Masthead

ଅସହାୟ ୪ ଶିଶୁ

ରାଇଘର (ବଡ଼ ଖବର ବ୍ୟୁରୋ): ମଦ ପାଇଁ ଟଙ୍କା ନଦେବାରୁ ସ୍ତ୍ରୀକୁ ଠେଙ୍ଗାରେ ପିଟି ହତ୍ୟା କଲା ସ୍ଵାମୀ । ଅସହାୟ ଅବସ୍ଥାରେ ୪ ଶିଶୁ। ଏପରି ପରିସ୍ଥିତିରେ ଚାରୋଟି ନିରୀହ ଜୀବନ ନିଜ ସମ୍ପର୍କୀୟ ପିଉସୀ ନାନୀ ଘରେ ଆଶ୍ରା ନେଉଥିବାବେଳେ କେତେବେଳେ ଅନ୍ୟ କାହା ଘରେ ନିଜ ଭୋକ ମେଣ୍ଟାଉଛନ୍ତି । ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଡଡ୍ରାପାରା ସାହିରେ । ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ୍ ସଦର ମହକୁମା ଧୋଡ୍ରାପାରା ସାହିର ଚମ୍ପା ଗୌଡ଼ ।

ବୟସ ୩୬ ବର୍ଷ । ସ୍ବାମୀ କହ୍ନେୟା ଗୌଡ ନିଜର ଚାରି ସନ୍ତାନ ସନ୍ତତିଙ୍କ ସହ ରହୁଥିଲେ । କୁଲି ମଜୁରୀ କରି ଯାହା ଆଣୁଥିଲେ ସେଥିରେ ବହୁ କଷ୍ଟରେ ପରିବାର ଚଳାଇ ଆସୁଥିଲେ। କହ୍ନେୟା ପ୍ରତିଦିନ ମଦ ପିଇ ଘରେ ଗାଳି ଗୁଲଜ କରୁଥିବାବେଳେ ଅନେକ ସମୟରେ ସ୍ତ୍ରୀ ଚମ୍ପାଙ୍କୁ ମାରପିଟ କରନ୍ତି । ଜୁଲାଇ ୩୧ରେ ସେମାନଙ୍କ ଝଗଡା ଉଗ୍ରରୂପ ନେଇଥିଲା । ଚମ୍ପା ଅନ୍ୟତ୍ର କୁଲିକାମ କରି ୨୫୦ଟଙ୍କା ଆଣିଥିବା ବେଳେ କହ୍ନେୟା ମଦ ପିଇବା ପାଇଁ ଟଙ୍କା ମାଗିଥିଲା । ଚମ୍ପା ଟଙ୍କା ନଦେବାରୁ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା । ରାତିରେ ଚମ୍ପା ନିଜ ପିଲାମାନଙ୍କ ସହିତ ଥିବା ସମୟରେ ମଦ ନିଶାରେ କହ୍ନେୟା ଗୋଟିଏ ଠେଙ୍ଗାରେ ଚମ୍ପାକୁ ପିଟିଥିଲା। ଏହା ପରେ ଚମ୍ପା ତଳେ ପଡିଯିବାରୁ କହ୍ନେୟା ତାଙ୍କ ବେକକୁ ଗୋଡ଼ରେ ଚାପି ଧରିଥିଲା। ଯାହା ଫଳରେ ନିଶ୍ଵାସ ବନ୍ଦ ହୋଇ ଘଟଣା ସ୍ଥଳରେ ଚମ୍ପାଙ୍କ ମୃତ୍ୟୁ ହୋଇ ଯାଇଥିଲା।

ଘଟଣା ଘଟାଇ କହ୍ନେୟା ପଳେଇ ଯିବାକୁ ଚେଷ୍ଟା କରୁଥିବା ସମୟରେ କିଛି ଲୋକ ତାକୁ କାବୁ କରି ରାଇଘର ପୋଲିସ ଜିମାରେ ଦେଇଥିଲେ। ପୋଲିସ କହ୍ନେୟାକୁ ଗିରଫ କରିବା ସହ ଘଟଣାର ତଦନ୍ତ କରି କହ୍ନେୟାଙ୍କୁ ଜେଲକୁ ପଠାଇଥିଲେ। ତେବେ ମାଆ ଛେଉଣ୍ଡ ହେବା ଏବଂ ମଦ୍ୟପ ପିତା ଜେଲ ଚାଲିଯିବା ପରେ ଅସହାୟ ହୋଇ ପଡ଼ିଛନ୍ତି ତାଙ୍କର ଏକ ମାତ୍ର ପୁଅ ଏବଂ ତିନି ଝିଅ। ପୁଅ ଗୋପୀଙ୍କୁ ୧୩ ବର୍ଷ ହୋଇଥିବାବେଳେ ବଡ଼ ଝିଅ ପ୍ରିୟା ୧୦ ବର୍ଷ, ଲିପି ୭ ବର୍ଷ ଏବଂ ସାନ ଝିଅ ଦୀପ୍ତିକୁ ମାତ୍ର ୨ ବର୍ଷ ହେବ।

ତେବେ ସମ୍ପତ୍ତି କହିଲେ ନିଜର ଦୁଇ ବଖରା ଘରକୁ ଛାଡିଲେ ଅନ୍ୟ କିଛି ନଥିବାବେଳେ ସେହି ଗ୍ରାମରେ ରହୁଥିବା ନିଜ ପିଉସୀ ନାନୀଙ୍କ ଘରେ ଆଶ୍ରା ନେଇଛନ୍ତି ଚାରି ଶିଶୁ। ତେବେ ପିଉସୀ ନାନୀଙ୍କ ଆର୍ଥିକ ଅବସ୍ଥା ମଧ୍ୟ ସ୍ଵଚ୍ଛଳ ନଥିବାରୁ ପିଲାଙ୍କ ଭରଣପୋଷଣରେ ବହୁ ଅସୁବିଧା ହେଉଥିବା ପ୍ରକାଶ କରିଛନ୍ତି ପିଉସୀ। ତେଣୁ ମାଆ ଛେଉଣ୍ଡ ଚାରି ଶିଶୁଙ୍କ ଥଇଥାନ ପାଇଁ ପ୍ରଶାସନ ସହଯୋଗର ହାତ ବଢାଇବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି। ଏନେଇ ରାଇଘର ବିଡିଓ ଦେବେନ୍ଦ୍ର ପ୍ରସାଦ ବଳଙ୍କୁ ଜଣାଇବାରୁ ସେ ଅସହାୟ ଚାରି ଶିଶୁଙ୍କ ପାଇଁ ସମସ୍ତ ବ୍ୟବସ୍ଥା କରିବେ ବୋଲି କହିବା ସହ ସରକାରଙ୍କ ଖାଦ୍ୟ ସୁରକ୍ଷା ଏବଂ ଆଶୀର୍ବାଦ ଯୋଜନାରେ ଅନ୍ତର୍ଭୁକ୍ତ କରି ସେମାନଙ୍କ ଥଇଥାନ ବ୍ୟବସ୍ଥା କରିବେ ବୋଲି କହିଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ