Before Header

ପଞ୍ଜଶିରର ୪ଜିଲ୍ଲା କବଜାକୁ ନେଇଥିବା ଦାବି କରିଛି ତାଲିବାନ

0 39

(ବଡ଼ ଖବର ବ୍ୟୁରୋ): ପଞ୍ଜଶିରର ୪ଜିଲ୍ଲାକୁ କବଜାକୁ ନେଇଥିବା ଦାବି କରିଛି ତାଲିବାନ । ପୁରା ଆଫଗାନସ୍ତାନକୁ ନିଜ ଦଖଲକୁ ନେଇଥିବା ବେଳେ ପଞ୍ଜଶିର ଏଥିରୁ ବାଦ ପଡିଥିଲା । ଏବେ କିନ୍ତୁ ୪ଜିଲ୍ଲାକୁ ନିଜ କବଜାକୁ ନେଇଥିବା ଦାବି କରିଛି । ରାଜଧାନୀ କାବୁଲ ସହ ପୁରା ଦେଶକୁ କାବୁଲ ୨୦ ଦିନରୁ ଅଧିକ ଦିନ ହେଲା ହାତକୁ ନେଇଛି । ତଥାପି ଆଫଗାନିସ୍ତାନର ପଞ୍ଜଶିର ଏବେବି ତାଲିବାନ ଠାରୁ ଦୂରରେ ।

ପଞ୍ଜଶିରକୁ ହାତେଇବା ଲାଗି ବିରୋଧୀଙ୍କ ସହ ଲଗାତାର ଲଢ଼ୁଛି ତାଲିବାନ । ପଞ୍ଜଶିରରେ ୪ ଜିଲ୍ଲା ବନ୍ଦ, ପାରୈନ, ଖିଞ୍ଜ ଓ ଅବଶରକୁ କବଜା କରି ନେଇଥିବା ତାଲିବାନ ଦାବି କରିଛି । ତେବେ ଏହି ଦାବିକୁ ପ୍ରତିପକ୍ଷ ଅଗ୍ରାହ୍ୟ କରି ଦେଇଛନ୍ତି। ବିରୋଧୀଙ୍କ କହିବା ଅନୁସାରେ, ସଂଘର୍ଷ ପରେ ତାଲିବାନ ପଛକୁ ଫେରି ଯାଇଛି । ତାଲିବାନ କହିଛି ୪ ଜିଲ୍ଲା ହାତେଇବା ପରେ ଓନୋବା ଜିଲ୍ଲା କବଜା କରିବାକୁ ସଂଘର୍ଷ ଜାରି ରହିଛି ।

Leave A Reply

Your email address will not be published.