Masthead

ବିଜେଡି ଗଡ଼ରେ କଂଗ୍ରେସର ମହାମିଶ୍ରଣ ପର୍ବ

ଚାନ୍ଦବାଲି (ବଡ଼ ଖବର ବ୍ୟୁରୋ): ବିଜେଡି ଗଡ଼ରେ କଂଗ୍ରେସର ମହାମିଶ୍ରଣ ପର୍ବ । ବିଜେଡି ଛାଡ଼ି କଂଗ୍ରେସରେ ମିଶିଲେ ୬୦୦ପରିବାର । ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ବାଚନ ମଣ୍ଡଳୀ ଥିଲା ବେଳେ କଂଗ୍ରେସ ଦଳ ଚାନ୍ଦବାଲି ଦଖଲ କରିବା ପାଇଁ ତାର ରଣ କୌଶଳ ଆରମ୍ଭ କରି ଦେଇଛି । ଏନେଇ ଭଦ୍ରକ ଜିଲ୍ଲା ଧାମରା କଇଥଖୋଲାଠାରେ କଂଗ୍ରେସର ବିଶାଳ ସମାବେଶ ଏଵଂ ମିଶ୍ରଣ ପର୍ବ ହୋଇଥିଲା। ଏହି ସଭାରେ କଂଗ୍ରେସ ଦଳର ପିସିସି ସଭାପତି ଶରତ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ହଜାର ହଜାର ସଂଖ୍ୟାରେ ମହିଳା ଓ ପୁରୁଷମାନେ କର୍ମୀ ସଭାରେ ଉପସ୍ଥିତ ଥିଲେ। ଚାନ୍ଦବାଲିରୁ ବିରାଟ ଶୋଭାଯାତ୍ରା ଆରମ୍ଭ କରି କଇଥଖୋଲାରେ ହଜାର ହଜାର ସଂଖ୍ୟାରେ ବାଇକ୍ ଯୋଗେ ରାଲିରେ ପହଞ୍ଚି ଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁବନେଶ୍ୱରରେ ହେବ ଭିସା ସେଣ୍ଟର 🔴 ମଣ୍ଡେଇ ମହୋତ୍ସବରେ ମନ୍ତ୍ରୀ-ବିଧାୟକ ମୁହାଁମୁହିଁ 🔴 କଂଗ୍ରେସ ସହ ଅଛି, ଥିଲି, ରହିବି…ମୋକିମ 🔴 ମହମ୍ମଦ ମୋକିମଙ୍କୁ ଶକ୍ତ ଝଟକା 🔴 ଦୁଇ ସପ୍ତାହ କଲବଲ କରିବ ଜାଡ଼ 🔴 ବିଦ୍ୟାଳୟରୁ ତାଲା ଭାଙ୍ଗି ଲୁଟ୍ 🔴 ଅଡୁଆରେ ବାଣପୁର ଥାନା ପୋଲିସ 🔴 ବିପଦରେ ମେଘନାଦ ପାଚେରି 🔴 ଦିଲ୍ଲୀ ବିସ୍ଫୋରଣ ଘଟଣା, ଓଡ଼ିଶା ଲିଙ୍କ୍‌ 🔴 କଲବଲ କରୁଛି ପ୍ରବଳ ଥଣ୍ଡା 🔴 ଭୁବନେଶ୍ୱରରେ ହେବ ଭିସା ସେଣ୍ଟର 🔴 ମଣ୍ଡେଇ ମହୋତ୍ସବରେ ମନ୍ତ୍ରୀ-ବିଧାୟକ ମୁହାଁମୁହିଁ 🔴 କଂଗ୍ରେସ ସହ ଅଛି, ଥିଲି, ରହିବି…ମୋକିମ 🔴 ମହମ୍ମଦ ମୋକିମଙ୍କୁ ଶକ୍ତ ଝଟକା 🔴 ଦୁଇ ସପ୍ତାହ କଲବଲ କରିବ ଜାଡ଼ 🔴 ବିଦ୍ୟାଳୟରୁ ତାଲା ଭାଙ୍ଗି ଲୁଟ୍ 🔴 ଅଡୁଆରେ ବାଣପୁର ଥାନା ପୋଲିସ 🔴 ବିପଦରେ ମେଘନାଦ ପାଚେରି 🔴 ଦିଲ୍ଲୀ ବିସ୍ଫୋରଣ ଘଟଣା, ଓଡ଼ିଶା ଲିଙ୍କ୍‌ 🔴 କଲବଲ କରୁଛି ପ୍ରବଳ ଥଣ୍ଡା