Masthead

ମାର୍କେଟରେ ବୁଲିଲେ ୫ଶହ ଫାଇନ୍

ମହାରାଷ୍ଟ୍ର (ବଡ଼ ଖବର ବ୍ୟୁରୋ): ଘଣ୍ଟାଏରୁ ଅଧିକ ସମୟ ମାର୍କେଟରେ ବୁଲିଲେ ଦେବାକୁ ପଡିବ ୫ଶହ ଫାଇନ୍ । କଡାକଡି ହେଲା କରୋନା କଟକଣା। ମାର୍କେଟକୁ ପ୍ରବେଶ କରିବାକୁ ହେଲେ କାଟିବାକୁ ପଡିବ କୁପନ । କରୋନାକୁ ଦୃଷ୍ଟିରେ ରଖି ବଜାରରେ ଭିଡ ନିୟନ୍ତ୍ରଣ ପାଇଁ ଏଭଳି ନିଆରା ଉପାୟ ଆପଣାଇଛି ପ୍ରଶାସନ। ମହାରାଷ୍ଟ୍ରର ନାସିକରେ ଜାରି ହୋଇଛି ଏହି ନୂଆ କଟକଣା । ବଜାର ଭିତରକୁ ପ୍ରବେଶ କରିବା ପୂର୍ବରୁ ପ୍ରତିଟି ବ୍ୟକ୍ତି ୫ ଟଙ୍କା ଦେଇ କୁପନ କିଣିବାକୁ ପଡିବ। ଏହି କୁପନ ଧରି ବଜାରରେ ଜଣେ ବ୍ୟକ୍ତି ଏକ ଘଣ୍ଟା ବିତାଇ ପାରିବେ।

ଯଦି ଡେଡଲାଇନ୍‌ ପାର୍‌ ହୁଏ ତେବେ ବ୍ୟକ୍ତିଙ୍କୁ ୫ଶହ ଟଙ୍କା ଫାଇନ୍‌ ଦେବାକୁ ପଡିବ ବୋଲି ନାସିକ ମ୍ୟୁନିସିପାଲ କର୍ପୋରେସନ କଟକଣା ଜାରି କରିଛନ୍ତି। ଏହି ନୂଆ ନିୟମ ନାସିକ ସହରର ମୁଖ୍ୟ ବଜାର ଅଞ୍ଚଳ, ନାସିକ ବଜାର କମିଟି, ଅମ୍ବାଡର ପୱନ ନାଗର ବଜାର, ସତପୁରର ଅଶୋକ ନାଗର ବଜାର ଏବଂ ଇନ୍ଦିରାନଗରର କଲାନଗର ବଜାରରେ ଲାଗୁ ହେବ। ଏନେଇ ଜୋନାଲ ଆଇଆଇସି ସୂଚନା ଦେଇଛନ୍ତି।

ଏହି ସବୁ ବଜାର ଅଞ୍ଚଳରେ କେବଳ ଗୋଟିଏ ପ୍ରବେଶ ପଥ ରହିବ। ଆଉ ସମସ୍ତ ରାସ୍ତା ସିଲ୍‌ କରାଯିବ। ପ୍ରଶାସନଠାରୁ ପାସ୍‌ ନେଇ ସେମାନେ ବଜାରରେ ପ୍ରବେଶ କରିବେ। ସୂଚନାଯୋଗ୍ୟ ଯେ, ମହାରାଷ୍ଟ୍ରରେ ଦିନକୁ ଦିନ କରୋନା ସଂକ୍ରମିତ ମାମଲା ବଢ଼ି ଚାଲିଛି। ଏହାକୁ ଦୃଷ୍ଟିରେ ରଖି ନାସିକ ମ୍ୟୁନିସିପାଲ କର୍ପୋରେସନ ଏଭଳି କଡା କଟକଣା ଜାରି କରିଛନ୍ତି। ବିଶେଷ କରି ବଜାର ଅଞ୍ଚଳର ଭିଡ ଅଧିକ ହେଉଥିବାରୁ କରୋନା ବ୍ୟାପିବାରେ ଲାଗିଛି। ଏହାକୁ ନିୟନ୍ତ୍ରଣ କରିବା ପାଇଁ ଏହି ନିଆରା ଉପାୟ ଆପଣାଇଛି ପ୍ରଶାସନ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ