୮୪ ବର୍ଷର ବୃଦ୍ଧଙ୍କୁ ଜେଲ ଦଣ୍ଡ

ବିହାର (ବଡ଼ ଖବର ବ୍ୟୁରୋ):  ଗୋଟିଏ ପରିବାରର ୫ଜଣ ସଦସ୍ୟ ଅସ୍ତ୍ରଶସ୍ତ୍ର ଧରି ଜଣଙ୍କ ଘରେ ପହଞ୍ଚ ଆକ୍ରମଣ କରିଥିଲେ । ଗୁଳିମାଡ଼ ସହ ହାତରେ ଥିବା ଧାରୁଆ ଅସ୍ତ୍ରଶସ୍ତ୍ରରେ ରାୟ ଓ ତାଙ୍କ ପତ୍ନୀଙ୍କୁ ହାଣିପକାଇଥିଲେ । ଯୁବା ଅବସ୍ତାରେ ଏକ ହିସାଂତ୍ମକ ମାମଲାରେ ଅଭିଯୁକ୍ତ ହୋଇଥିଲେ । ଏବେ ତାଙ୍କୁ ୮୪ବର୍ଷ । ବୃଦ୍ଧ ଅବସ୍ତାରେ ୩୩ବର୍ଷ ତଳ ଘଟଣାକୁ ନେଇ କୋର୍ଟ ତାଙ୍କୁ ଦୋଷି ସାବ୍ୟସ୍ତ କରିଛ । ବିହାରର ବୈଶାଳୀ ଜିଲ୍ଲାର ୮୪ ବର୍ଷୀୟ ଦୀପ ରାୟ ଜଣେ ଅପରାଧୀ। ଆଜକୁ ପ୍ରାୟ ୩୩ ବର୍ଷ ତଳେ, ଅର୍ଥାତ୍ ୧୯୯୨ ମସିହା ନଭେମ୍ବର ୧୦ ତାରିଖରେ ଏକ ସାମାନ୍ୟ ବିବାଦକୁ ନେଇ ସେ ଯେଉଁ ରକ୍ତମୁଖା ରୂପ ଧାରଣ କରିଥିଲେ, ତାହାର ପରିଣାମ ଆଜି ତାଙ୍କୁ ଭୋଗିବାକୁ ପଡ଼ିଛି।

ଘଟଣାଟି ଥିଲା – ରାଘବପୁର ଗାଁର ଅଦାଲତ ରାୟ ନିଜ ପତ୍ନୀଙ୍କ ସହ ଘର ଆଗରେ ବସିଥିବା ବେଳେ ଦୀପ ରାୟ ଏବଂ ତାଙ୍କ ପରିବାର ଲୋକେ ମାରଣାସ୍ତ୍ର ଧରି ସେଠାରେ ପହଞ୍ଚିଥିଲେ । କେବଳ ସେତିକି ନୁହେଁ, ରାସ୍ତାରେ କାଚ ଖଣ୍ଡ ବିଛାଇ ଏକ ଜଘନ୍ୟ କାଣ୍ଡ ଭିଆଇଥିଲେ । ବିରୋଧ କରିବାରୁ ଆକ୍ରମଣ ମଧ୍ୟ କରିଥିଲେ। । ୧୯୯୩ରୁ ଆରମ୍ଭ ହୋଇଥିବା ଏହି ଆଇନଗତ ଲଢ଼େଇ ଦୀର୍ଘ ୩୩ ବର୍ଷ ଧରି ଚାଲିଲା। ଏହି ସମୟ ମଧ୍ୟରେ ମାମଲାର ଅନ୍ୟ ୪ ଜଣ ଅଭିଯୁକ୍ତ ମୃତ୍ୟୁବରଣ କରିସାରିଛନ୍ତି। କୋର୍ଟ ତାଙ୍କୁ ହତ୍ୟା ଉଦ୍ୟମ (ଆଇପିସି ଧାରା ୩୦୭) ଭଳି ସଙ୍ଗୀନ ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏହି ଘଟଣା ସମାଜ ପାଇଁ ଏକ ବଡ଼ ଶିକ୍ଷା। ନ୍ୟାୟାଳୟର ପ୍ରକ୍ରିୟା ବିଳମ୍ବ ହୋଇପାରେ, କିନ୍ତୁ ଅପରାଧର ହିସାବ ଦିନେ ନା ଦିନେ ଦେବାକୁ ପଡ଼େ। “କର୍ମ କେବେ ପିଛା ଛାଡ଼େ ନାହିଁ” – ଏହି ପୁରୁଣା କଥାଟି ଆଜି ଦୀପ ରାୟଙ୍କ କ୍ଷେତ୍ରରେ ସତ୍ୟ ପ୍ରମାଣିତ ହୋଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!