Before Header

ଅଙ୍ଗନବାଡି ଖାଦ୍ୟରେ ଅନିୟମିତତା ଅଭିଯୋଗ

0 30

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଆଜିର ଶିଶୁ କାଲିର ଭବିଷ୍ୟତ । ଏଣୁ ଶିଶୁ ଏବଂ ଗର୍ଭବତୀ ମହିଳାମାନଙ୍କୁ ପୃଷ୍ଟିକର ଖାଦ୍ୟ ଯୋଗାଇ ଦେବାକୁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ସରକାର । ମାତ୍ର ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଞ୍ଚି ପାରୁନି ଯୋଜନାର ସୁଫଳ । ଅଙ୍ଗନବାଡି ଖାଦ୍ୟ ବଣ୍ଟନରେ ଅନିୟମିତତା ଅଭିଯୋଗ ଆଣିଲେ ଗ୍ରାମବାସୀ । ସମାଧାନ ନ ହେଲେ ସି.ଡ଼ି. ପି. ଓ ଅଫିସ ସମ୍ମୁଖରେ ଧାରଣାରେ ବସିବାକୁ ଦେଲେ ଚେତାବନୀ । ଏମିତି ଘଟଣା ଦେଖିବାକୁ ମିଳିଛି ଚାନ୍ଦବାଲି ବ୍ଲକର ଖଦାଳପୋଖରୀ ପଞ୍ଚାୟତର ବ୍ରହ୍ମଟିକ୍ରି ଗ୍ରାମରେ । ଉକ୍ତ ଗ୍ରାମର ଅଙ୍ଗନବାଡି କର୍ମୀ ଶ୍ରୀମତୀ ପ୍ରୀତିରେଖା ବଳ ନିଜର କାର୍ୟ୍ୟ ସୁଚାରୁ ରୂପେ ତୁଲାଉ ନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ବିଶେଷକରି ଖାଦ୍ୟ ବଣ୍ଟନରେ ଘୋର ଅନିୟମିତତା କରୁଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ।

ପ୍ରତିମାସ ଶିଶୁ ଏବଂ ଗର୍ଭବତୀ ମାନଙ୍କ ପାଇଁ ଆସୁଥିବା ଖାଦ୍ୟ ସାମଗ୍ରୀ ଠିକଭାବେ ବଣ୍ଟନ କରା ଯାଉ ନଥିବା ଅଭିଯୋଗ ହୋଇଛି । ଅନ୍ୟ ପଟେ ଅଙ୍ଗନ ବାଡ଼ି ଦିଦି ଏହାକୁ ଖଣ୍ଡନ କରିଛନ୍ତି କହିଛନ୍ତି ଉକ୍ତ ଗ୍ରାମରେ କିଛି ଖଳ ପ୍ରକୃତିର ଲୋକ ମତେ ଉଦେଶ୍ୟ ମୁଳକଭାବେ ହଇରାଣ କରୁଛନ୍ତି।ଅନ୍ୟପଟେ ଏ ବାବଦରେ ଗ୍ରାମବାସୀ ମାନେ ସୁପରଭାଇଜରଙ୍କ ଠାରୁ ଜିଲ୍ଲାପାଳଙ୍କ ପର୍ୟ୍ୟନ୍ତ ଅଭିଯୋଗ କରିସାରିଲେଣି କେହି କର୍ଣ୍ଣପାତ କରୁନାହାଁନ୍ତି । ଯଦି ଆଗାମି ସାତଦିନ ମଧ୍ୟରେ ପ୍ରଶାସନ ତରଫରୁ କୌଣସି ସମାଧାନ କରା ନ ଯିବ ସି. ଡି. ପି. ଓ ଅଫିସି ସମ୍ମୁଖରେ ଧାରଣ ଦେବାକୁ ବାଧ୍ୟ ହେବୁ ବୋଲି ଚେତାବନୀ ଦେଇଛନ୍ତି ଗ୍ରାମବାସୀ । ଏଣୁ ପ୍ରଶାସନ ଉକ୍ତ ଘଟଣାକୁ ଗୁରୁତର ସହ ନେଇ ବିବାଦକୁ ସମାଧାନ କରିବାକୁ ସ୍ଥାନୀୟ ବୁଦ୍ଧିଜୀବୀ ମାନେ ଦାବି କରିଛନ୍ତି ।

Leave A Reply

Your email address will not be published.