Masthead

ମହାରାଷ୍ଟ୍ର ରାଜନୀତିରେ ହଟ୍ଟଚମଟ

ମହାରାଷ୍ଟ୍ର (ବଡ଼ ଖବର ବ୍ୟୁରୋ): ମହାରାଷ୍ଟ୍ର ଲୋକସଭା ନିର୍ବାଚନରେ ବିଜେପି ନେତ୍ୱାଧୀନ ଏନଡିଏର ନୈରାଶ୍ୟଜନକ ପ୍ରଦର୍ଶନ ପରେ ବିଭିନ୍ନ ଦଳର ନେତା ମାନସ ମନ୍ଥନ ଆରମ୍ଭ କରି ଦେଇଛନ୍ତି। ଏହି ନିର୍ବାଚନୀ ଫଳାଫଳ ଅଜିତ ପାୱାରଙ୍କୁ ଶକ୍ତ ଝଟକା ଦେଇଛି । ଅଜିତ ପାୱାରଙ୍କ ଏନସିପି ଖାତାକୁ କେବଳ ଗୋଟିଏ ଲୋକସଭା ଆସନ ଯାଇଛି। ଖୋଦ ପତ୍ନୀ ସୁମିତ୍ରା ପାୱାର ନିର୍ବାଚନ ହାରି ଯାଇଥିବାରୁ ଏହାକୁ ସହଜେ ଗ୍ରହଣ କରି ପାରୁ ନ ଥିବା ଅଜିତ ପାୱାର ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି।

ସେପଟେ ଲୋକ ସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ମହାରାଷ୍ଟ୍ର ରାଜନୀତିରେ ହଟ୍ଟଚମଟ ସୃଷ୍ଟି ହୋଇଛି। ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାରଙ୍କ ଗୋଷ୍ଠୀର କେତେଜଣ ବିଧାୟକ ଶରଦ ପାଓ୍ବାରଙ୍କ ଗୋଷ୍ଠୀକୁ ଫେରିବା ଲାଗି ଆଗ୍ରହ ପ୍ରକାଶ କରିଥିବା ଚର୍ଚ୍ଚା ହେଉଛି। ମୁମ୍ବାଇର ଏକ ପଞ୍ଚତାରକା ହୋଟେଲରେ ଅଜିତ ଏନ୍‌ସିପି ବିଧାୟକମାନଙ୍କର ଜରୁରୀ ବୈଠକ ଡାକିଥିବାବେଳେ ସେଥିରେ ୫ ଜଣ ବିଧାୟକ ଅନୁପସ୍ଥିତ ରହିବା ଏହି ଚର୍ଚ୍ଚାକୁ ଅଧିକ ଖୋରାକ ଯୋଗାଇଛି।

ବୈଠକରେ ଯୋଗ ଦେଇ ନ ଥିବା ବିଧାୟକମାନେ ହେଲେ ଧର୍ମାରାଓ ବାବା ଆତ୍ରାମ୍‌, ନରହରି ଜିର୍‌ଓ୍ବାଲ, ସୁନୀଲ ଟିଙ୍ଗ୍ରେ, ରାଜେନ୍ଦ୍ର ଶିଙ୍ଗାନେ ଏବଂ ଆନ୍ନା ବନ୍‌ସୋଡ୍‌। ଲୋକ ସଭା ନିର୍ବାଚନରେ ପରାଜୟକୁ ନେଇ ଏହି ବିଧାୟକମାନେ ଅସନ୍ତୁଷ୍ଟ ଥିଲେ। ନିର୍ବାଚନରେ ଦଳର ପ୍ରଦର୍ଶନ ଉପରେ ବିଚାରବିମର୍ଶ ଲାଗି ଏହି ବୈଠକ ଡକାଯାଇଥିଲା। ତେବେ ଦଳରେ ଫାଟ ସୃଷ୍ଟି ହୋଇଥିବା ଏବଂ କେତେଜଣ ବିଧାୟକ ଶରଦ ପାଓ୍ବାର କ୍ୟାମ୍ପ୍‌ ସହ ଯୋଗାଯୋଗ ରଖିଥିବା ଖବର ପ୍ରକାଶ ପାଇବା ପରେ ଅଜିତ ଦଳୀୟ ବିଧାୟକମାନଙ୍କ ଜରୁରୀ ବୈଠକ ଡାକିଥିବା କୁହାଯାଉଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା