Masthead

ଆମେରିକାକୁ ୩୫୦ କୋଟି ଫେରସ୍ତ ମାଗିଲା ତାଲିବାନ୍

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆମେରିକାକୁ ୩୫୦ କୋଟି ଫେରସ୍ତ ମାଗିଲା ତାଲିବାନ୍ । ଆଫଗାନିସ୍ତାନର ତାଲିବାନ ସରକାର ୩୫୦ କୋଟି ଡଲାର ଫେରାଇବା ପାଇଁ ଆମେରିକାକୁ କହିଛି । ନ୍ୟୁୟର୍କ କୋର୍ଟଙ୍କ ଦ୍ୱାରା ରାୟ ପ୍ରକାଶ ପରେ ତାଲିବାନ୍ ଏହି ଅର୍ଥ ମାଗିଛି । ୨୦୨୧ ଅଗଷ୍ଟରେ ଆତଙ୍କୂ ଗୋଷ୍ଠୀ ତାଲିବାନ୍ ଆଫଗାନିସ୍ତାନକୁ କବଜା କରିଥିଲା । ଏହାପରେ ଆମେରିକା ଆଫଗାନ୍ ସମ୍ପତ୍ତିକୁ ନିଜ ନିୟନ୍ତ୍ରଣକୁ ନେଇ ଯାଇଥିଲା ।

ଏହି ସମୟରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କହିଥିଲେ ଯେ ଉକ୍ତ ପାଣ୍ଠିକୁ ୯/୧୧ ପୀଡ଼ିତଙ୍କ ପରିବାରକୁ ସହାୟତା ଲାଗି ବ୍ୟବହାର କରାଯିବ । ୯/୧୧ ଆକ୍ରମଣ ଦ୍ୱାରା କିଛି ପୀଡ଼ିତଙ୍କ ପରିବାର ଲୋକ ତାଲିବାନ ବିରୋଧରେ ମକଦ୍ଦମା କରିଥିଲେ । ଏଥିରେ ସେମାନେ ଜିତିଥିଲେ । କିନ୍ତୁ ନ୍ୟୁୟର୍କ ଫେଡେରାଲ କୋର୍ଟ ବିଚାରପତି ଜର୍ଜ ଡାନିଏଲ୍ସ ନିଜ ରାୟରେ ଏହି ଆଫଗାନ କେନ୍ଦ୍ରୀୟ ବ୍ୟାଙ୍କର ଅର୍ଥକୁ ଜବତ କରିବା କ୍ଷମତା କୋର୍ଟଙ୍କର ନାହିଁ ବୋଲି କହିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ