Masthead

ଜୀବନ ନେଉଛି ଅଜଣା ରୋଗ

ପଡ଼ିଆ (ବଡ଼ ଖବର ବ୍ୟୁରୋ): ଆତଙ୍କ ଖେଳାଇଛି ଅଜଣା ରୋଗ । ଅକାଳରେ ଗଡ଼ୁଛି ମୁଣ୍ଡ । ପଡ଼ିଆ ବ୍ଲକରୁ ଆସିଛି ଏଭଳି ଦୁଃଖଦ ଖବର । ଅଜଣା ରୋଗରେ ଆକ୍ରାନ୍ତ ହୋଇ ୯ଜଣଙ୍କ ଜୀବନ ଗଲାଣି । ନୀଲିଗୁଡ଼ାର ୫ଜଣଙ୍କ ଜୀବନ ଯାଇଥିବା ବେଳେ ଭେଞ୍ଚନପାଲ୍ଲୀ ଓ ବାପନପଲ୍ଲୀ ଅଞ୍ଚଳର ମଧ୍ୟ ୪ଜଣଙ୍କ ମୃତ୍ୟୁ ହୋଇଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଲାଗିରହିଛି ।

ଅଜଣା ରୋଗରେ କବଳିତ ହୋଇଥିିବା ଲୋକଙ୍କ ଶରୀର ଫୁଲିବାରେ ଲାଗୁଛି । ଲୋକେ ଖାଇବା, ପିଇବାରେ ମଧ୍ୟ କଷ୍ଟ ଅନୁଭବ କରୁଛନ୍ତି । ଆଦିବାସୀ ଅଞ୍ଚଳରେ ଚିକିତ୍ସାର ନଗ୍ନରୂପ ଅନୁଭବ ହେଉଛି । ସରକାରଙ୍କ ବହୁ ପ୍ରଚାରିତ ସ୍ୱାସ୍ଥ୍ୟସେବା ଏହି ଅଞ୍ଚଳର ଲୋକଙ୍କ ପାଇଁ ବର୍ତ୍ତମାନ ସମ୍ଭବ ହୋଇପାରିନି । ବାଧ୍ୟ ହୋଇ ସେମାନେ ଚେରମୂଳି ଓ ଗୁଣି ଗାରେଡି ଉପରେ ଭରଷା କରୁଛନ୍ତି । ଉପଯୁକ୍ତ ଚିକିତ୍ସା ଅଭାବରୁ ଗୋଟିଏ ପରେ ଗୋଟିଏ ଜୀବନ ଅକାଳରେ ଝଡିବାରେ ଲାଗିଛି । ସରକାରୀ ସହାୟତା କିମ୍ବା ଡାକ୍ତରୀ ଟିମ ଏଯାବତ ଗାଁରେ ପହଞ୍ଚି ନଥିବା ସ୍ଥାନୀୟ ଲୋକେ କହିଛନ୍ତି ।

ମୁକାଙ୍କ ପ୍ରଥମେ ଅଜଣା ରୋଗରେ ଆକ୍ରାନ୍ତ ହୋଇଥିଲେ । ତାଙ୍କର ହାତ, ଗୋଡ, ମୁହଁ ଓ ପେଟ ଫୁଲିବାରେ ଲାଗିଥିଲା । ପରିବାର ଲୋକେ ମେଡିକାଲ ନେବା ପରିବର୍ତ୍ତେ ଚେରମୂଳି ଖୁଆଇଥିଲେ । ଶେଷରେ ଚିକିତ୍ସାରେ ଅବହେଳା ହେବାରୁ ମୁକାଙ୍କ ମୃତ୍ୟୁ ହୋଇଥିଲା । ପରବର୍ତ୍ତୀ ସମୟରେ ଗାଁର ଗଙ୍ଗା ବାଟା, ଯୋଗେନ୍ଦ୍ର ବାଟା, ବାଟା ଗଙ୍ଗା ପ୍ରମୁଖ ଅଜଣା ରୋଗରେ ଆକ୍ରାନ୍ତ ହୋଇ ଜୀବନ ହରାଇଛନ୍ତି । ଏବେ ୫୭ ବର୍ଷୀୟା ବେକ ମୁକେ, ସୋମା ମାଡି, ଗଙ୍ଗା କାରାମ ଓ ଇର୍ମା ମାଡି ଏହି ଅଜଣା ରୋଗରେ ଆକ୍ରାନ୍ତ ହୋଇ ମରଣ ସହ ଲଢ଼େଇ କରୁଛନ୍ତି । ସରକାରୀ ସହାୟତା କିମ୍ବା ସ୍ୱାସ୍ଥ୍ୟସେବା ଯୋଗାଇ ଦେଲେ ଏମାନେ ସୁସ୍ଥ ହୋଇ ଯାଆନ୍ତେ ବୋଲି କହିଛନ୍ତି ସ୍ଥାନୀୟ ଲୋକେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ