Masthead

ମଣିପୁର ହିଂସାରେ ମାଦକ ଦ୍ରବ୍ୟ ଲିଙ୍କ!

ମଣିପୁର (ବଡ଼ ଖବର ବ୍ୟୁରୋ):   ହିଂସାରେ ଜଳୁଛି ମଣିପୁର । ଜାରି ରହିଛି ସଂଘର୍ଷ । ସ୍ଥିତି ଅଣଆୟତ୍ତ ହେବାରେ ଲାଗିଛି । ମଣିପୁରର ଚୁଡାଚାନ୍ଦପୁର ଅଞ୍ଚଳରେ ଗୁଳି ବାଜି ୪ଜଣ ଲୋକଙ୍କ ଜୀବନ ଯାଇଛି । ସେପଟେ ହିଂସାକୁ ନେଇ ଆସିଛି ଆଉ ଏକ ଖବର । ହିଂସା ପଛରେ ମାଦକ ଦ୍ରବ୍ୟ ବ୍ୟବସାୟର ପ୍ରମୁଖ ଭୂମିକା ରହିଛି ବୋଲି ଚର୍ଚ୍ଚା ହେଉଛି । ରାଜ୍ୟରେ ବେଆଇନ ଅଫିମ ଚାଷ ବଢୁଥିବା ବେଳେ କେବଳ ୨୦୨୨-୨୩ରେ ୪ ହଜାରରୁ ଅଧିକ ଏକର ଅଫିମ ଚାଷ ନଷ୍ଟ କରାଯାଇଛି ।

ତେବେ ଏହି ବେଆଇନ ଅଫିମ ଚାଷ ହିଁ କୁକୀ ଓ ମେଇତିଙ୍କ ମଧ୍ୟରେ ସଂଘର୍ଷର ମୂଳ କାରଣ ବୋଲି କୁହାଯାଇଛି । ଯଦିଓ କୁକୀମାନଙ୍କୁ ଟାର୍ଗେଟ କରାଯାଉଛି ବୋଲି କୁହାଯାଉଛି ତଥାପି ଅଫିମ ଚାଷ ହିଁ ଏହି ବିବାଦର ମୂଳ କାରଣ ରହିଛି । ଚଳିତ ହିଂସାରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି କୁକୀ ବହୁଳ ଚୁରାଚାନ୍ଦପୁର । ସେହି ଅଞ୍ଚଳରେ ମେଇତିଙ୍କୁ ଟାର୍ଗେଟ କରାଯାଉଛି । ଅଫିମ ଚାଷ ଲାଗି ବହୁ ଜଙ୍ଗଲ ନଷ୍ଟ କରାଯାଉଛି । ସେଠାରେ ମେଇତିମାନଙ୍କ ବାସସ୍ଥଳୀକୁ ଜାଳି ଦିଆଯାଉଛି । କୁକୀମାନେ ଏହି ହିଂସାକାଣ୍ଡ ଘଟାଇବା ସହ ଅଫିମ ଚାଷକୁ ପ୍ରୋତ୍ସାହିତ କରୁଥିବା ଅଭିଯୋଗ ହେଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ