Masthead

ଅଡ଼ୁଆରେ ଗୁଜୁରାଟ ସରକାର

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଗୁଜୁରାଟ ଦଙ୍ଗା ବେଳେ ୫ ମାସର ଗର୍ଭବତୀ ଥିବା ବିଲକିସ ବାନୋଙ୍କୁ ବଳାତ୍କାର ଓ ତାଙ୍କ ପରିବାରର ୭ ସଦସ୍ୟଙ୍କୁ ହତ୍ୟାକରି ଆଜୀବନ କାରାଦଣ୍ଡାଦେଶ ଭୋଗୁଥିବା ସମସ୍ତ ୧୧ ଦୋଷୀଙ୍କୁ ଗତ ଅଗଷ୍ଟ ୧୫ରେ ରାଜ୍ୟ ସରକାର ଜେଲରୁ ମୁକ୍ତ କରିବାକୁ ବିରୋଧ କରି ସୁପ୍ରିମକୋର୍ଟରେ ଆଗତ ପଟିଶନର ମଙ୍ଗଲବାର ଶୁଣାଣି ହୋଇଛିି । ଦୋଷୀଙ୍କୁ ଆଗୁଆ ମୁକ୍ତ କରାଯିବା ନେଇ ଗୁଜରାଟ ସରକାରଙ୍କ ନିଷ୍ପତ୍ତି ଉପରେ ସୁପ୍ରିମକୋର୍ଟ ପ୍ରଶ୍ନ ଉଠାଇଛନ୍ତି । ଏହାର କ’ଣ କାରଣ ଥିଲା ବୋଲି ସୁପ୍ରିମକୋର୍ଟ ପଚାରିଛନ୍ତି। କୋର୍ଟ କହିଛନ୍ତି ଯେ, ଆଜି ବିଲକିସଙ୍କ ସହିତ ଏପରି ଘଟିଛି, ଆସନ୍ତାକାଲି ଆଉ କାହା ସହିତ ହୋଇପାରେ।

ଜଷ୍ଟିସ କେଏମ ଜୋସେଫ ଏବଂ ବି.ଭି ନାଗରତ୍ନାଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି ବେଳେ ରାଜ୍ୟ ସରକାରଙ୍କୁ ଦୋଷମୁକ୍ତ କରାଯିବାର କାରଣ ପଚାରିଛନ୍ତି । ଏଥିସହ ଦୋଷୀଙ୍କୁ ମୁକ୍ତ କରିବା ପଛର କାରଣ ସମ୍ପର୍କିତ ଫାଇଲ ଦାଖଲ କରିବାକୁ ସର୍ବୋଚ୍ଚ ଅଦାଲତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନିଦେ୍ର୍ଦଶ ଦେଇଛନ୍ତି । ଏଥିପାଇଁ ମେ’ ୧ ପର୍ଯ୍ୟନ୍ତ ସମୟ ଦିଆଯାଇଛି । ଯଦି ଦୋଷୀଙ୍କୁ ଛାଡ଼ିବା ପଛର କାରଣ ନ ଜଣାଇପାରିବେ ତେବେ ସୁପ୍ରିମକୋର୍ଟ ଏ ବାବଦ ନିଷ୍କର୍ସ ବାହାର କରିବେ ବୋଲି ଖଣ୍ଡପୀଠ କହିଛନ୍ତି ।

୨୦୦୨ ଫେବୃୟାରୀ ୨୭ରେ ଗୁଜୁରାଟର ଗୋଧ୍ରାରେ ଦୁର୍ବୃତ୍ତମାନେ ସାବରମତି ଏକ୍ସପ୍ରେସ୍ରେ ନିଆଁ ଲଗାଇଦେଇଥିଲେ। ଫଳରେ ଉକ୍ତ ଟ୍ରେନ୍ରେ ଅଯୋଧ୍ୟାରୁ ଫେରୁଥିବା କାରସେବକଙ୍କ ସମେତ ୫୯ ଜଣଙ୍କ ମୃତ୍ୟୁ ଘଟିଥିଲା। ମାର୍ଚ୍ଚ ୩ରେ ଏକ ଟ୍ରକରେ ୨୧ ବର୍ଷୀୟା ବିଲକିସଙ୍କୁ ୟାକୁବ୍ ରସୁଲଙ୍କ ପରିବାର ସମେତ ୧୭ ଜଣ ସ୍ଥାନାନ୍ତରିତ ହେଉଥିବାବେଳେ ଦାହୋଦ ଜିଲା ରନ୍ଧିକାପୁର ନିକଟରେ ଦଙ୍ଗାକାରୀମାନେ ଆକ୍ରମଣ କରିଥିଲେ। ଏଥିରେ ୪ ମହିଳା ଓ ୪ ଶିଶୁଙ୍କ ସମେତ ୧୪ ଜଣଙ୍କ ମୃତ୍ୟୁ ଘଟିଥିଲା। ମୃତକଙ୍କ ମଧ୍ୟରେ ବିଲକିସଙ୍କୁ ୨ ବର୍ଷୀୟା ଝିଅ ସଲେହା ମଧ୍ୟ ଥିଲେ। ଦଙ୍ଗାକାରୀମାନେ ୫ ମାସର ଗର୍ଭବତୀ ଥିବା ବିଲକିସଙ୍କୁ ଗଣବଳାତ୍କାର କରି ମୃତ୍ୟୁମୁଖକୁ ଠେଲିଦେଇଥିଲେ। କିନ୍ତୁ ସେ ସୌଭାଗ୍ୟବଶତଃ ବଞ୍ଚିଯାଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ