ବ୍ଲାକ ଫଙ୍ଗସ ନେଇଛି ୧୮ ମୁଣ୍ଡ, ୧୨ ସୁସ୍ଥ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରାଜ୍ୟରେ ବ୍ଲାକ ଫଙ୍ଗସ ୧୮ ଜଣଙ୍କ ମୁଣ୍ଡ ନେଇଛି । ଏବେ ପର୍ୟ୍ୟନ୍ତ ୧୨୯ ଜଣ ବ୍ଲାକ୍ ଫଙ୍ଗସରେ ଆକ୍ରାନ୍ତ ହୋଇଥିବା ସୂଚନା ରହିଛି । ଏମାନଙ୍କ ମଧ୍ୟରୁ ୧୮ ଜଣ ପ୍ରାଣ ହରାଇଥିବା ବେଳେ ୧୨ ଜଣ ସୁସ୍ଥ ହୋଇଛନ୍ତି । ଏ ନେଇ ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଂଜନ ମିଶ୍ର। ରାଜ୍ୟରେ ଏବେ ଆଉ କାଁ ଭାଁ ବ୍ଲାକ ଫଙ୍ଗସ୍‌ କେସ୍ ସାମ୍ନାକୁ ଆସୁଛି। ବ୍ଲାକ୍‌ଫଙ୍ଗସ୍‌ ନେଇ ଏତେ ଭୟଙ୍କର ଅବସ୍ଥା ରାଜ୍ୟରେ ଏବେ ନାହିଁ ବୋଲି ସେ କହିଛନ୍ତି।

ସେପଟେ, କରୋନା ମହାମାରୀ ସହ ଦେଶ ଲଢ଼ୁଥିବା ବେଳେ ବ୍ଲାକ୍‌ ଫଙ୍ଗସ୍‌ ଏବେ ଆଉ ଏକ ଚିନ୍ତାର କାରଣ ପାଲଟିଛି । ଏହି ବ୍ଲାକ୍ ଫଙ୍ଗସ୍‌ ଭିନ୍ନ ଭିନ୍ନ ରଙ୍ଗରେ ଦେଖିବାକୁ ମିଳୁଛି । କିଛି ରୋଗୀଙ୍କ କ୍ଷେତ୍ରରେ ଧଳା ତ କିଛି ରୋଗୀଙ୍କ କ୍ଷେତ୍ରରେ ଏହା ହଳଦିଆ ରଙ୍ଗରେ ଦେଖାଯାଇଛି । ଏନେଇ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରୁଥିବାବେଳେ ଏମ୍‌ସ ନିର୍ଦ୍ଦେଶକ ଡକ୍ଟର ରଣଦୀପ ଗୁଲେରିଆ କହିଛନ୍ତି ଯେ, ଫଙ୍ଗଲ୍ ଇନ୍‌ଫେକ୍ସନକୁ ଏହାର ରଙ୍ଗ ନାଁରେ ନାମିତ କରିବା ଉଚିତ ନୁହେଁ । କାରଣ ଏହା ଦ୍ୱାରା ଦ୍ୱନ୍ଦ୍ୱ ସୃଷ୍ଟି ହେଉଛି । ସେ ଆହୁରି କହିଛନ୍ତି ଯେ, ଇନ୍‌ଫେକ୍ସନ ଯେଉଁ ସ୍ଥାନରେ ହୋଇଥାଏ ତାକୁ ନେଇ ଏହା ରଙ୍ଗ ବଦଳାଇଥାଏ ।

ସେ କହିଛନ୍ତି ଯେ, ଏହାର ନାମ ମ୍ୟୁକର ମାଇକୋସିସ୍ ସହିତ ଜୋଡ଼ାଗଲା, କାରଣ ଏହା ହ୍ୱାଇଟ୍‌ ଫଙ୍ଗଲ୍ କଲୋନୀ ସହିତ ବ୍ଲାକ୍‌ ଚିହ୍ନ ମଧ୍ୟ ଦେଖାଇଥାଏ । ସେଥିପାଇଁ ଏହାକୁ ସାଧାରଣତଃ ବ୍ଲାକ୍‌ ଫଙ୍ଗସ୍ ବୋଲି କୁହାଗଲା । ବର୍ତ୍ତମାନ ସମୟରେ ରୋଗୀଙ୍କଠାରେ ଦେଖାଯାଉଥିବା ଫଙ୍ଗଲ୍ ଇନ୍‌ଫେକ୍ସନ ହେଉଛି ମ୍ୟୁକର ମାଇକୋସିସ୍, କ୍ୟାଣ୍ଡିଡା ଏବଂ ଆସପର୍ଜିଲସ୍ । ଏମାନଙ୍କ ମଧ୍ୟରେ ମ୍ୟୁକର ମାଇକୋସିସ୍ ଅଧିକ ପରିମାଣରେ ରହିଛି । ଯେଉଁମାନଙ୍କର ରୋଗ ପ୍ରତିରୋଧକ ଶକ୍ତି କମ୍ ଥାଏ, ସେମାନଙ୍କ କ୍ଷେତ୍ରରେ ଅଧିକ କ୍ୟାଣ୍ଡିଡା, ଆସପର୍ଜିଲସ୍ କିମ୍ବା ମ୍ୟୁକର ମାଇକୋସିସ୍ ଦେଖାଯାଇଥାଏ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ