Masthead

୮୪ ବର୍ଷର ବୃଦ୍ଧଙ୍କୁ ଜେଲ ଦଣ୍ଡ

ବିହାର (ବଡ଼ ଖବର ବ୍ୟୁରୋ):  ଗୋଟିଏ ପରିବାରର ୫ଜଣ ସଦସ୍ୟ ଅସ୍ତ୍ରଶସ୍ତ୍ର ଧରି ଜଣଙ୍କ ଘରେ ପହଞ୍ଚ ଆକ୍ରମଣ କରିଥିଲେ । ଗୁଳିମାଡ଼ ସହ ହାତରେ ଥିବା ଧାରୁଆ ଅସ୍ତ୍ରଶସ୍ତ୍ରରେ ରାୟ ଓ ତାଙ୍କ ପତ୍ନୀଙ୍କୁ ହାଣିପକାଇଥିଲେ । ଯୁବା ଅବସ୍ତାରେ ଏକ ହିସାଂତ୍ମକ ମାମଲାରେ ଅଭିଯୁକ୍ତ ହୋଇଥିଲେ । ଏବେ ତାଙ୍କୁ ୮୪ବର୍ଷ । ବୃଦ୍ଧ ଅବସ୍ତାରେ ୩୩ବର୍ଷ ତଳ ଘଟଣାକୁ ନେଇ କୋର୍ଟ ତାଙ୍କୁ ଦୋଷି ସାବ୍ୟସ୍ତ କରିଛ । ବିହାରର ବୈଶାଳୀ ଜିଲ୍ଲାର ୮୪ ବର୍ଷୀୟ ଦୀପ ରାୟ ଜଣେ ଅପରାଧୀ। ଆଜକୁ ପ୍ରାୟ ୩୩ ବର୍ଷ ତଳେ, ଅର୍ଥାତ୍ ୧୯୯୨ ମସିହା ନଭେମ୍ବର ୧୦ ତାରିଖରେ ଏକ ସାମାନ୍ୟ ବିବାଦକୁ ନେଇ ସେ ଯେଉଁ ରକ୍ତମୁଖା ରୂପ ଧାରଣ କରିଥିଲେ, ତାହାର ପରିଣାମ ଆଜି ତାଙ୍କୁ ଭୋଗିବାକୁ ପଡ଼ିଛି।

ଘଟଣାଟି ଥିଲା – ରାଘବପୁର ଗାଁର ଅଦାଲତ ରାୟ ନିଜ ପତ୍ନୀଙ୍କ ସହ ଘର ଆଗରେ ବସିଥିବା ବେଳେ ଦୀପ ରାୟ ଏବଂ ତାଙ୍କ ପରିବାର ଲୋକେ ମାରଣାସ୍ତ୍ର ଧରି ସେଠାରେ ପହଞ୍ଚିଥିଲେ । କେବଳ ସେତିକି ନୁହେଁ, ରାସ୍ତାରେ କାଚ ଖଣ୍ଡ ବିଛାଇ ଏକ ଜଘନ୍ୟ କାଣ୍ଡ ଭିଆଇଥିଲେ । ବିରୋଧ କରିବାରୁ ଆକ୍ରମଣ ମଧ୍ୟ କରିଥିଲେ। । ୧୯୯୩ରୁ ଆରମ୍ଭ ହୋଇଥିବା ଏହି ଆଇନଗତ ଲଢ଼େଇ ଦୀର୍ଘ ୩୩ ବର୍ଷ ଧରି ଚାଲିଲା। ଏହି ସମୟ ମଧ୍ୟରେ ମାମଲାର ଅନ୍ୟ ୪ ଜଣ ଅଭିଯୁକ୍ତ ମୃତ୍ୟୁବରଣ କରିସାରିଛନ୍ତି। କୋର୍ଟ ତାଙ୍କୁ ହତ୍ୟା ଉଦ୍ୟମ (ଆଇପିସି ଧାରା ୩୦୭) ଭଳି ସଙ୍ଗୀନ ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏହି ଘଟଣା ସମାଜ ପାଇଁ ଏକ ବଡ଼ ଶିକ୍ଷା। ନ୍ୟାୟାଳୟର ପ୍ରକ୍ରିୟା ବିଳମ୍ବ ହୋଇପାରେ, କିନ୍ତୁ ଅପରାଧର ହିସାବ ଦିନେ ନା ଦିନେ ଦେବାକୁ ପଡ଼େ। “କର୍ମ କେବେ ପିଛା ଛାଡ଼େ ନାହିଁ” – ଏହି ପୁରୁଣା କଥାଟି ଆଜି ଦୀପ ରାୟଙ୍କ କ୍ଷେତ୍ରରେ ସତ୍ୟ ପ୍ରମାଣିତ ହୋଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୮୪ ବର୍ଷର ବୃଦ୍ଧଙ୍କୁ ଜେଲ ଦଣ୍ଡ 🔴 ସୌମ୍ୟ ହତ୍ୟାକାଣ୍ଡ ମାମଲା, ମୁଖ୍ୟ ଅଭିଯୁକ୍ତ ଗିରଫ 🔴 ମାଆ ହେଲା ବାଘୁଣୀ ଜିନ୍ନତ 🔴 ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି 🔴 ମଧ୍ୟ ପ୍ରାଚ୍ୟରେ ପୁଣି ବିଗିଡିବ କି ସ୍ଥିତି ? 🔴 ୫ଦିନରେ ୪ ଡିଗ୍ରୀ ଯାଏ ବଢ଼ିପାରେ ତାତି 🔴 ମଣିଷକୁ ଖାଇଲା ବାଘ ! 🔴 ପୋଲିସ୍‌ ମାଡ଼ରେ ଯୁବକଙ୍କ ମୃତ୍ୟୁ! 🔴 ତ୍ରିମୂଖୀ ଲଢ଼େଇ ପାଇଁ ଅଣ୍ଟା ଭେଡିଲେ ବିଜେପି-କଂଗ୍ରେସ-ବିଜେଡି 🔴 ପ୍ରେସ୍‌ ଛକ ମାଛ ମାର୍କେଟ୍‌ରେ ଭୟଙ୍କର ଅଗ୍ନିକାଣ୍ଡ 🔴 ୮୪ ବର୍ଷର ବୃଦ୍ଧଙ୍କୁ ଜେଲ ଦଣ୍ଡ 🔴 ସୌମ୍ୟ ହତ୍ୟାକାଣ୍ଡ ମାମଲା, ମୁଖ୍ୟ ଅଭିଯୁକ୍ତ ଗିରଫ 🔴 ମାଆ ହେଲା ବାଘୁଣୀ ଜିନ୍ନତ 🔴 ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି 🔴 ମଧ୍ୟ ପ୍ରାଚ୍ୟରେ ପୁଣି ବିଗିଡିବ କି ସ୍ଥିତି ? 🔴 ୫ଦିନରେ ୪ ଡିଗ୍ରୀ ଯାଏ ବଢ଼ିପାରେ ତାତି 🔴 ମଣିଷକୁ ଖାଇଲା ବାଘ ! 🔴 ପୋଲିସ୍‌ ମାଡ଼ରେ ଯୁବକଙ୍କ ମୃତ୍ୟୁ! 🔴 ତ୍ରିମୂଖୀ ଲଢ଼େଇ ପାଇଁ ଅଣ୍ଟା ଭେଡିଲେ ବିଜେପି-କଂଗ୍ରେସ-ବିଜେଡି 🔴 ପ୍ରେସ୍‌ ଛକ ମାଛ ମାର୍କେଟ୍‌ରେ ଭୟଙ୍କର ଅଗ୍ନିକାଣ୍ଡ