Masthead

ଲଖିମପୁର ହିଂସାକାଣ୍ଡ: ଜେଲ୍ ଗଲେ ଆଶିଷ ମିଶ୍ରା

ଲକ୍ଷ୍ନୌ(ବଡ଼ ଖବର ବ୍ୟୁରୋ) : ଲଖିମପୁର ହିଂସାକାଣ୍ଡ ଘଟଣାରେ ଗତକାଲି କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଗିରଫ ହୋଇଥିଲେ । ତେବେ ଆଜି କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରାଙ୍କୁ ୧୪ ଦିନଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଗତ ଶନିବାର ୧୨ ଘଣ୍ଡା ଧରି ଜେରା କରିବା ପରେ କ୍ରାଇମବ୍ରାଞ୍ଚ ଆଶିଷଙ୍କୁ ଗିରଫ କରିଥିଲା । ପରେ କୋର୍ଟରେ ହାଜର ମଧ୍ୟ କରାଯାଇଥିଲା । କୋର୍ଟ ତାଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇଛନ୍ତି । ଆଶିଷ ମିଶ୍ରାଙ୍କୁ ଲଖିମପୁର ଖେରି ଜେଲରେ ରଖାଯାଇଛି ।

ତେବେ ସେପଟେ ତଦନ୍ତକାରୀ ଅଧିକାରୀ କହିଛନ୍ତି ଯେ, ଆଶିଷଙ୍କୁ ରିମାଣ୍ଡରେ ନେବା ପାଇଁ ପୋଲିସ କୋର୍ଟରେ ଆବେଦନ କରିଥିଲା ।ସୂଚନା ଅନୁଯାୟୀ ଡିଆଇଜି ଉପେନ୍ଦ୍ର ଅଗ୍ରାୱାଲ ଶନିବାର ପ୍ରାୟ ୧୧ଟାରେ ଆଶିଷ ମିଶ୍ରା ଗିରଫ ହୋଇଥିବା ନେଇ ସୂଚନା ଦେଇଥିଲେ । ତେବେ ଆଶିଷଙ୍କୁ ପ୍ରଶ୍ନ ପଚାଉଚରା ବେଳେ ସେ କୌଣସି ପ୍ରଶ୍ନର ଠିକ ଜବାବ ଦେଇ ପାରିନଥିଲେ । ତାଙ୍କୁ ୪୦ରୁ ଅଧିକ ପ୍ରଶ୍ନ ପଚରାଯାଇଥିବା ବେଳେ ସେ ଏହାର ସଠିକ ଜବାବ ଦେଇ ଲଥିଲେ । ପୋଲିସର ସୂଚନା ଅନୁଯାୟୀ ଆଶିଷ ଅନେକ ପ୍ରଶ୍ନକୁ ଏଡାଇ ଦେଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ