Masthead

ନବୀନ ଓ ଧର୍ମେନ୍ଦ୍ରଙ୍କୁ ଅର୍ଦ୍ଧେନ୍ଦୁଙ୍କ ଆହ୍ୱାନ: ସୀମା ବିବାଦରେ ସାଥୀ ହୋଇ ଲଢ଼

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଓଡ଼ିଶା ସହିତ ପଡୋଶୀ ରାଜ୍ୟ ମଧ୍ୟରେ ଲାଗିରହିଥିବା ସୀମା ବିବାଦର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଆହ୍ୱାନ ଦେଇଛନ୍ତି ‘ବଡ଼ ଖବର’ର ମୁଖ୍ୟ ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସ । ବାଇ- ଲ -ପ୍ରତ୍ୟାହାର ନେଇ ଦଳମତ ନିର୍ବିଶେଷରେ ଉଭୟ ରାଜନୈତିକ ଦଳ ଯେଉଁଭଳି ଭାବରେ ମହାପ୍ରଭୁଙ୍କ ପାଇଁ ଲଢିଲେ, ତାହା ପ୍ରଶଂସନୀୟ । ଫଳସ୍ୱରୂପ ସକରାତ୍ମକ ଚିତ୍ର ସାମ୍ନାକୁ ଆସିଲା । ସେହିଭଳି ଆମ ମାତୃଭୂମି ତଥା ଆମ ସ୍ୱାଭିମାନର ପ୍ରସଙ୍ଗ ସୀମା ବିବାଦର ସମାଧାନ ପାଇଁ ଏକାଠି ହୋଇ ଲଢନ୍ତୁ ବୋଲି ଅର୍ଦ୍ଧେନ୍ଦୁ ଦୁଇ ପ୍ରମୁଖ ରାଜନୈତିକ ଦଳକୁ ଆହ୍ୱାନ ଦେଇଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି, ରାଜ୍ୟର ପ୍ରମୁଖ ରାଜନୈତିକ ଦଳ ଏକାଠି ନ ହେଲେ ବି ମହାପ୍ରଭୁଙ୍କ ପ୍ରସଙ୍ଗରେ ଉଭୟ ଏକ ଲକ୍ଷ୍ୟରେ ଲଢିଲେ । ଶ୍ରୀମନ୍ଦିର ଆମ ସ୍ୱାଭିମାନର କଥା । ଏ ସମ୍ପର୍କରେ କୌଣସି ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି ବିରୋଧରେ ଦଳ, ସରକାର କଥା ଭୁଲି , ସମସ୍ତେ ଲଢିବାର ଆବଶ୍ୟକତା ଥିଲା । ଆଉ ତାହାର ଫଳ ବି ମିଳିଲା । ଶ୍ରୀମନ୍ଦିର ଭଳି ଆମ ମାତୃଭୂମି ବି ଆମ ସ୍ୱାଭିମାନର ପ୍ରସଙ୍ଗ । କିନ୍ତୁ ପଡୋଶୀ ସୀମାନ୍ତର ଅନେକ ଅଂଚଳ ଉପରେ ଲୋଲୁପ ଦୃଷ୍ଟି ପକାଉଛନ୍ତି । କୋଟିଆ ହେଉ କିମ୍ବା ସୀମାନ୍ତବର୍ତ୍ତୀ ଅନ୍ୟ ଗାଁ ପ୍ରସଙ୍ଗରେ ବି ଆମେ ଏଭଳି ସକରାତ୍ମକ ଲଢେଇ ଦେଖିବାକୁ ଚାହୁଁଛୁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି