Masthead

କୋଟିଆ ବିବାଦ: ରାଜନୈତିକ ସ୍ତରରେ ସମାଧାନ ପାଇଁ ସୁପ୍ରିମକୋର୍ଟଙ୍କ ପରାମର୍ଶ

କୋଟିଆ (ବଡ଼ ଖବର ବ୍ୟୁରୋ): କୋଟିଆ ବିବାଦ । ପୁଣି ଘୁଞ୍ଚିଲା ମାମଲାର ଶୁଣାଣି। ସୁପ୍ରିମକୋର୍ଟ ୬ସପ୍ତାହ ପରେ ପରବର୍ତ୍ତୀ ଶୁଣାଣି କରିବାକୁ ନିଷ୍ପତ୍ତି ନେଇଛନ୍ତି। ପରବର୍ତ୍ତୀ ଶୁଣାଣି ପୂର୍ବରୁ ରାଜନୈତିକ ସମାଧାନ କରିବାକୁ ସୁପ୍ରିମକୋର୍ଟ କହିଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ବେ ଆନ୍ଧ୍ରପ୍ରଦେଶ ବାରମ୍ବାର ଅନୁପ୍ରବେଶ କରୁଥିବାରୁ ଏହାକୁନେଇ ଚଳିତବର୍ଷ ପୁଣି ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ ଓଡ଼ିଶା ସରକାର ।କୋଭିଡ୍ କଟକଣା ଯୋଗୁ ତିନି ମାସ ଧରି ଶୁଣାଣି ହୋଇପାରି ନଥିଲା ।

କିନ୍ତୁ ସୁପ୍ରିମକୋର୍ଟ ଦୁଇ ରାଜ୍ୟ ପରସ୍ପର ମଧ୍ୟରେ ଆଲୋଚନା କରି ସମାଧାନର ରାସ୍ତା ବାହାର କରିବାକୁ ସୁଯୋଗ ଦେଇଛନ୍ତି । ସୂଚନା ଅନୁସାରେ ସୁପ୍ରିମକୋର୍ଟରେ ନଅ ଜଣ ବିଚାରପତିଙ୍କ ଶପଥ ଗ୍ରହଣ କାର୍ୟ୍ୟକ୍ରମ ଯୋଗୁ କୋଟିଆ ମାମଲା ଶୁଣାଣି ବିଳମ୍ବରେ ଆରମ୍ଭ ହୋଇଥିଲା।

ଶପଥ ଗ୍ରହଣ ଶେଷ ହେବା ପରେ ମୁଖ୍ୟ ବିଚାରପତି ଜଷ୍ଟିସ୍ ଏନ.ଭି. ରମଣା ଆଜି ନୂତନ ଭବେ ଶପଥ ଗ୍ରହଣ କରିଥିବା ବିଚାରପତି ଜେ.କେ. ମାହେଶ୍ବରୀଙ୍କୁ ବିଚାରପତି ଏ.ଏମ. ଖାନୱିଲକର ଓ ବିଚାରପତି ସଂଜୀବ ଖାନ୍ନାଙ୍କ ଖଣ୍ଡପୀଠରେ ସାମିଲ୍ କରିଥିଲେ। ପରବର୍ତ୍ତୀ ତାରିଖରେ ମାମଲାର ବିସ୍ତୃତ ଶୁଣାଣି ହେବାର ସମ୍ଭାବନା ଥିବା ବେଳେ ଖଣ୍ଡପୀଠଙ୍କ ଦ୍ବାରା କୌଣସି ନିର୍ଦ୍ଦିଷ୍ଟ ତାରିଖ ଧାର୍ୟ୍ୟ କରାଯାଇନାହିଁ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ