Masthead

ବନ କର୍ମଚାରୀଙ୍କ ଖୁସି କହିଲେ ନସରେ । ମନଭରି ନାଚିଲେ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ):ଜଳୁଥିଲା ଜଙ୍ଗଲ । ବିଧାନସଭାରେ ଉଠିଲା ଜଙ୍ଗଲ ନିଆଁ ପ୍ରସଙ୍ଗ । ସରକାରଙ୍କୁ ଘୋରିଥିଲେ ବିରୋଧୀ । ସରକାରଙ୍କ ଉତ୍ତର ବିରୋଧୀଙ୍କୁ ସନ୍ତୁଷ୍ଟ କରିପାରି ନଥିବା ବେଳେ ପ୍ରକୃତି ଦେଲା ସାଥ୍ । ଖୁସିରେ କେମିତି ନାଚୁଛନ୍ତି ବନ କର୍ମଚାରୀ । ବର୍ଷା ଆଣିଲା ଆସ୍ୱସ୍ତି । ପଶ୍ଚିମା ଝଡ଼ ପ୍ରଭାବରେ ହେଲା ବର୍ଷା । ଲିଭିଲା ବନାଗ୍ନି । ଖୁସି ବ୍ୟକ୍ତ କଲେ ବନ କର୍ମଚାରୀ । ଜଙ୍ଗଲ ନିଆଁକୁ ଲିଭାଇବା ପାଇଁ ଆଉ ନାକେଦମ୍ ହେବାକୁ ପଡିବନି । ଘଣ୍ଟା ଘଣ୍ଟା ପରିଶ୍ରମ କରିବାକୁ ପଡ଼ିବନି। ଏବେ ଛୁଟି ମିଳିବ । ଥ୍ୟାଙ୍କୁୟୁ ବର୍ଷା । ଧନ୍ୟବାଦ୍ ଭଗବାନ। ଶିମିଳିପାଳରେ ନିଆଁ ଲିଭାଉ ଥିବା ଜଣେ ବନ କର୍ମଚାରୀଙ୍କ ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି। ଶିମିଳିପାଳରେ ଦୀର୍ଘଦିନ ହେଲା ଲାଗିଥିବା ନିଆଁ ବର୍ଷା ପାଣିରେ ଲିଭିଯାଇଛି ।

 

ନବରଙ୍ଗପୁର ଜିଲ୍ଲାରେ ଜଳୁଥିଲା ଜଙ୍ଗଲ । ନିୟନ୍ତ୍ରଣ କରିବାରେ ନାକେଦମ ହୋଇଯାଇଥିଲେ ବନ କର୍ମଚାରୀ । ଭଗବାନ ଡାକ ଶୁଣିଲେ । ବର୍ଷା ହେଲା । ଜଂଗଲରେ ଜଳୁଥିବା ନିଆଁ ଲିଭିବା ଦେଖି ବନ କର୍ମଚାରୀଙ୍କ ଖୁସି କହିଲେ ନସରେ । ନାଚିଲେ । ମନଭରି ନାଚିଲେ । ବର୍ଷାରେ ଭିଜି ଭିଜି ନାଚିଲେ । ମଣିଷ ଅସହାୟ ହୋଇଗଲେ ପ୍ରକୃତି ନିକଟରେ ଆତ୍ମସମର୍ପଣ କରେ । ଯାହା ବନ କର୍ମଚାରୀଙ୍କ କ୍ଷେତ୍ରରେ ଘଟିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ