Masthead

ଫେରି ପାଇଲେ ୫୪ଟି ହଜିଯାଇଥିବା ଦାମୀ ଫୋନ୍

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଉମରକୋଟ ପୋଲିସର ବଡ ସଫଳତା । ମିଳିଲା ୫୪ଟି ହଜିଯାଇଥିବା ଦାମୀ ମୋବାଇଲ । ଆଶା ଛାଡି ଦେଇଥିଲେ ଲୋକେ । ସୂଚନା ଅନୁସାରେ, ନବରଙ୍ଗପୁର ଜିଲ୍ଲା ଉମରକୋଟ ପୋଲିସ ପକ୍ଷରୁ ପ୍ରାୟ ୫୪ଟି ହଜିଯାଇଥିବା ବିଭିନ୍ନ କମ୍ପାନୀର ଦାମୀ ମୋବାଇଲ ଫୋନ ଉଦ୍ଧାର କରାଯାଇଛି । ପରେ ଚୋରି ହୋଇଥିବା ମୋବାଇଲ ଫୋନ୍ ଗୁଡିକୁ ସମ୍ପୃକ୍ତ ମାଲିକମାନଙ୍କୁ ହସ୍ତାନ୍ତର କରି ଦିଆଯାଇଥିଲା । ଯାହାର ଅନୁମାନିକ ମୂଲ୍ୟ ପ୍ରାୟ ୫ଲକ୍ଷ ଟଙ୍କା ହେବ । ତେବେ ମୋବାଇଲ ଫୋନ ହଜିଯିବା ପରେ ତାହା ଆଉ କେବେ ଫେରିପାଇବେ ବୋଲି ଆଶା ଛାଡ଼ି ଦେଇଥିଲେ ଅନେକ ଲୋକ। କିନ୍ତୁ ଉମରକୋଟ ପୋଲିସର ନିରନ୍ତର ଉଦ୍ୟମ ଓ ବୈଷୟିକ ଜ୍ଞାନକୌଶଳ ବ୍ୟବହାର କରି ବିଭିନ୍ନ ସ୍ଥାନରୁ ପ୍ରାୟ ୫୪ଟି ହଜିଯାଇଥିବା ମୋବାଇଲ ଫୋନ ଉଦ୍ଧାର କରାଯାଇଥିଲା।

ପରବର୍ତ୍ତୀ ସମୟରେ ସଠିକ୍ ଯାଞ୍ଚ ପରେ ମୋବାଇଲଗୁଡ଼ିକୁ ଚିହ୍ନଟ କରାଯାଇ ସେଗୁଡ଼ିକର ପ୍ରକୃତ ମାଲିକଙ୍କୁ ଫେରାଇ ଦିଆଯାଇଛି। ଅନ୍ୟପକ୍ଷରେ, ହଜିଯାଇଥିବା ମୋବାଇଲ ଫୋନ୍ ଫେରିପାଇବା ପରେ ଉମରକୋଟ ପୋଲିସକୁ ଧନ୍ୟବାଦ ଜଣାଇଛନ୍ତି । ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଫେରି ପାଇଲେ ୫୪ଟି ହଜିଯାଇଥିବା ଦାମୀ ଫୋନ୍ 🔴 ବନ୍ୟା ବିପନ୍ନଙ୍କ ପାଇଁ ସରକାରଙ୍କ ବଡ଼ ଘୋଷଣା 🔴 ନୌସେନା ଯବାନଙ୍କ ପରିବାରକୁ ଶେଷ ବିଦାୟ,ଏକାଠି ଜଳିଲା ୪ ଜଣଙ୍କ ଜୁଇ 🔴 ପାଚେରୀ ଡେଇଁ ହଷ୍ଟେଲରୁ ୬ ଅନ୍ତେବାସୀ ଫେରାର 🔴 ବନ୍ୟା ଘେରରେ ୩୦ରୁ ଅଧିକ ପରିବାର 🔴 ୩ରାଜ୍ୟ ପାଇଁ ପ୍ରଭାରୀ ଓ ସହପ୍ରଭାରୀ ନିଯୁକ୍ତି 🔴 ଆଜି ବି ପ୍ରବଳ ବର୍ଷିବ; ୨ ଜିଲ୍ଲାକୁ ରେର୍ଡ, ୮ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ 🔴  ଲଗାଣ ବର୍ଷାରେ ଦବିଲା ରେଳ ଲାଇନ୍ 🔴 ସରିଲା DGP ଯୋଗେଶ ବାହାଦୂର ଖୁରାନିଆଙ୍କ କାର୍ଯ୍ୟକାଳ 🔴 ଟିଏମ୍‌ସି ନେତାଙ୍କ ମୃତଦେହ ଉଦ୍ଧାର 🔴 ଫେରି ପାଇଲେ ୫୪ଟି ହଜିଯାଇଥିବା ଦାମୀ ଫୋନ୍ 🔴 ବନ୍ୟା ବିପନ୍ନଙ୍କ ପାଇଁ ସରକାରଙ୍କ ବଡ଼ ଘୋଷଣା 🔴 ନୌସେନା ଯବାନଙ୍କ ପରିବାରକୁ ଶେଷ ବିଦାୟ,ଏକାଠି ଜଳିଲା ୪ ଜଣଙ୍କ ଜୁଇ 🔴 ପାଚେରୀ ଡେଇଁ ହଷ୍ଟେଲରୁ ୬ ଅନ୍ତେବାସୀ ଫେରାର 🔴 ବନ୍ୟା ଘେରରେ ୩୦ରୁ ଅଧିକ ପରିବାର 🔴 ୩ରାଜ୍ୟ ପାଇଁ ପ୍ରଭାରୀ ଓ ସହପ୍ରଭାରୀ ନିଯୁକ୍ତି 🔴 ଆଜି ବି ପ୍ରବଳ ବର୍ଷିବ; ୨ ଜିଲ୍ଲାକୁ ରେର୍ଡ, ୮ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ 🔴  ଲଗାଣ ବର୍ଷାରେ ଦବିଲା ରେଳ ଲାଇନ୍ 🔴 ସରିଲା DGP ଯୋଗେଶ ବାହାଦୂର ଖୁରାନିଆଙ୍କ କାର୍ଯ୍ୟକାଳ 🔴 ଟିଏମ୍‌ସି ନେତାଙ୍କ ମୃତଦେହ ଉଦ୍ଧାର