Masthead

ପୁରୀରୁ ଭୁବନେଶ୍ୱର ଚାଲିଚାଲି ଅଚେତ ହେଲେ କୋଭିଡ ଯୋଦ୍ଧା

ପିପିଲି( ବଡ଼ ଖବର ବ୍ୟୁରୋ ): ପୁରୀରୁ ଭୁବନେଶ୍ୱର ଚାଲିଚାଲି ଅଚେତ ହେଲେ କୋଭିଡ୍ ଯୋଦ୍ଧା । ସାରା ବିଶ୍ୱରେ କରୋନା ମହାମାରୀ ଆତଙ୍କ ଦିନକୁ ଦିନ ବଢିବାରେ ଲାଗିଛି । ଏହି ସମୟରେ ନିଜ ପରିବାରକୁ ପଛରେ ପକାଇ କରୋନା ମହାମାରୀ ସହ ଲଢ଼ିଥିଲେ ସ୍ଵାସ୍ଥ୍ୟ କର୍ମୀ । ପ୍ରଥମ ଲହରଠାରୁ ଆରମ୍ଭ କରି ଦ୍ୱିତୀୟ ଲହର ପର୍ଯ୍ୟନ୍ତ କୋଭିଡ ମୁକାବିଲା କରିଥିଲେ ପାରା ମେଡିକାଲର ସ୍ଵାସ୍ଥ୍ୟ କର୍ମୀ । କିନ୍ତୁ ଆଜି ସରକାରଙ୍କ ପାଇଁ ଆଲୋଡ଼ା ହୋଇଯାଇଛନ୍ତି ଆଗ ଧାଡ଼ିର ସ୍ଵାସ୍ଥ୍ୟ କର୍ମୀ ।

ତେବେ ନିଜ ହକ ପାଇଁ ଦୀର୍ଘ ଦିନ ଧରି ପିଏମଜିର ରାଜରାସ୍ତାରେ ବସିଥିଲେ ମଧ୍ୟ କିଛି ସୁଫଳ ମିଳିନଥିଲା । ସେଥିପାଇଁ ଆଜି ମହାପ୍ରଭୁ ଜଗନ୍ନାଥ ନିକଟରୁ ଆଜ୍ଞା ମାଳ ଓ ମହାପ୍ରସାଦ ଧରି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ପୁରୀରୁ ନବୀନ ନିବାସ ଅଭିମୁଖେ ଜୟ ଜଗନ୍ନାଥ କୋଭିଡ ୧୯ ମହାସଂଘ ପକ୍ଷରୁ ପଦଯାତ୍ରା ଆରମ୍ଭ କରିଥିଲେ । ତୃତୀୟ ଦିନରେ ଆଜି ପିପିଲିର ମଙ୍ଗଳପୁର ଠାରୁ ନବୀନ ନିବାସ ଅଭିମୁଖେ ଯାତ୍ରା ଆରମ୍ଭ କରଥିଲେ ସଂଗଠନ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ