Before Header

ଦୈନିକ ସଂକ୍ରମଣ ୮ ହଜାର ପାର

0 29

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରାଜ୍ୟରେ ୮ହଜାର ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ୮ହଜାର ୩୮୬ ନୂଆ ଅକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୨ହଜାର ମୁହାଁ ଖୋର୍ଦ୍ଧା ଆକ୍ରାନ୍ତ ସଂଖ୍ୟା । ଖୋର୍ଦ୍ଧାରୁ ସର୍ବାଧିକ ୧ହଜାର ୮୪୦ ନୂଆ ଆକ୍ରାନ୍ତ ଚିହ୍ନଟ । ଦ୍ୱିତୀୟରେ ରହିଛି ସୁନ୍ଦରଗଡ଼ ଜିଲ୍ଲା । ସୁନ୍ଦରଗଡ଼ରୁ ୯୩୩ ଜଣ ଚିହ୍ନଟ ହୋଇଛନ୍ତି ।

କଟକରୁ ୪୯୬, ଝାରସୁଗୁଡାରୁ ୪୩୩, ନବରଙ୍ଗପୁରରୁ ୩୮୮, ବଲାଙ୍ଗିରରୁ ୩୫୮, ଅନୁଗୁଳରୁ ୩୪୭, ଷ୍ଟେଟ ପୁଲରୁ ୩୪୮, ସମ୍ବଲପୁରରୁ ୩୦୭, ମୟୁରଭଞ୍ଜରୁ ୨୮୯, ଯାଜପୁରରୁ ୨୭୦, ପୁରୀରୁ ୨୫୯, ବରଗଡ଼ରୁ ୨୫୭, ନୂଆପଡାରୁ ୨୩୩, ଗଞ୍ଜାମରୁ ୨୦୯, ବାଲେଶ୍ୱରରୁ ୨୦୨, କେନ୍ଦୁଝରରୁ ୧୭୫, ଜଗତସିଂପୁରରୁ ୧୨୯, କଳାହାଣ୍ଡିରୁ ୧୨୬, ନୟାଗଡରୁ ୧୨୨, ଗଜପତିରୁ ୯୬, ବୌଦ୍ଧରୁ ୮୩, ରାୟଗଡ଼ାରୁ ୭୫, କୋରାପୁଟ ୬୯, ସୋନପୁର ଓ ଭଦ୍ରକରୁ ୬୭, ଦେବଗଡ଼ ୬୧, କନ୍ଧମାଳ ୫୩, କେନ୍ଦ୍ରପଡା ୪୯, ମାଲକାନାଗିରି ୨୪, ଢେଙ୍କାନାଳ ୨୧ା

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪ଲକ୍ଷ ୨୮ହଜାର ୫୧୫କୁ ବୃଦ୍ଧି । ସୁସ୍ଥ ହେଲେଣି ୩ଲକ୍ଷ ୭୧ହଜାର ୨୦୦ଜଣ । ଆକ୍ଟିଭ କେସ ରହିଛି ୫୫ହଜାର ୨୪୫ ।

Leave A Reply

Your email address will not be published.