Masthead

ସୁନ୍ଦରଗଡ଼ ଜିଲ୍ଲା ବଣାଇ ଅଞ୍ଚଳରେ ହାତୀ ଆତଙ୍କ

(ବଡ଼ ଖବର ବ୍ୟୁରୋ):  ସୁନ୍ଦରଗଡ଼ ଜିଲ୍ଲା ବଣାଇ ଅଞ୍ଚଳରେ ହାତୀ ଆତଙ୍କ । ଦୁଇଟି ହାତୀଙ୍କ ଉତ୍ପାତ ଯୋଗୁ ଗ୍ରାମବାସୀ ନୟାନ୍ତ ହୋଇପଡିଛନ୍ତି ।ତେବେ ଦୀର୍ଘ ୫ ଦିନ ହେବ ବଣାଇ ରେଞ୍ଜ, ତମରା ରେଞ୍ଜ ଅଞ୍ଚଳର ବିଭିନ୍ନ ଗ୍ରାମ ନିକଟକୁ ଆସି ଫସଲ ନଷ୍ଟ କରୁଛନ୍ତି । ହାତୀ ଯୋଗୁ ଭୟରେ ଲୋକେ ତାଟିକବାଟ ଦେଇ ରହୁଛନ୍ତି । ତେବେ ହାତୀ ଦିନରେ ପାଖରେ ଥିବା ଜଙ୍ଗଲରେ ରହୁଥିବା ବେଳେ ରାତିରେ ବାହାରି ଧାନ ଖାଉଥିବା ସ୍ଥାନୀୟ ଲୋକେ କହିଛନ୍ତି । ହାତୀକୁ ଘଉଡାଇବାକୁ ବନବିଭାଗର ରେଞ୍ଜର ,ଏସିଏଫ, ହୀତୀ ସ୍କ୍ୱାଡ ଓ ସ୍ଥାନୀୟ ଜନସାଧାରଣ ଉଦ୍ୟମ ଜାରି ରଖିଛନ୍ତି । ହେଲେ ହାତୀ ଦୁଇଟି ବାର ବାର ଆସି ଫସଲ ନଷ୍ଟ କରୁଥିବା ସ୍ଥାନୀୟ ଲୋକେ କହିଛନ୍ତି ।

ଧାନ ଫସଲ ନଷ୍ଟ କରୁଥବାରୁ ଚାଷୀ ମାନେ ଏବେ ଚିନ୍ତାରେ । ବନ ବିଭାଗ କହିଛି ଯାହା କ୍ଷତି ହୋଇଛି ଆକଳନ କରି କ୍ଷତି ପୂରଣ ଦିଆ ଯିବ । ସୂଚନା ଆନୁଯାୟୀ, ଏବେ ଏହି ଦୁଇଟି ଦନ୍ତା ହାତୀ ବ୍ରାହ୍ମଣୀ ନଦୀ ପାର ହୋଇ ଏବେ ବଣାଇ ସହର ସ୍ଥିତ ବନ ବିଭାଗ ଡାକ ବଙ୍ଗଳା ନିକଟରେ ଥିବା ଜଙ୍ଗଲରେ ଅଛନ୍ତି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି