ପାରିବାରିକ କଳହ, ସ୍ତ୍ରୀ କାଟିଲା ସ୍ୱାମୀର ବେକ

ଆସିକା(ବଡ଼ ଖବର ବ୍ୟୁରୋ): ସ୍ତ୍ରୀ କାଟିଲା ସ୍ୱାମୀର ବେକ । ପାରିବାରିକ କଳହରୁ ଏଭଳି ଘଟଣା ଘଟିଛି । ସ୍ୱାମୀକୁ ଗୁରୁତର ଅବସ୍ଥାରେ ଆସିକା ସବଡିଭିଜନ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି । ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଏଭଳି ଘଟଣା ଘଟିଛି ଧରାକୋଟ ଥାନା ବରିଗୁଡା ଗାଁରେ। ରୋହିତ ପାତ୍ର ଅନେକ ସମୟରେ ମଦ୍ୟପାନ କରିଥାନ୍ତି । ଏଥିପାଇଁ ପରିବାରରେ କଳହ ଲାଗି ରହିଥିଲା । ଗତକାଲି ମଦ୍ୟପାନ କରି ନିଜ ସ୍ତ୍ରୀ କସ୍ତୁରୀ ପାତ୍ରକୁ ମାରପିଟ କରିଥିଲେ । ଗତକାଲି ରାତି ପ୍ରାୟ ୮.୩୦ରେ ସ୍ୱାମୀ ସ୍ତ୍ରୀ ମଧ୍ୟରେ କଥା କଥା କଟାକଟି ହୋଇଥିଲା । ଅତିଷ୍ଠ ହୋଇ ସ୍ତ୍ରୀ କସ୍ତୁରୀ ଧାରୁଆ ଛୁରୀରେ ନିଜ ସ୍ଵାମୀର ବେକ ଓ ପିଠିକୁ କାଟି ଦେଇଥିଲେ । ଘଟଣା ସ୍ଥଳରେ ଧରାକୋଟ ପୋଲିସ ପହଁଚି ଅଧିକ ତଦନ୍ତ କରୁଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’