Masthead

ଅବ୍ୟବସ୍ଥାରେ ପୁରୀ କୋଭିଡ ହସ୍ପିଟାଲ, କଂଗ୍ରେସ-ବିଜେପିର ମିଳିତ ପ୍ରତିବାଦ

ପୁରୀ (ବଡ଼ ଖବର ବ୍ୟୁରୋ): କରୋନା କାଳରେ ବିଜେଡିର ରାଜନୀତି । ଜନତା କରୋନା ସହ ଲଢୁଥିବା ବେଳେ ନବୀନ ସରକାର ଲୋକଙ୍କୁ ଭୂଆଁ ବୁଲାଉଛନ୍ତି । ଏହା ଅତ୍ୟନ୍ତ ନିନ୍ଦନୀୟ । କରୋନା କାଳରେ ବାଃ ବାଃ ନେବା ପାଇଁ କେବଳ କୋଭିଡ ହସ୍ପିଟାଲ ଖୋଲି ଦେଉଛନ୍ତି ସରକାର ହେଲେ ଚିକିତ୍ସା ପାଇଁ ଭିତ୍ତିଭୂମି ନାହିଁ । ଏପରି ଅଭାବନୀୟ ଘଟଣା ଘଟିଛି ପୁରୀ ଜିଲ୍ଲାରେ । ଆଇସିୟୁ ବେଡ଼ ଅଭାବରୁ ଜଣେ ରୋଗୀଙ୍କ ମୃତ୍ୟୁ ହୋଇଛି । ପୁରୀରେ ଉନ୍ନତମାନର କୋଭିଡ଼ ହସ୍ପିଟାଲ ଥିଲେ ମଧ୍ୟ ଆଇସିୟୁ ଅଭାବରୁ ଜଣେ ରୋଗୀଙ୍କ ମୃତ୍ୟୁ ହୋଇଛି । ଜୋରଦାର ପ୍ରଚାର ପ୍ରସାରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀରେ କୋଭିଡ଼ ହସ୍ପିଟାଲ କଲେ । ଜଣେ ରୋଗୀଙ୍କୁ ଆଇସିୟୁ ଦରକାର ପଡିଥିବାରୁ ସେ ପୁରୀ ଆଇଡିଏଚରେ ଯୋଗାଯୋଗ କରିଥିଲେ । ଆଇଡିଏଚରେ ବେଡ ଖାଲି ନଥିବାରୁ କୋଭିଡ ହେଲ୍ପ ଡେସ୍କ ନମ୍ବରକୁ ଫୋନ କଲେ । କିନ୍ତୁ ହେଲ୍ପ ଡ଼େସ୍କରୁ ଉତ୍ତର ଆସିଥିଲା କୋଭିଡ଼ ହସ୍ପିଟାଲ କାର୍ୟ୍ୟକ୍ଷମ ହୋଇନାହିଁ । ପରେ ଜିଲ୍ଲାପାଳଙ୍କୁ ଯୋଗାଯୋଗ କରାଯାଇଥିଲା, ହେଲେ ଜିଲ୍ଲାପାଳ ଫୋନ ରିସିଭ କରିନଥିଲେ । ପରେ ଏଡ଼ିଏମ ବିନୟ ଦାସଙ୍କୁ ଫୋନ କରିବାରୁ ସେ କହିଥିଲେ କୋଭିଡ଼ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଛି ହେଲେ ଆଇଡିଏଚ ଯେଉଁ ରୋଗୀଙ୍କୁ ପଠେଇବ ତାକୁ ସେଠାରେ ଆଇସିୟୁ ଦିଆଯିବ । ପରେ ପୁଣି କୋଭିଡ ଏମରଜେନ୍ସି ବିଭାଗକୁ ଫୋନ କରିବାରୁ ସେମାନେ କହିଲେ ସ୍ପେସିଆଲ ନୋଡାଲ ଅଫିସରଙ୍କ ସହ କଥା ହୁଅନ୍ତୁ । ଏଥିରୁ ସ୍ପଷ୍ଟ ଲୋକେ ମରନ୍ତୁ ପଛେ ବିଜେଡିର ରାଜନୀତି ପ୍ରଚାର ପ୍ରସାର ଜୋରଦାର ହେବା ଦରକାର । ନା କୁ ମେଡିକାଲ ଖୋଲା ହେଲା । ୯୦ଟି ଅକ୍ସିଜେନ, ୪୦ଟି ଏଚଡ଼ିୟୁ ଓ ୨୦ଟି ଆଇସିୟୁ ଶଯ୍ୟା କେବଳ ଲୋକଙ୍କୁ ଖୁସି କରେଇବା ପାଇଁ । ପୁରୀବାସୀ ଏ ଘଟଣାରେ ଚୁପ ବସିବେନି । ଏହାକୁ ଦୃଢ ବିରୋଧ କରିବେ । ଆଇସିୟୁ ଅଭାବରୁ ଜଣଙ୍କ ଜୀବନ ଗଲା ।

 

ସେହିପରି ବିଜେପି ଜ଼ିଲ୍ଲା ଯୁବ ସଭାପତି ଜୟନ୍ତ ଦାଶ କହନ୍ତି ଜଣେ କୋଭିଡ ରୋଗୀଙ୍କୁ ପୁରୀରୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ରେଫର କରାଯାଇଥିଲା । ସେଠାରୁ ରେଫର ହେଲେେ ଡୁମଡୁମାର ଏକ କୋଭିଡ ହସ୍ପିଟାଲକୁ । ସେଠାରୁ ପୁଣି ତାଙ୍କୁ ରେଫର କରାଗଲା କ୍ୟାପିଟାଲ ହସ୍ପିଟାଲକୁ । ରୋଗୀଙ୍କ ପରିବାର ଲୋକ ଯେତେବେଳେ ପଥମ ଘରୋଇ ହସ୍ପିଟାଲରେ ପଚାରିଲେ ରୋଗୀ ଏବେ କେଉଠି ? ଉତ୍ତର ମିଳିଲା ଡୁମଡୁମାରେ । ଡୁମଡୁମା ହସ୍ପିଟାଲରେ ପଚାରିବାରୁ ଉତ୍ତର ମିଳିଲା କ୍ୟାପିଟାଲ ହସ୍ପିଟାଲରେ । ଯେତେବେଳେ ସେ କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚିଲେ ଉତ୍ତର ମିଳିଲା ରୋଗୀ ପରିଚୟ ହୀନ । ସେ ପହଞ୍ଚିବା ମାତ୍ରେ ତାଙ୍କର ମୃତ୍ୟୁ ହୋଇଥିଲା । ତାଙ୍କୁ ସତ୍ୟନଗର ଶ୍ମଶାନକୁ ପଠେଇ ଦେଇଛୁ ବୋଲି କ୍ୟାପିଟାଲ ହସ୍ପିଟାଲ କର୍ତ୍ତୃପକ୍ଷ କହିଥିଲେ ।

ପୁରୀର ଅଜୟ ମିଶ୍ର, ଯୁବ କଂଗ୍ରେସ ନେତା ଆଲୋକ କୁମାର ଦାଶ, ଯୁବ ବିଜେପି ପୁରୀଜିଲ୍ଲା ସଭାପତି ଜୟନ୍ତ ଦାଶ, ଯୁବ ଆଇନଜୀବୀ ଅନିଲ କୁମାର ସାହୁ, ବସ୍ତିନେତା ମନୋଜ ମଣ୍ଡଳ, ଯୁବ ସମାଜସେବୀ ବିଶ୍ୱଶାନ୍ତି ତ୍ରିପାଠୀ, ଛାତ୍ର କଂଗ୍ରେସ ପୂର୍ବତନ ଜିଲ୍ଲା ସଭାପତି ଆଶୁତୋଷ ମିଶ୍ର ଓ ଛାତ୍ର ସଂଗଠକ ଅନିଲ ବେଜ ଏକାଠି ହୋଇ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସରକାରଙ୍କ ଏଭଳି ନୀତିକୁ ବିରୋଧ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ