Masthead

ଦକ୍ଷିଣ ଓଡ଼ିଶାରେ ରେଳର ବିକାଶ ପାଇଁ ଦାବିପତ୍ର

ବ୍ରହ୍ମପୁର (ବଡ଼ ଖବର ବ୍ୟୁରୋ): ବ୍ରହ୍ମପୁର ରେଲୱେ ଷ୍ଟେସନ୍ ଓ ଦକ୍ଷିଣ ଓଡ଼ିଶା ରେ ରେଲୱେ ର ବିକାଶ ପାଇଁ ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କୁ ଓଡ଼ିଶା ଡେଭଲପମେଣ୍ଟ ଫୋରମର ଦାବିପତ୍ର ପୂର୍ବତଟ ରେଳପଥ ମହାପ୍ରବନ୍ଧକ ବିଦ୍ୟା ଭୂଷଣ ଜୁଲାଇ ୨୮ ତାରିଖ ଦିନ ବ୍ରହ୍ମପୁର ରେଳ ଷ୍ଟେସନ ପରିଦର୍ଶନରେ ଆସି ବିଭିନ୍ନ ପ୍ରକଳ୍ପ ଓ ଯାତ୍ରୀ ସୁବିଧା ନୀରିକ୍ଷଣ କରିବା ସହିତ ଷ୍ଟେସନର ବିକାଶ ପାଇଁ ଆବଶ୍ୟକ ହେଉଥିବା ବିଭିନ୍ନ ଯାତ୍ରୀ ସୁବିଧାର ବିକାଶ ଓ ଷ୍ଟେସନ ର ସୌନ୍ଦର୍ଯ୍ୟକରଣ ଉପରେ ଗୁରୁତ୍ୱାରୋପ କରିଥିଲେ ।

ଏହି ଅବସରରେ ‘ଓଡ଼ିଶା ଡେଭଲପମେଣ୍ଟ ଫୋରମ୍’ ର ବରିଷ୍ଠ ସଦସ୍ୟଗଣ ଭି ସୋମେଶ୍ୱର ରାଓ, ମାନସ ପାତ୍ର, ଲକ୍ଷ୍ମୀ ନାରାୟଣ ପାଢ଼ୀ ଓ ଅନ୍ୟ ସଦସ୍ୟ ଗଣ ଦାବିପତ୍ର ଦେଇ ବ୍ରହ୍ମପୁର ଷ୍ଟେସନରେ ରେଳ ଟର୍ମିନାଲ୍ ର ନିର୍ମାଣ, ୧୩୦ ବର୍ଷ ପୁରୁଣା ଷ୍ଟେସନର ସର୍ବାଙ୍ଗୀନ ବିକାଶ, ବ୍ରହ୍ମପୁର-ସମ୍ବଲପୁର ଭାୟା ଫୁଲବାଣୀ, ଗୋପାଳପୁର-ରାୟଗଡ଼ା, ଗୋପାଳପୁର-ତାଳଚେର, ଗୋପାଳପୁର-ନୟାଗଡ଼ ଭାୟା ତାରାତାରିଣୀ, ବୁଗୁଡ଼ା ଓ ଗୁଣୁପୁର-ରାୟଗଡ଼ା ରେଳପଥର କାର୍ଯ୍ୟ ଶୀଘ୍ର ଆରମ୍ଭ କରାଯିବ, ଶୀତଳାପଲ୍ଲୀ ୱାଗନ କାରଖାନା ପ୍ରତିଷ୍ଠା ଓ ବ୍ରହ୍ମପୁରରୁ ମୁମ୍ବାଇ, ସୁରତ, ଦିଲ୍ଲୀ ଓ ଅନ୍ୟ ସହରକୁ ପ୍ରତିଦିନ ଟ୍ରେନ ଚଲାଇବା ଏବଂ ଭୁବନେଶ୍ବର ଓ ପୁରୀ ରେ ଅଟକି ଯାଉଥିବା ଅନେକ ଟ୍ରେନକୁ ବ୍ରହ୍ମପୁର ଯାଏଁ ବଢ଼ାଇବା ପାଇଁ ଅନୁରୋଧ କରାଯାଇ ଥିଲା।

ମହାପ୍ରବନ୍ଧକ ସୂଚନା ଦେଇ କହିଥିଲେ ଯେ, ବ୍ରହ୍ମପୁର ରେଳ ଷ୍ଟେସନକୁ ବିକଶିତ କରାଯିବ ଏବଂ ଆଧୁନିକ ସୁବିଧା ଯୋଗାଇ ଦିଆଯିବ। ଷ୍ଟେସନକୁ ସୌନ୍ଦର୍ଯ୍ୟମୟ ଆଲୋକ, ଉନ୍ନତ ସାଇନେଜ ଏବଂ ୱେଟିଂ ହଲ୍ ସମେତ ଉନ୍ନତ ଯାତ୍ରୀ ସୁବିଧା ସହିତ ବିକଶିତ କରାଯିବ ଓ ଜନସାଧାରଣଙ୍କୁ ଅଧିକ ସୁବିଧା ଯୋଗାଇ ଦିଆଯିବ। ଏହା ବ୍ୟତୀତ ଷ୍ଟେସନ ପ୍ରାଙ୍ଗଣ ଓ ଖାଲିଥିବା ସ୍ଥାନ ବିକଶିତ କରାଯାଇ ସୌନ୍ଦର୍ଯ୍ୟକରଣ କରାଯିବ। କିନ୍ତୁ ବ୍ରହ୍ମପୁର-ସମ୍ବଲପୁର ଭାୟା ଫୁଲବାଣୀ ଓ ରେଳ ଲାଇନ ସମ୍ବନ୍ଧରେ ମହାପ୍ରବନ୍ଧକ କିଛି ସ୍ପଷ୍ଟ କରିନଥିଲେ। ସେ କହିଥିଲେ ବ୍ରହ୍ମପୁର – ସମ୍ବଲପୁର ନୂତନ ରେଳ ଲାଇନ ପାଇଁ ରେଳ ମନ୍ତ୍ରଣାଳୟ ଅନୁମୋଦନ ପ୍ରଦାନ କରିଛି ଯାହାକି ଓଡ଼ିଶା ରେଳ ଭିତ୍ତିଭୂମି ବିକାଶ ଲିମିଟେଡ୍ ଦ୍ୱାରା ନିର୍ମାଣ କରାଯିବ ।

ସେହିଭଳି ୭୯ କିଲୋମିଟର ଦୈର୍ଘ୍ୟ ଗୁଣୁପୁର-ଥରୁଭାଲୀ ପ୍ରକଳ୍ପକୁ ମଧ୍ୟ ଅନୁମତି ଦିଆଯାଇଛି। ୨୨୩ କିମି ଦୈର୍ଘ୍ୟ ବ୍ରହ୍ମପୁର-ରାୟଗଡା ନୂତନ ଲାଇନ ପାଇଁ ସର୍ଭେ ରିପୋର୍ଟ ସମାପ୍ତ ହୋଇଛି ଏବଂ ଏହା ସମ୍ବନ୍ଧୀୟ ଦସ୍ତାବିଜ ଗୁଡିକୁ ସଠିକ ଭାବେ ନଜର କରାଯାଇଛି । ଭୁବନେଶ୍ବର ଓ ପୁରୀ ରେ ଅଟକି ଯାଉଥିବା ଅନେକ ଟ୍ରେନ କୁ ବ୍ରହ୍ମପୁର ଯାଏଁ ବଢ଼ାଇବା ପାଇଁ ବ୍ରହ୍ମପୁରରେ ଟର୍ମିନାଲ ପଏଣ୍ଟ ନିର୍ମାଣ ବିଷୟରେ ଉତ୍ତର ରଖି ମହାପ୍ରବନ୍ଧକ କହିଲେ ଯେ ସାମ୍ପ୍ରତିକ ପରିସ୍ଥିତିରେ ଏହା ସମ୍ଭବ ନୁହେଁ। ମଲ୍ଟି ମୋଡାଲ୍ କମ୍ପ୍ଲେକ୍ସ ପାଇଁ ଅନେକ ବର୍ଷ ହେଲା ଯୋଜନା ଥିଲେ ମଧ୍ୟ ତାହାର କାର୍ଯ୍ୟ ଆରମ୍ଭ ଓ ଶୀତଳାପଲ୍ଲୀ ୱାଗନ କାରଖାନା ପ୍ରତିଷ୍ଠା ସମ୍ପର୍କରେ ରେ କୌଣସି ଉତ୍ତର ଦେଇନଥିଲେ ମହାପ୍ରବନ୍ଧକ। ସୁଚନା ଯୋଗ୍ୟ ଦକ୍ଷିଣ- ପଶ୍ଚିମ ଓଡ଼ିଶା ର ପଛୁଆ ଜିଲ୍ଲା ଗୁଡ଼ିକରେ ରେଳପଥର ବିକାଶ ପାଇଁ ଗତ ୨୦ ବର୍ଷ ହେଲା ଓଡ଼ିଶା ଡେଭଲପମେଣ୍ଟ ଫୋରମ୍ ପ୍ରଚେଷ୍ଟା କରୁଛି। ଯେଉଁ ସବୁ ପ୍ରସ୍ତାବକୁ ମହାପ୍ରବନ୍ଧକ କରିବା ପାଇଁ ନିଜର ଅକ୍ଷମତା ପ୍ରକାଶ କଲେ ସେହିସବୁ ଦାବି ହାସିଲ ପାଇଁ ଓ ସବୁ ପ୍ରକଳ୍ପର କାର୍ଯ୍ୟକୁ ତ୍ୱରାନ୍ୱିତ କରିବାପାଇଁ ମାନ୍ୟବର ରେଳ ମନ୍ତ୍ରୀଙ୍କୁ ଭେଟିବାକୁ ଓଡ଼ିଶା ଡେଭଲପମେଣ୍ଟ ଫୋରମ୍ ନିଷ୍ପତି ନେଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜି ୧୨ ଘଣ୍ଟିଆ ଭାରତ ବନ୍ଦ 🔴 ବାଲି ଘାଟ ଉପରେ ଅଧିକାରୀଙ୍କ ଚଢାଉ 🔴 ଓଡ଼ିଶାରୁ ବାଂଲାଦେଶକୁ ଲମ୍ବିଛି ଯୁବତୀ ଚାଲାଣ ଚେର 🔴 କପି କଲେ ୫ ବର୍ଷ ଜେଲ୍ , ୧୦ ଲକ୍ଷ ଜରିମାନା 🔴 ଭାରତ ସହ ଟି-୨୦ ବିଶ୍ବକପ୍ ଖେଳିବ ପାକିସ୍ତାନ 🔴 ବୁଧବାର ମହାପ୍ରଭୁଙ୍କ ବନକଲାଗି ନୀତି 🔴 ଉମରକୋଟରେ ୧୨ ଘଣ୍ଟିଆ ବନ୍ଦ ପାଳନ 🔴 ରାଜଧାନୀରେ ଦୁର୍ଘଟଣା, ବ୍ରିଜ୍ ତଳକୁ ଖସି ଘର ଉପରେ ପଡ଼ିଲା କାର 🔴 ପାହାଡ଼ ଚଢିଲେ ଜିଲ୍ଲାପାଳ, ଉପରୁ ତଳକୁ ଆସିବେ ୮ ପରିବାର 🔴 ୪ ଭାରତୀୟ ଡାକ୍ତରୀ ଛାତ୍ରଙ୍କୁ ଛୁରାମାଡ଼ 🔴 ଆଜି ୧୨ ଘଣ୍ଟିଆ ଭାରତ ବନ୍ଦ 🔴 ବାଲି ଘାଟ ଉପରେ ଅଧିକାରୀଙ୍କ ଚଢାଉ 🔴 ଓଡ଼ିଶାରୁ ବାଂଲାଦେଶକୁ ଲମ୍ବିଛି ଯୁବତୀ ଚାଲାଣ ଚେର 🔴 କପି କଲେ ୫ ବର୍ଷ ଜେଲ୍ , ୧୦ ଲକ୍ଷ ଜରିମାନା 🔴 ଭାରତ ସହ ଟି-୨୦ ବିଶ୍ବକପ୍ ଖେଳିବ ପାକିସ୍ତାନ 🔴 ବୁଧବାର ମହାପ୍ରଭୁଙ୍କ ବନକଲାଗି ନୀତି 🔴 ଉମରକୋଟରେ ୧୨ ଘଣ୍ଟିଆ ବନ୍ଦ ପାଳନ 🔴 ରାଜଧାନୀରେ ଦୁର୍ଘଟଣା, ବ୍ରିଜ୍ ତଳକୁ ଖସି ଘର ଉପରେ ପଡ଼ିଲା କାର 🔴 ପାହାଡ଼ ଚଢିଲେ ଜିଲ୍ଲାପାଳ, ଉପରୁ ତଳକୁ ଆସିବେ ୮ ପରିବାର 🔴 ୪ ଭାରତୀୟ ଡାକ୍ତରୀ ଛାତ୍ରଙ୍କୁ ଛୁରାମାଡ଼