Masthead

୫ଆଇପିଏସ ଓ ୫ଆଇଏଏସଙ୍କୁ ବାତ୍ୟା ମୁକାବିଲା ଦାୟିତ୍ୱ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ):ବାତ୍ୟା ମୁକାବିଲା ପ୍ରସ୍ତୁତି ଦେଖିବେ ବରିଷ୍ଠ ଅଧିକାରୀ । ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ୟାଶ, ବାତ୍ୟାର ରୂପ ନେଇସାରିଥିବାବେଳେ ଏହା ୨୬ ତାରିଖ ବେଳକୁ ଓଡିଶା ଉପକୂଳରେ ପହଂଚିବ । ଏହାଦ୍ୱାରା ପ୍ରଭାବିତ ହେବାକୁ ଥିବା ଜିଲ୍ଲା ଗୁଡ଼ିକ ପାଇଁ ବାତ୍ୟା ୟାଶ ପାଇଁ ୫ଜଣ ଆଇପିଏସ ଓ ୫ ଜଣ ଆଇଏଏସଙ୍କୁ ଦାୟିତ୍ୱ ଦେଇଛନ୍ତି ରାଜ୍ୟ ସରକାର । ଆଇପିଏସ ମାନଙ୍କ ମଧ୍ୟରୁ ଅମିତାଭ ଠାକୁରଙ୍କୁ ଜଗତସିଂହପୁର, ଜେଏନ୍ ପଙ୍କଜଙ୍କୁ କେନ୍ଦ୍ରାପଡ଼ା, ଭଦ୍ରକରେ ଅମିତେନ୍ଦ୍ର ନାଥ ସିହ୍ନା, ବାଲେଶ୍ୱର ପାଇଁ ଦୀପ୍ତେଶ ପଟ୍ଟନାୟକ ଓ ମୟୂରଭଞ୍ଜ ପାଇଁ ଡିଆଇଜି ଅନିରୁଦ୍ଧ ସିଂଙ୍କୁ ଦାୟିତ୍ୱ ଦିଆଯାଇଛି ।

ସେହିପରି ଆଇଏଏସ ମାନଙ୍କ ମଧ୍ୟରେ କେନ୍ଦ୍ରାପଡା ପାଇଁ ହେମନ୍ତ ଶର୍ମା, ଜଗତସିଂହପୁର ପାଇଁ ଶାଶ୍ୱତ ମିଶ୍ର, ଭଦ୍ରକ ଭିଭି ଯାଦବ, ବାଲେଶ୍ୱର ବିଶାଲ ଦେବ ଏବଂ ମୟୁରଭଞ୍ଜ ପାଇଁ ସୁରେଶ ବଶିଷ୍ଠଙ୍କୁ ଦାୟିତ୍ୱ ଦିଆଯାଇଛି । କିଭଳି ବାତ୍ୟାର ସଠିକ ମୁକାବିଲା କରାଯାଇପାରିବ, ସେନେଇ ଏମାନେ ଜିଲ୍ଲା ପ୍ରଶାସନକୁ ସହାୟତା କରିବେ । ସେହିପରି ଆଜି ଅପରାହ୍ନ ୪ଟାରେ ରାଜ୍ୟବାସୀଙ୍କୁ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମହାମାରୀ ଭିତରେ ବାତ୍ୟା ମୁକାବିଲା ପାଇଁ ରାଜ୍ୟବାସୀଙ୍କ ସହାୟତା ଲୋଡିପାରନ୍ତି ମୁଖ୍ୟମନ୍ତ୍ରୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା