Masthead

୨୩ରେ ଅସୁଛି ଆଉ ଏକ ବାତ୍ୟା, ଓଡ଼ିଶା ଉପରେ ଅଛି କି ବିପଦ?

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ):ଲଘୁଚାପ ସୃଷ୍ଟି ହେଲେ ବାତ୍ୟା ହେବାର ଆଶଙ୍କା ଥାଏ । ପ୍ରତିବର୍ଷ ମେ’ ମାସରେ ଦେଶରେ କେଉଠି ନା କେଉଁଠି ବାତ୍ୟା ହୋଇଥାଏ । ଏବେ ତାଉତେ ଗୁଜୁରାଟ ଓ ମହାରାଷ୍ଟ୍ରରେ ତାଣ୍ଡବ ରଚିଥିବା ବେଳେ ଆସନ୍ତା ମେ’୨୩ରେ ଆସୁଛି ଆଉ ଏକ ବାତ୍ୟା । ତାଉତେ ପରେ ଆସୁଛି ଆଉ ଏକ ବାତ୍ୟା । ଆରବ ସାଗର ପରେ ବଙ୍ଗୋପସାଗରରେ ଶକ୍ତି ସଞ୍ଚୟ କରୁଛି ଆଉ ଏକ ଲଘୁଚାପ । ଏହା ଘନୀଭୂତ ହୋଇ ଭୟଙ୍କର ବାତ୍ୟାର ରୂପ ନେଇପାରେ । ଆସନ୍ତା ମେ’ ୨୩ରେ ଏହା ଉପକୂଳ ଆଡକୁ ମାଡ଼ିଆସିବ ।

ଓଡ଼ିଶା ଉପରେ ଏହାର ପ୍ରଭାବ ରହିବ କି ନାହିଁ ବର୍ତ୍ତମାନ ଜଣାପଡି ନାହିଁ । କେନ୍ଦ୍ର ଆର୍ଥ ସାଇନ୍ସର ସଚିବ ତଥା ବରିଷ୍ଠ ଭୂ-ବିଜ୍ଞାନୀ ମାଧବନ୍ ରାଜୀବନ୍ ଟୁଇଟ କରି ଏହି ସୂଚନା ଦେଇଛନ୍ତି । ମାଧବନ୍ କହିଛନ୍ତି ଆରବ ସାଗର ପରେ ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ । ଆସନ୍ତା ୭ ଦିନ ମଧ୍ୟରେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବ । ଧୀରେ ଧୀରେ ଘନୀଭୂତ ହୋଇ ବାତ୍ୟାର ରୂପ ନେଇପାରେ । ଆସନ୍ତା ୨୨ରୁ ୨୮ତାରିଖ ଭିତରେ ବାତ୍ୟାର ରୂପ ନେଇପାରେ ବୋଲି ଅନୁମାନ କରାଯାଉଛି । ବାତ୍ୟାର ରୂପରେଖ ୨୩ ତାରିଖ ଆଡ଼କୁ ସ୍ପଷ୍ଟ ହେବ । ତେଣେ ବର୍ତ୍ତମାନ ସୁଦ୍ଧା ବାତ୍ୟା ନେଇ ସ୍ପଷ୍ଟ ସୂଚନା ଦେଇନି ପାଣିପାଗ ବିଭାଗ । ସ୍ଥିତି ଉପରେ ନଜର ରଖାଯାଇଛି । ବାତ୍ୟାର ସ୍ଥିତି, ଗତି ଓ ଲ୍ୟାଣ୍ଡଫଲ ନେଇ ଏଯାଏ ଆକଳନ ହୋଇନ ନଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼