Masthead

ଓଡ଼ିଆ ଶ୍ରମିକଙ୍କ ବସ୍ ଜଳିଗଲା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଗାଁରେ କାମଧନ୍ଦାର ଅଭାବ । ପରିବାର ଚଳାଇବା ସହଜ ହେଉନି,ସୁଦୂର ଗୋଆ ଚାଲିଯିବା । ସେଠାରେ କାମଧନ୍ଦା ନିଶ୍ଚିତ ମିଳିବ । ଏଭଳି ଚିନ୍ତାକରି ବାଲେଣ୍ୱରର ୩୨ ଜଣ ଶ୍ରମିକ ଏକ ଘରୋଇ ବସ ଭଡା କରିଥିଲେ । ନେଲୁରୁ ଦେଇ ଗୋଆ ଅଭିମୁଖେ ବାଲେଣ୍ୱରରୁ ଛାଡିଥିଲା ବସ୍ ।

ମଙ୍ଗଳବାର ସଂଧ୍ୟା ୭ଟା । ବସ୍ ଛୁଟିଥାଏ ଆଗକୁ ଆଗକୁ । ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ପାଇକାରାଓପେଟା ନିକଟରେ ଜାତୀୟ ରାଜପଥ ପାଶ୍ୱର୍କୁ ଡାଇଭର ବସ୍ ସାଇଡକରି ଚିତ୍କାର କରିଥିଲେ । ନିଆଁ, ନିଆଁ । ସେତେବେଳକୁ ଓଡ଼ିଆ ଯାତ୍ରୀମାନେ ବସ୍ରେ ନିଆଁ ଲାଗିଥିବା ଜାଣିପାରିଥିଲେ । ଡ୍ରାଇଭରଙ୍କ ନିର୍ଦ୍ଧେଶରେ ସମସ୍ତ ଯାତ୍ରୀ ବସରୁ ଓହ୍ଲାଇ ଯାଇଥିଲେ । ଆଉ ସେମାନେ ସମସ୍ତେ ବସ୍ ଠାରୁ ବହୁତ ଦୂରରେ ଠିଆ ହୋଇଥିଲେ । ସେମାନଙ୍କ ଆଖି ଆଗରେ ହୁତୁ ହୁତୁ ହୋଇ ଜଳି ଯାଇଥିଲା ବସ । ଓଡ଼ିଆ ଶ୍ରମିକ ମାନେ ଡ୍ରାଇଭରକୁ ଧନ୍ୟବାଦ ଦେଇଛନ୍ତି ।

ସ୍ଥାନୀୟ ପୋଲିସ କହିଛି, ବସ୍ଟି ସମ୍ପର୍ଣ୍ଣ ଜଳିଯାଇଛି । ଅଗ୍ନିଶମ ବିଭାଗ କର୍ମଚାରୀ ଓ ସ୍ଥାନୀୟ ପୋଲସ ନିଆଁକୁ ଆୟତ୍ତ କରିବା ସହ ପରିସ୍ଥିତି ନିୟନ୍ତ୍ରଣ କରିଥିଲେ । ପୋଲିସ କହିବା ଅନୁସାରେ ବସର ଇଞ୍ଜିନରେ ସଟ୍ ସର୍କିଟ ଯୋଗୁଁ ନିଆଁ ଲାଗିଯାଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ