Masthead

ଦୈନିକ ୪ ଲକ୍ଷ ଲୋକଙ୍କୁ ଦିଆଯିବ ଟିକା

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ରାଜ୍ୟରେ କରୋନା ଟିକାକରଣକୁ ଆହୁରି ଦ୍ରୁତ କରାଯିବ । ଏବେ ଦୈନିକ ସାଢେ ୩ ଲକ୍ଷ ବଦଳରେ ୪ ଲକ୍ଷ ଲୋକଙ୍କୁ କରୋନା ଟିକା ଦିଆଯିବ । ରାଜ୍ୟ ସରକାର ଜିଲ୍ଲା ମାନଙ୍କ ପାଇଁ ନୂତନ ଦୈନିକ ଟିକାକରଣ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି । ରାଜ୍ୟର ଯୋଗ୍ୟ ହିତାଧିକାରୀଙ୍କୁ ଯେତେ ଶୀଘ୍ର ସମ୍ଭବ ଟିକାକରଣ କରିବା ଲାଗି ସରକାର ଏଭଳି ପଦକ୍ଷେପ ନେଇଥିବା ସୂଚନା ମିଳିଛି ।

ଚଳିତ ମାସରୁ ରାଜ୍ୟ ସରକାର ଦୈନିକ ଟିକାକରଣ ଲକ୍ଷ୍ୟକୁ ସାଢେ ୩ ଲକ୍ଷକୁ ବୃଦ୍ଧି କରିଥିଲେ । ଏବେ ନିୟମିତ ଭାବେ ପ୍ରାୟ ସାଢ଼େ ୩ ଲକ୍ଷ ପର୍ଯ୍ୟନ୍ତ ଟିକାରଣ କରାଯାଉଛି । ହେଲେ ଟିକାର ବିନିଯୋଗ ଅନୁଯାୟୀ କେନ୍ଦ୍ରସରକାର ଅଧିକ ମାତ୍ରାରେ ଟିକା ଦେବା ପାଇଁ ସୂଚନା ଦେବା ପରେ ରାଜ୍ୟ ସରକାର ଦୈନିକ ଲକ୍ଷ୍ୟକୁ ଆହୁରି ୫୦ ହଜାର ବଢାଇ ଦେଇଛନ୍ତି। ଚଳିତମାସରେ କେନ୍ଦ୍ରସରକାର ଓଡ଼ିଶା ପାଇଁ ୬୦ ଲକ୍ଷ ଡୋଜ ଟିକା ଆବଣ୍ଟନ କରିଛନ୍ତି ।

ହେଲେ ପ୍ରତ୍ୟେକ ମାସରେ ଆବଣ୍ଟିତ ଟିକା ପରିମାଣଠାରୁ ଅଧିକ ସଂଖ୍ୟାରେ ଟିକା ଆସୁଥିବାରୁ ଚଳିତ ମାସ ମଧ୍ୟ ଆବଣ୍ଟିତ ଟିକା ସଂଖ୍ୟା ବଢିବ ବୋଲି ଆଶା କରାଯାଉଛି । ଏହାକୁ ନଜରରେ ରଖି ରାଜ୍ୟ ସରକାର ଆସନ୍ତା ସୋମବାରଠୁ ରାଜ୍ୟରେ ଦୈନିକ ୪ ଲକ୍ଷ ଲୋକଙ୍କୁ ଟିକା ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଜିଲ୍ଲାରେ ଯୋଗ୍ୟ ହିତାଧିକାରୀଙ୍କ ସଂଖ୍ୟାକୁ ଦେଖି ଜିଲ୍ଲାମାନଙ୍କୁ ନୂତନ ଟିକାକରଣ ଲକ୍ଷ୍ୟ ଦିଆଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା