କର ରାଓଙ୍କ ଘରେ EOW ରେଡ୍ 🔴 ମାଲକାନଗିରିରେ ମହାବଳ ବାଘ 🔴 ଆସିକାବାସୀଙ୍କ ଦୁର୍ଦ୍ଦଶାକୁ ଦ୍ୱିଗୁଣିତ କରିଛି ବନ୍ୟା 🔴 ରାଜ୍ୟର ଅନେକ ସ୍ଥାନରେ  ବର୍ଷା ସମ୍ଭାବନା 🔴 ଖୋଲିଲା ବାଲିମେଳା ଗେଟ୍ 🔴 କୋର୍ଟରେ ବିଦ୍ୟାଭାରତୀଙ୍କ ଆତ୍ମସମର୍ପଣ 🔴 ୧୯ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି 🔴 ଆଇପିଏସ୍‌ ସ୍ତରରେ ବଡ଼ ଅଦଳବଦଳ 🔴 ୧୬ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଚୌଦ୍ୱାର ଜେଲ କଳି ବଢାଇଲା ଅଡ଼ୁଆ 🔴 ପୂର୍ବତନ ସାଂସଦ ଏନ୍. ଭାସ୍କର ରାଓଙ୍କ ଘରେ EOW ରେଡ୍ 🔴 ମାଲକାନଗିରିରେ ମହାବଳ ବାଘ 🔴 ଆସିକାବାସୀଙ୍କ ଦୁର୍ଦ୍ଦଶାକୁ ଦ୍ୱିଗୁଣିତ କରିଛି ବନ୍ୟା 🔴 ରାଜ୍ୟର ଅନେକ ସ୍ଥାନରେ  ବର୍ଷା ସମ୍ଭାବନା 🔴 ଖୋଲିଲା ବାଲିମେଳା ଗେଟ୍ 🔴 କୋର୍ଟରେ ବିଦ୍ୟାଭାରତୀଙ୍କ ଆତ୍ମସମର୍ପଣ 🔴 ୧୯ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି 🔴 ଆଇପିଏସ୍‌ ସ୍ତରରେ ବଡ଼ ଅଦଳବଦଳ 🔴 ୧୬ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଚୌଦ୍ୱାର ଜେଲ କଳି ବଢାଇଲା ଅଡ଼ୁଆ