Masthead

ଓଡ଼ିଶାର ଜଙ୍ଗଲ ଉପରେ ଛତିଶଗଡ଼ର ଆଖି

ସିନାପାଲି (ବଡ଼ ଖବର ବ୍ୟୁରୋ): ପୁଣି ଛତିଶଗଡର ଦାଦାଗିରି । ପ୍ରଥମେ ସୀମାବର୍ତ୍ତୀ ଜାଗା ପରେ ନାଲା ଆଉ ଏବେ ଜଙ୍ଗଲ ଉପରେ ଛତିଶଗଡର ଆଖି । ନୂଆପଡା ଜିଲ୍ଲା ସିନାପାଲି ରେଞ୍ଜର ଖନ୍ଦାପଡା ନିକଟସ୍ଥ ଗାଇଘାଟି ଜଙ୍ଗଲର ରାଜ୍ୟ ସୀମାବର୍ତ୍ତୀ ସ୍ଥାନରେ ପ୍ରାୟ ୧୦ ଏକର ଗଛକାଟି ଚାଷଜମି ତିଆରି କଲେଣି ଛତିଶଗଡର ଲୋକେ । ସେପଟେ ଏହାକୁ ନେଇ ସିନାପାଲି ରେଞ୍ଜର ଖାମଖିଆଲି ଭାବେ ପ୍ରତିକ୍ରିୟା ରଖିଥିବାବେଳେ, ସୀମାରେ ଛତିଶଗଡର ଗଛକଟାକୁ ନେଇ ଜିଲ୍ଲାପ୍ରଶାସନ ଦୃଷ୍ଟିଦେବାକୁ ଦାବି କରିଛନ୍ତି ସିନାପାଲି ବ୍ଲକର ରାଜ୍ୟ ସୀମାବର୍ତ୍ତୀ ଗାଁ ଲୋକେ । ଏହି ଅଞ୍ଚଳରେ ଆଜିକୁ ୩ ବର୍ଷ ହେଲା ଧୀରେ ଧୀରେ କବଯା କରିଚାଲିଛି ଛତିଶଗଡ ।

ଆଜିକୁ ବର୍ଷେ ହେଲା ସିନାପାଲି ରେଞ୍ଜ ଅଧିନସ୍ଥ ସୀମାବର୍ତ୍ତୀ ଗାଇଘାଟି ଜଙ୍ଗଲର ଓଡ଼ିଶା ସୀମା ଭିତରକୁ ପଶି ଜଙ୍ଗଲରୁ ଗଛକାଟି ଚାଷଜମି ତିଆରି କରୁଛନ୍ତି ଛତିଶଗଡର ଲୋକେ । ଏହି ସ୍ଥାନରେ ଦୁଇବର୍ଷ ପୂର୍ବେ ସିନାପାଲି ବନବିଭାଗ ଦ୍ୱାରା ବୃକ୍ଷରୋପଣ କରାଯାଇଥିଲା । ଏବେ ସେହି ସ୍ଥାନରୁ ଶାଗୁଆନ, ମହୁଲ, ଭଳି ଅନେକ ମୂଲ୍ୟବାନ ଗଛକୁ କାଟିନେଇଛନ୍ତି ଛତିଶଗଡର ଲୋକେ । ହେଲେ ଆଜିକୁ ବର୍ଷେ ହେଲେ ଗାଇଘାଟି ଜଙ୍ଗଲର ସୀମାବର୍ତ୍ତୀ ସ୍ଥାନର ୧୦ ଏକର ଗଛ କାଟିଲେଣି ଛତିଶଗଡର ଲୋକେ । ହେଲେ ସିନାପାଲି ବନ ବିଭାଗ ଚୁପ ବସିଛି । ତେବେ ଧୀରେ ଧୀରେ ସୀମାଅଞ୍ଚଳରେ ଛତିଶଗଡର କାୟାବିସ୍ତାର ଯୋଗୁଁ ଏବେ ଓଡିଶା ସୀମାବର୍ତ୍ତୀ ଗାଁ ଲୋକଙ୍କୁ ଚିନ୍ତାରେ ପକାଇଦେଇଛି ।

ସିନାପାଲି ବ୍ଲକର ଏହି ନୂଆମାଲପଡା ଅଞ୍ଚଳରେ ୩ ବର୍ଷେ ତଳେ ରାଜ୍ୟ ସୀମାକୁ ଅକ୍ତିଆର କରି ମକାଚାଷ କରିଥିଲେ ଛତିଶଗଡର ଲୋକେ । ଆଉ ଏବେ ସୀମାର ଗାଇଘାଟି ଜଙ୍ଗଲକୁ କାଟି ଚାଷଜମି ତିଆରି କରୁଛନ୍ତି ଛତିଶଗଡର ଲୋକେ ବୋଲି ଅଭିଯୋଗ କରନ୍ତି ଓଡ଼ିଶାର ଖନ୍ଦାପଡା ଏବଂ ନୂଆମାଲ ପଡା ଗାଁର ଲୋକେ । ଛତିଶଗଡ ପଟର ଜଙ୍ଗଲ କାଟିବା ସହ ଓଡ଼ିଶା ଭିତରକୁ ପଶି ମଧ୍ୟ ଜଙ୍ଗଲ କାଟି କବଜା କରୁଛି ଛତିଶଗଡ ।

ଗୋଟିଏ ପଟେ ସୀମାରେ ଛତିଶଗଡ ଧୀରେଧୀରେ କବଜା କରିଚାଲିଥିବାବେଳେ ନୂଆପଡା ଜିଲ୍ଲାପ୍ରଶାସନ ଚୁପବସିଥିବା ଯୋଗୁଁ ଏବେ ଘୋର ସଙ୍କଟରେ ଥିବା କହନ୍ତି ସୀମାବର୍ତ୍ତୀ ଖନ୍ଦାପଡା ଏବଂ ନୂଆମାଲପଡାର ଲୋକେ । ଏହାକୁ ନେଇ ଖାମଖିଆଲି ଭାବେ ସିନାପାଲି ରେଞ୍ଜର ପ୍ରତିକ୍ରିୟା ରଖିଥିବାବେଳେ ଏ ବିଷୟରେ କମ ସ୍ଥାନରେ ଗଛ କଟାଯାଇଛି ବୋଲି କଥାକୁ ଚାପିଦେଉଛନ୍ତି ଖଡ଼ିଆଳ ବନଖଣ୍ଡ ଅଧିକାରୀ I ସୀମାବର୍ତ୍ତୀ ସ୍ଥାନରେ ଛତିଶଗଡର ଗଛ କଟାକୁ ନେଇ ସିନାପାଲି ବନ ବିଭାଗ କେତେ ତତ୍ପରତା ଦେଖାଉଛି ତାହା ଦେଖିବାକୁ ବାକି ରହିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ