ଆଫଗାନିସ୍ତାନ ସ୍ଥିତି ନେଇ ଆଜି ବସିବ ସର୍ବଦଳୀୟ ବୈଠକ

(ବଡ଼ ଖବର ବ୍ୟୁରୋ): ଆଫଗାନିସ୍ତାନ ସ୍ଥିତି ନେଇ ନେଇ ଆଜି କେନ୍ଦ୍ର ସରକାର ଡାକିଛନ୍ତି ସର୍ବଦଳୀୟ ବୈଠକ । ତାଲିବାନ ନେଇ କ’ଣ ହେବ ଆଗାମୀ ରଣନୀତି? ଏନେଇ ବସିବ ବୈଠକ । ଦିନ ୧୧ଟାରେ ଏନେଇ ଆଲୋଚନା କରାଯିବ । ଫସି ରହିଥିବା ଭାରତୀୟ ମାନଙ୍କୁ କିପରି ଫେରାଇ ଅଣାଯିବ ଏବଂ ଆଫଗାନ ସ୍ଥିତି ନେଇ ସବୁ ଦଳକୁ ସୂଚନା ଦେବେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ।

ଆଫଗାନସସ୍ତାନରେ ଭାରତ ବଡ଼ ପୁଞ୍ଜି ନିବେଶ କରିଛି । ସଲମା ଡ୍ୟାମ୍, ସଂସଦ ଭବନ ଓ ଜାତୀୟ ରାଜପଥରୁ ଆରମ୍ଭ କରି ସ୍କୁଲ, ହସ୍ପିଟାଲ ଓ ଲାଇବ୍ରେରୀ ପରି ଏକାଧିକ ପ୍ରକଳ୍ପ କରୁଛି ଭାରତ । ଏବେ ତାଲିବାନ କବଜା କରିବା ପରେ ଭାରତ ପାଇଁ ବଡ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି ।

ଏପରି ସ୍ଥିତିରେ ଭାରତ କ’ଣ ରହିବ ରଣନୀତି, ସେନେଇ ଆଲୋଚନା କରାଯିବ । ତାଲିବାନ ଶାସନ ପରେ ଭାରତ ପକ୍ଷରୁ ଏପର୍ୟ୍ୟନ୍ତ କୌଣସି ପ୍ରତିକ୍ରିୟା ଆସିନାହିଁ । ବର୍ତମାନ ସୁଦ୍ଧା ୫୦୦ ଭାରତୀୟଙ୍କୁ ଫେରାଇ ଆଣିଥିବା ବେଳେ ଫଶି ରହିଥିବା ବାକି ଭାରତୀୟଙ୍କୁ କିପରି ଅଣାଯିବ ସେ ବିଷୟରେ ଆଲୋଚନା କାରାଯିବ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’