ଉତ୍ତରାଖଣ୍ଡରେ ଭୂସ୍ଖଳନ, ଫସିଛନ୍ତି ୨ ଶହରୁ ଅଧିକ ପର୍ଯ୍ୟଟକ

ଉତ୍ତରାଖଣ୍ଡ (ବଡ଼ ଖବର ବ୍ୟୁରୋ): ଉତ୍ତରଭାରତରେ ବର୍ଷା ବିତ୍ପାତ । ହିମାଚଳ, ଉତ୍ତରାଖଣ୍ଡର ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ । ହିମାଚଳ ପ୍ରଦେଶରେ ଅତି ପ୍ରବଳ ସମ୍ଭାବନା ଥିବାରୁ ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ହିମାଚଳ ପ୍ରଦେଶ ମଣ୍ଡି-କୁଲୁ ହାଇୱେରେ ଫ୍ଲାସ୍ ଫ୍ଲଡ୍ ଓ ଲ୍ୟାଣ୍ଡ ସ୍ଲାଇଡ୍ ଯୋଗୁଁ ସେଭେନ୍-ମାଇଲ ନିକଟରେ ୧୫ କିଲୋମିଟର ଲମ୍ବା ଟ୍ରାଫିକ୍ ଜାମ୍ ହୋଇଛି । ଉପରେ ଗତକାଲିଠୁ ଫସି ରହିଛନ୍ତି ୨ ଶହରୁ ଅଧିକ ପର୍ଯ୍ୟଟକ।

ହିମାଚଳ ପ୍ରଦେଶରେ ବନ୍ୟା ଯୋଗୁଁ ଏବେସୁଦ୍ଧା ୬ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ୨ଟି ଏନ୍ଏଚ୍ ସମେତ ୧୨୪ଟି ରାସ୍ତା କ୍ଷତିଗ୍ରସ୍ତ ହୋଇଛି। ହିମାଚଳରେ ଆସନ୍ତାକାଲି ମଧ୍ୟ ଅତି ପ୍ରବଳ ସମ୍ଭାବନା ଥିବାରୁ ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ତେଣେ ଜାମ୍ମୁ-କାଶ୍ମୀର ‘ରାମ୍ ବାନ’ରେ ଭୂସ୍ଖଳନ ଯୋଗୁଁ ରାସ୍ତାରେ ଅଟକି ରହିଛି ଗାଡ଼ି। ଏପରିକ ଟନେଲ ଭିତରେ ବି ଗାଡ଼ି ଦୀର୍ଘ ସମୟ ଧରି ଫସି ରହିଥିବା ଦେଖିବାକୁ ମିଳିଛି। ଜାମ୍ମୁ-ଶ୍ରୀନଗର ଜାତୀୟ ରାଜପଥରେ ପ୍ରାୟ ୩ଶହ ଟ୍ରକ୍ ଅଟକି ରହିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ